You are here
Home > ଲାଟେଷ୍ଟ > କାଲି ହଟିବ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ସାଇନ୍-ଏ-ଡାଏ , ୧୭ରୁ ୨୦ ପରୀକ୍ଷା, ୨୭ରେ ରେଜଲ୍ଟ

କାଲି ହଟିବ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ସାଇନ୍-ଏ-ଡାଏ , ୧୭ରୁ ୨୦ ପରୀକ୍ଷା, ୨୭ରେ ରେଜଲ୍ଟ

କଟକ  :  କାଲି ଅପରାହ୍ନ ୫ ଟା ପୂର୍ବରୁ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଉପରୁ ସାଇନ୍-ଏ-ଡାଏ ହଟିବ  ବୋଲି ବିଶ୍ୱ ବିଦ୍ୟାଳୟ କୁଳପତି ଈଶାନ ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି , ଆସନ୍ତାକାଲି ସାଇନ-ଏ-ଡାଏ ହଟାଯିବ, ଆସନ୍ତା ୧୭ରୁ ୨୦ ତାରିଖ ମଧ୍ୟରେ ସବୁ ବିଭାଗର ପରୀକ୍ଷା ଶେଷ ହେବ । ୨୭ ତାରିଖରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଫି ବୃଦ୍ଧି ପ୍ରତ୍ୟାହାର, ହଷ୍ଟେଲ ନବୀକରଣ ପାଇଁ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ୍ ଛାଡ଼ିବା ନିର୍ଦ୍ଦେଶକୁ ବିରୋଧ, ଚଳିତ ବର୍ଷ ୩ଟି ସେଲ୍ଫ ଫାଇନାନ୍ସିଂ କୋର୍ସ ଖୋଲାଯିବାକୁ ବିରୋଧ କରିବା ସହ ସେଗୁଡ଼ିକୁ ରେଗୁଲାର୍ କରିବା ଆଦି ଦାବିରେ ଛାତ୍ରଛାତ୍ରୀ କୁଳପତିଙ୍କ ଅଫିସ ଘେରାଉ କରିବା ସହ ଧାରଣା ଦେଇଥିଲେ । ପରିସ୍ଥିତି ଶାନ୍ତ ନପଡିବାରୁ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ସାଇନ ଏ ଡାଏ ଘୋଷଣା କରିଥିଲେ । ଏହାର ପ୍ରତିବାଦରେ ଛାତ୍ର ସଂଘ ପକ୍ଷରୁ ଧାରଣା ଦିଆଯାଇଥିଲା । ପରିସ୍ଥିତିରେ ସୁଧାର ପାଇଁ ଗତକାଲି କୁଳପତି ଈଶାନ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକାଡେମିକ କାଉନସେଲିଂ ବୈଠକ ବସିଥିଲା । ଛାତ୍ର କ୍ରିୟାନୁଷ୍ଠାନର ୫ଟି ଦାବି ଓ ସାଇନ-ଏ-ଡାଏ ହଟିବା ନେଇ ବୈଠକରେ ଆଲୋଚନା ହୋଇଥିଲା । ବୈଠକ ଶେଷ ହେବା ପରେ କୁଳପତି ଏହି ସମ୍ପର୍କିତ ସୂଚନା ଦେବା ସହ ପ୍ରଥମେ ଛାତ୍ରଛାତ୍ରୀମାନେ ଆନ୍ଦୋଳନରୁ ହଟିଲେ ସାଇନ-ଡାଏ-ହଟିବ ବୋଲି କହିଥିଲେ ।

ଅପରପକ୍ଷରେ ଛାତ୍ର କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ କୁଳପତିଙ୍କୁ ଭେଟି ମୁଖ୍ୟ ଦାବି ବର୍ଦ୍ଧିତ ଫିକୁ କମ କରିବା ଓ ସାଇନ-ଏ-ଡାଏ ପ୍ରତ୍ୟାହାର ନେଇ ଆଲୋଚନା କରିଥିଲେ । ଏହି ଆଲୋଚନା ସଫଳ ହୋଇଥିଲା । ରେଭେନ୍ସା ଗେଟ୍ ସମ୍ମୁଖରେ ନିଜ ଜିଦରେ ଅଡ଼ି ବସିଥିବା ଛାତ୍ରଛାତ୍ରୀମାନେ ଶେଷରେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ । କୁଳପତି ଶ୍ରୀ ପାତ୍ର ମଧ୍ୟ ଛାତ୍ରଛାତ୍ରୀଙ୍କ ଥିବା ମୁଖ୍ୟ ଦାବିକୁ ପୂରଣ କରାଯିବା ନେଇ ପ୍ରତିଶ୍ରୁତି ଦେବା ସହ ଖୁବଶୀଘ୍ର ବିଶ୍ୱବିଦ୍ୟାଳୟରୁ ସାଇନ-ଏ-ଡାଏ ହଟିବ ବୋଲି କହିଥିଲେ । ପରେ ଧାରଣା ଦେଇଥିବା ଛାତ୍ର ସଂଘ ମଧ୍ୟ ଆନ୍ଦୋଳନରୁ ଓହରିଯାଇଥିଲା ।

ONA

Leave a Reply

Top