You are here
Home > ଲାଟେଷ୍ଟ > ସହରାଞ୍ଚଳ ବିକାଶ ପାଇଁ ନିବେଶ ହେବ ୩୦ ହଜାର କୋଟି

ସହରାଞ୍ଚଳ ବିକାଶ ପାଇଁ ନିବେଶ ହେବ ୩୦ ହଜାର କୋଟି

-ବୟନ ଶିଳ୍ପରେ ବି ଓଡ଼ିଶା ଆଗେଇବ
-ନିବେଶ ହେବ ୨୫୦ କୋଟି ଟଙ୍କା
ଭୁବନେଶ୍ୱର: ରାଜ୍ୟର ସହରାଞ୍ଚଳ ବିକାଶ ହେବ । ଏନେଇ ଆଗାମୀ ୫ରୁ ୭ ବର୍ଷ ମଧ୍ୟରେ ୩୦ ହଜାର କୋଟି ଟଙ୍କା ନିବେଶ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମେକ ଇନ୍ ଓଡ଼ିଶା କନକ୍ଲେଭ ସ୍ମାର୍ଟ ସିଟି  ସେମିନାରରେ ଯୋଗ ଦେଇ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ କହିଛନ୍ତି । ଜାତୀୟ ସ୍ମାର୍ଟ ସିଟି ଯୋଜନାରେ ଭୁବନେଶ୍ୱର ଓ ରାଉରକେଲାରେ ଆସନ୍ତା ୫ ବର୍ଷରେ ୮୬ଟି ପ୍ରକଳ୍ପରେ ୭ ହଜାର ୧୦୮ କୋଟି ଟଙ୍କା ନିବେଶ କରିବାକୁ ଲକ୍ଷ୍ୟ ରଖାଯାଇଛି । ଭୁବନେଶ୍ୱରରେ ୫୦ଟି ପ୍ରକଳ୍ପ କରାଯିବ । ଏଥିରେ ୪ ହଜାର ୫୩୭ କୋଟି ଟଙ୍କା ନିବେଶ କରାଯିବ । ଏଥିରୁ ୨ ହଜାର ୭୨୫ କୋଟି ଟଙ୍କା ପିପିଟି ମୋଡରେ ନିବେଶ କରାଯିବ । ଅନ୍ୟାନ୍ୟ ପ୍ରକଳ୍ପ ସହିତ  ଟ୍ରାଫିକ୍, ପାର୍କିଂ, ବସ୍ ସେବା ଓ କମନ ପେମେଣ୍ଟ କାର ଭଳି ବ୍ୟବସ୍ଥାରେ ଏହି ଟଙ୍କା ନିବେଶ କରାଯିବ । ରାଉରକେଲାରେ ୨ ହଜାର ୫୭୧ କୋଟି ଟଙ୍କା ନିବେଶ କରାଯିବ । ଜଳ ପରିଚାଳନା, ପରିବେଶ ଓ ସଂରକ୍ଷଣ, ମାର୍କେଟ୍ ଅପଗ୍ରେଡେସନ୍ ଆଦି କ୍ଷେତ୍ରରେ ଏହି ଅର୍ଥ ନିବେଶ କରାଯିବ ବୋଲି ମଧ୍ୟ ସେ ଉଲ୍ଲେଖ କରିଥିଲେ । ସେହିପରି ବୟନ ଶିଳ୍ପରେ ବି ଓଡ଼ିଶା ଆଗେଇବ । ରାଜ୍ୟରେ ହସ୍ତତନ୍ତ, ହସ୍ତଶିଳ୍ପ ଓ ବୟନ ଶିଳ୍ପ କ୍ଷେତ୍ରରେ ପନ୍ଦରରୁ ସତରଟି କମ୍ପାନୀ ପ୍ରାୟ ୨୫୦ କୋଟି ଟଙ୍କା ନିବେଶ କରିବାକୁ ପ୍ରସ୍ତାବ ଦେଇଛନ୍ତି ବୋଲି ମେକ ଇନ୍ ଓଡ଼ିଶା କନକ୍ଲେଭର ଉଦଯାପନୀ ଦିବସରେ କହିଛନ୍ତି ହସ୍ତତନ୍ତ , ହସ୍ତଶିଳ୍ପ ଓ ବୟନ ଶିଳ୍ପ ମନ୍ତ୍ରୀ ସ୍ନୋହାଙ୍ଗିନୀ ଛୁରୀଆ  ।
  ହସ୍ତତନ୍ତ, ହସ୍ତଶିଳ୍ପ ଓ ବୟନ ଶିଳ୍ପ କ୍ଷେତ୍ରରେ ପନ୍ଦରରୁ ସତର ଜଶ ନିବେଶକ କଥା ହୋଇଛନ୍ତି  । ସୋମାନେ ୨୫୦ କୋଟି ଟଙ୍କା ନିବେଶ କରିବେ  । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କ୍ଷେତ୍ରରେ  ନିବେଶର ପରିମାଣ କମ ହେଲେ ହେଁ ଅଧିକ ସଂଖ୍ୟାରେ ନିଯୁକ୍ତି  ସୁଯୋଗ ସୃଷ୍ଟି ହୋଇଥାଏ । ଏଯେଉଁ ୨୫୦କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି ସେଥିରେ ୨୦,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ  । ତେଣୁ ଏହି ବିଭାଗରେ ସବୁଠୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ  । ଏହାତ ପ୍ରଥମ ପ୍ରସ୍ତାବ  । ଆଗକୁ ଆହୁରି ପ୍ରସ୍ତାବ ଆସିବ  । ସେଭଳି  ଯେଉଁମାନେ ପୁଞ୍ଜି ନିବେଶ କରିବେ ବୋଲି ଆମ ସହିତ କଥା ହୋଇଛନ୍ତି, ସେମାନେ ଆଗକୁ ପୁଞ୍ଜିର ପରିମାଣ ବଢ଼ାଇବେ ବୋଲି ମଧ୍ୟ କହିଛନ୍ତି । ବିଭାଗୀୟ ସଚିବ କହିଥିଲେ, ଆମକୁ ପ୍ରସ୍ତାବ ଦେଇଥିବା ନିବେଶକମାନେ ମୁଖ୍ୟତଃ ଚେନ୍ନାଇ, ରାଜସ୍ଥାନ, ବିହାର ଓ ତିରପୁର  । ଓଡ଼ିଶାରୁ ମଧ୍ୟ କିଛି ନିବେଶକ ପ୍ରସ୍ତାବ ଦେଇଛନ୍ତି  ।

ONA

Leave a Reply

Top