You are here
Home > ବଡ଼ଖବର > ଆସିଲେ ଶାହ, ଏବେ ତାଙ୍କ କଥା ଉପରେ ନଜର

ଆସିଲେ ଶାହ, ଏବେ ତାଙ୍କ କଥା ଉପରେ ନଜର

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଆଜି ଭୁବନେଶ୍ୱର ଆସି ପହଞ୍ôଚଛନ୍ତି । ତାଙ୍କୁ ବିମାନବନ୍ଦରରେ ବିପୁଳ ସ୍ୱଗତ ସର୍ମ୍ବ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପିର ବହୁ ରବିଷ୍ଠ ନେତା ଓ ରାଜ୍ୟ ପଦାଧିକାରୀ ବିମାନ ବନ୍ଦରରେ ଉପସ୍ଥିତ ରହି ସ୍ୱାଗତ ଜଣାଇଥିଲେ । ସେଠାରେ ଏକ ବିରାଟ ଶୋଭାଯାତ୍ରାରେ ଦଳୀୟ ନେତା ଓ କର୍ମୀମାନେ ଶାହଙ୍କୁ ଦଳୀୟ କାର୍ଯ୍ୟାଳୟକୁ ପାଛୋଟି ଆଣିଥିଲେ । ଶାହ ପୂର୍ବରୁ ଓଡ଼ିଶା ପାଇଁ ଯେଉଁ ମିଶନ ୧୨୦ର ଲକ୍ଷ ଧାର୍ଯ୍ୟ କରିଯାଇଛନ୍ତି ସେ ଦିଗରେ ଦଳ କେତେ ଆଗେଇଛି ସେ ସମ୍ପର୍କରେ ଅନୁଧ୍ୟାନ କରିବାକୁ ଆସିିଛନ୍ତି । ସେ କେବଳ ଦଳୀୟ ପଦାଧିକାରୀ ଓ କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିବେ । ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ଆସି ଏହି ଲକ୍ଷ୍ୟ ପୂରଣ ନେଇ ଯେଉଁ ଦାୟିତ୍ୱ ଦେଇଯାଇଥିଲେ ସେ ଦାୟିତ୍ୱ କେତେଦୂର କାର୍ଯ୍ୟକାରୀ ହୋଇଛି ସେ ସମ୍ପର୍କରେ ପଚାରି ବୁଝିବେ । ଆଉ ଲକ୍ଷ୍ୟ ପୂରଣ ପାଇଁ କଣ କରିବା ଦରକାର ସେ ନେଇ ଗୁରୁମନ୍ତ୍ର ଦେବେ । କିନ୍ତୁ ଶାହଙ୍କ ଗସ୍ତକୁ ନେଇ ବିଜେଡି ବି ଅନେଇ ବସିଛି । ଶାହ କଣ ମନ୍ତବ୍ୟ ଦେଉଛନ୍ତି, ତାହା ନଜର ରଖିଛି । ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରକୁ ଯେଉଁ ଅସହଯୋଗ ନୀତି ଆରମ୍ଭ କରିଛନ୍ତି ସେ ସମ୍ପର୍କରେ ଶାହ କଣ ମତ ରଖୁଛନ୍ତି ଏବଂ ବିଜେଡିକୁ ମୁକାବିଲା କରିବା ପାଇଁ ଦଳୀୟ ନେତାମାନଙ୍କୁ କି ଦିଗ୍ଦର୍ଶନ ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର । ଶାହ ପ୍ରଥମେ ଦଳୀୟ ପଦାଧିକାରୀମାନଙ୍କ ସହ ବୈଠକ କରିଛନ୍ତି, ଅପରାହ୍ନରେ ପ୍ରଦର୍ଶନୀ ପଡ଼ିଆଠାରେ ଦଳର ଅନ୍ୟକର୍ମକର୍ତ୍ତା ଓ ନିର୍ବାଚନ ପ୍ରସ୍ତୁତି ଦାୟିତ୍ୱ ନେଇଥିବା ଅଧିକାରୀମାନଙ୍କ ସହ ଆଲୋଚନା କରିବେ । ଶାହଙ୍କ ଏହି ଗସ୍ତରେ କୌଣସି ସାଧାରଣ ସଭା ରଖାଯାଇନାହିଁ ହେଲେ ଶାହା ଯେ ଆସି କେବଳ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ବିରୋଧୀଙ୍କୁ ବାଣ ନ ମାରି ନୀରବରେ ଫେରିଯିବେ ଏକଥାକୁ ଅନେକ ଗ୍ରହଣ କରିପାରୁନାହାଁନ୍ତି, ତଥାପି ଶାହଙ୍କ ଗସ୍ତ ଶେଷ ଯାଏ ସମସ୍ତଙ୍କର ଉକ୍ରଣ୍ଠା ରହିଛି । ଶାହ ମିଶନ ୧୨୦ ଲକ୍ଷ୍ୟ ଧାର୍ଯ୍ୟ କରି ଯିବା ପରେ ବିଜେପୁର ବିଧାନସଭା ଉପ ନିର୍ବାଚନ ହୋଇଥିଲା । ବରଗଡ଼ ଜିଲ୍ଲାପରିଷଦ ବିଜେପି ଦଖଲରେ ଥିଲେ ବି ଏହି ଉପନିର୍ବାଚନରେ ଦଳ ହାରିଛି । ଏହାଛଡ଼ା କେତେକ ପଞ୍ଚାୟତରେ ବିଭିନ୍ନ ସ୍ଥାନରେ ହୋଇଥିବା ଉପନିର୍ବାଚନରେ ମଧ୍ୟ ବିଜେପି ସଫଳତାର ପାଇପାରିନାହିଁ । ଏଣୁ ସବୁ ଦୃଷ୍ଟିରୁ ଶାହ ଦଳୀୟ କର୍ମକତ୍ତାମାନଙ୍କୁ କ’ଣ ବାର୍ତ୍ତା ଦେଉଛନ୍ତି ତାହା ମଧ୍ୟ ଦେଖିବାକୁ ବାକି ଅଛି । ଇତିମଧ୍ୟରେ ଦଳ ମଧ୍ୟରେ ବହୁ ଗୋଷ୍ଠୀବିବାଦ ପହଞ୍ôଚଛି । ବିଶେଷ କରି ଭଦ୍ରକ ଓ ନୟଗାଡ଼ରେ ଘଟିଥିବା ଦଳୀୟ ହିଂସା ଚିନ୍ତାର କାରଣ ହୋଇଛି । ଦଳ ପାଇଁ କ’ଣ ବାର୍ତ୍ତା ମିଳୁଛି ତାହା ଦେଖିବା କଥା ।

ONA

Leave a Reply

Top