You are here
Home > ଇଣ୍ଡିଆ > କଳାଧନ ଉପରେ ସର୍ଜିକାଲ ଷ୍ଟ୍ରାଇକ:୫୦୦ ଓ ୧୦୦୦ ଟଙ୍କିଆ ନୋଟ ଅଚଳ

କଳାଧନ ଉପରେ ସର୍ଜିକାଲ ଷ୍ଟ୍ରାଇକ:୫୦୦ ଓ ୧୦୦୦ ଟଙ୍କିଆ ନୋଟ ଅଚଳ

ନୂଆଦିଲ୍ଲୀ: କଳାଧନ ଉପରେ ଆଜି  ସର୍ଜିକାଲ ଷ୍ଟ୍ରାଇକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଆଜି ମଧ୍ୟରାତ୍ର ଠାରୁ ଦେଶରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଚଳିବନି  । ନୋଟ୍‌ ପ୍ରଚଳନ ଉପରେ ନିଷେଧାଦେଶ ଜାରି ହୋଇଛି  । ଆଜି ମଧ୍ୟରାତ୍ର ଠାରୁ ଦେଶରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ର ପ୍ରଚଳନକୁ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ମଙ୍ଗଳବାର ସଂଧ୍ୟାରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘୋଷଣା କରିଛନ୍ତି  । ଦେଶର ସବୁଠୁ ବଡ ଶତ୍ରୁ କଳାଧ,ଜାଲିନୋଟ ଓ ଆତଙ୍କବାଦ ବୋଲି ପ୍ରଧାନମନ୍ତ୍ରୀ ତାଙ୍କର ୪୦ ମନିଟର ହିନ୍ଦି ଓ ଇଂରାଜୀ ମିଶା ଭାଷଣରେ କହିଛନ୍ତି  । କଳା ଧନ ରୋକିବା ପାଇଁ ଦେଶରେ ପ୍ରଚଳିତ ୫୦୦ ଓ ୧୦୦୦ ଟଙ୍କିଆ ନୋଟ ବଦଳାଇବା ଦରକାର ବୋଲି କହିଛନ୍ତି  ମୋଦି।

  1. – ୫୦୦ ଓ ୧୦୦୦ ଟଙ୍କିଆ ନୋଟ ନଭେମ୍ବର ୯ରୁ ଅଚଳ
  2. – ଜାରି ହେବ ନୂଆ ୫୦୦ ଓ ୨୦୦୦  ଟଙ୍କିଆ ନୋଟ
  3. -ନଭେମ୍ବର ୯ରେ ଦେଶର ସବୁ ବ୍ୟାଙ୍କ ବନ୍ଦ
  4. -ନଭେମ୍ବର ୯ ଓ ୧୦ରେ ଦେଶର ଅଧିକାଂଶ  ଏଟିଏମ ରହିବ ବନ୍ଦ
  5. -ନଭେମ୍ବର ୧୧ ଯାଏ ସରକାରୀ ଡାକ୍ତରଖାନା ଗ୍ରହଣ କରିବ ୫୦୦ ଓ ୧୦୦୦ ଟଙ୍କିଆ ନୋଟ
  6. -ଡିସେମ୍ବର ୩୦ ସୁଦ୍ଧା ବ୍ୟାଙ୍କ ଓ ଡାକଘରେ ଜମା ହୋଇପାରିବ ୫୦୦ ଓ ୧୦୦୦ ଟଙ୍କିଆ ନୋଟ
  7. -ଡିସମ୍ବର ୩୧ ପରେ ୨୦୧୭ମାର୍ଚ୍ଚ ୩୧ ଯାଏ ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଡିପୋଜିଟ ଲାଗି ଦେବାକୁ ପଡିବ ପରିଚୟ ପତ୍ର
  8. -ଜଣେ ବ୍ୟକ୍ତି ସପ୍ତାହକୁ ଅତିବେଶୀରେ ୨୦ ହଜାର ଟଙ୍କା ଯାଏ ୫୦୦ ଓ ୧୦୦୦ ଟଙ୍କିଆ ନୋଟ ବଦଳ କରିପାରିବେ
    ତେବେ, ଯେଉଁମାନଙ୍କ ପାଖରେ ୫୦୦ କିମ୍ବା ୧୦୦୦ ଟଙ୍କିଆ ନୋଟ୍‌ ରହିଛି ସେମାନେ ନଭେମ୍ବର ୧୦ ତାରିଖ ଠାରୁ ଡିସେମ୍ବର ୩୦ ତାରିଖ ପର୍ୟ୍ୟନ୍ତ (୫୦ ଦିନ ମଧ୍ୟରେ) ବ୍ୟାଙ୍କ୍‌ରେ ସେହି ସମସ୍ତ ନୋଟ୍‌କୁ ଜମା ଦେଇ ତାହାକୁ ବଦଳାଇ ପାରିବେ। ବର୍ତ୍ତମାନ ପାଇଁ ଏଟିଏମ୍‌ଗୁଡ଼ିକରୁ ମଧ୍ୟ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ହଟାଇ ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଆସନ୍ତା ସାତ ଦିନ ପାଇଁ ଲୋକମାନେ ଏଟିଏମ୍‌ରୁ ସର୍ବୋଚ୍ଚ ୨୦୦୦ ଟଙ୍କା ପର୍ୟ୍ୟନ୍ତ ଉଠାଇ ପାରିବେ। ଏହି ଟଙ୍କା ୧୦୦ ଟଙ୍କିଆ ନୋଟ୍‌ ଆକାରରେ ମିଳିବ। ଆସନ୍ତା ୯ ଓ ୧୦ ତାରିଖ ଦୁଇ ଦିନ ଏଟିଏମ୍‌ କାଉଣ୍ଟରଗୁଡ଼ିକ ବନ୍ଦ ରହିବ ବୋଲି ଜଣାଯାଇଛି।
ONA

Leave a Reply

Top