You are here
Home > Uncategorized > ରେଭେନସାରେ ଛାତ୍ରୀଙ୍କ ଫଟୋ ଭାଇରାଲ କରି ଛାତ୍ର କଲେଜରୁ ନିଲମ୍ବି

ରେଭେନସାରେ ଛାତ୍ରୀଙ୍କ ଫଟୋ ଭାଇରାଲ କରି ଛାତ୍ର କଲେଜରୁ ନିଲମ୍ବି

ଭୁନନେଶ୍ୱର: ରେଭନ୍ସା ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ସେହି କଲେଜର ଜଣେ ଛାତ୍ର ଶେଷଣ ଦଣ୍ଡିତ ହୋଇଛନ୍ତି । ସୁଭ୍ରଜିତ ରାୟ ନାମକ ଏହି ଛାତ୍ରଙ୍କୁ କଲେଜ କର୍ତ୍ତୃପକ୍ଷ ନିଲମ୍ବିତ କରିଛନ୍ତି । ୨୦୨୦ ଜୁନ ପର୍ଯ୍ୟନ୍ତ କଲେଜ ପରିସରକୁ ଆସିବା ପାଇଁ ତାଙ୍କୁ ବାରଣ କରାଯାଇଛି । ୪ଟି ସେମିଷ୍ଟାରରୁ ସେ ବାଦ ପଡ଼ିଛନ୍ତି । ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବାକୁ ନେଇ ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା । ସମ୍ପୃକ୍ତ ଛାତ୍ରୀ ଏଥିନେଇ ବିଶ୍ୱବିଦ୍ୟାଳୟ କୂଳପତିଙ୍କୁ ଅଭିଯୋଗ କରିଥିଲେ । ଛାତ୍ରୀଙ୍କ ଅଭିଯୋଗ ଭିତ୍ତିରେ ବିଶ୍ୱବିଦ୍ୟାଳୟର ଶୃଙ୍ଖଳାଗତ କମିଟି ଏହା ଉପରେ ଅନୁଧ୍ୟାନ କରିଥିଲା । କମିଟି ରିପୋର୍ଟକୁ ଭିତ୍ତିକରି ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏଥିସହ ପୁଲିସ ମଧ୍ୟ ସମ୍ପୃକ୍ତ ଛାତ୍ରଙ୍କୁ ଗିରଫ କରିଛି ।

ONA

Leave a Reply

Top