You are here
Home > ଇଣ୍ଡିଆ > ୧୫ ଜଣିଆ ଭାରତୀୟ ଟେଷ୍ଟ ଦଳ ଘୋଷଣା

୧୫ ଜଣିଆ ଭାରତୀୟ ଟେଷ୍ଟ ଦଳ ଘୋଷଣା

-ବାଦ୍ ପଡିଲେ ରୋହିତ
-ହାର୍ଦ୍ଦିକ ପାଣ୍ଡ୍ୟା ନୂଆ
-ସ୍ଥାନ ବଜାୟ ରଖିଲେ ଗମ୍ଭୀର
-ପ୍ରଥମ ଦୁଇଟି ମ୍ୟାଚ୍ ନିମନ୍ତେ ଦଳ ଚୟନ
-ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ୫ ଟେଷ୍ଟ
-୩ ଦିନିକିଆ ଓ ୩ ଟି-୨୦ ମ୍ୟାଚ୍
-୯ରୁ ରାଜକୋଟରେ ପ୍ରଥମ ଟେଷ୍ଟ
ମୁମ୍ବାଇ: ଚଳିତ ମାସ ୯ରୁ ରାଜକୋଟରେ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ । ଏନେଇ ବୁଧବାର ପ୍ରଥମ ଦୁଇଟି ଟେଷ୍ଟ ନିମନ୍ତେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି  । ଏହି ସିରିଜରେ ଇଂଲଣ୍ଡ ସହ ୫ଟି ଟେଷ୍ଟ ମ୍ୟାଚ୍ ଖେଳିବ ଭାରତ । ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ  ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସାମିଲ କରାଯାଇଛି । ସେପଟେ ଓପନର ରୋହିତ ଶର୍ମାଙ୍କ ସମେତ ଲୋକେଶ ରାହୁଲ ଓ ଶିଖର ଧାୱନଙ୍କୁ ଟେଷ୍ଟ ଦଳରୁ ବାଦ ଦିଆଯାଇଛି । ରୋହିତ ଶର୍ମାଙ୍କୁ ଡାକ୍ତର ୬ରୁ ୮ ସପ୍ତାହ ବିଶ୍ରାମ ନେବାକୁ କହିଥିବାରୁ  ତାଙ୍କୁ ଦଳରେ ସାମିଲ କରାଯାଇ ନାହିଁ  । ସେହିପରି ନୁ୍ୟଜିଲାଣ୍ଡ ବିପକ୍ଷରେ ଖେଳିବା ସମୟରେ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ପିଠିରେ ଆଘାତ ଲାଗିଥିବାରୁ ତାଙ୍କୁ ମଧ୍ୟ ଚୟନ ପ୍ରକ୍ରିୟାରୁ ବାଦ ଦିଆଯାଇଛି । ସେପଟେ ଦୀର୍ଘ ଦିନର ବ୍ୟବଧାନ ପରେ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ନୁ୍ୟଜିଲାଣ୍ଡ ବିପକ୍ଷ ଶେଷ ଟେଷ୍ଟରେ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିବା ଗୌତମ ଗମ୍ଭୀର  ଦଳରେ ନିଜର ସ୍ଥାନ ବଜାୟ ରଖିଛନ୍ତି  । ପାଖାପାଖି ୩ ମାସ ଧରି ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ଟି ଟେଷ୍ଟ, ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍ ଖେଳାଯିବ  ।
ଟିମ୍ ଇଣ୍ଡିଆ : ବିରାଟ କୋହଲି(ଅଧିନାୟକ), ରବି ଚନ୍ଦନ ଅଶ୍ୱିନ, ଗୌତମ ଗମ୍ଭୀର, ରବୀନ୍ଦ୍ର ଜାଡେଜା, ଅମିତ ମିଶ୍ରା, ମହମ୍ମଦ ସାମି, ଚେତେଶ୍ୱର ପୁଜାରା, ଆଜିଙ୍କ୍ୟ ରାହାଣେ, ରିଦ୍ଧିମାନ ଶାହା, କରୁଣ ନାୟାର, ମୁରଲୀ ବିଜୟ, ଉମେଶ ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା , ଇଶାନ୍ତ ଶର୍ମା ଓ ଜୟନ୍ତ  ଯାଦବ  ।

ONA

Leave a Reply

Top