37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗରଥଯାତ୍ରା ନେଇ ସୁପ୍ରିମକୋର୍ଟରେ ପୁଣି ୩ ପିଟିସନ୍‌

ରଥଯାତ୍ରା ନେଇ ସୁପ୍ରିମକୋର୍ଟରେ ପୁଣି ୩ ପିଟିସନ୍‌

ପୁରୀ : ରଥଯାତ୍ରା ନେଇ ସୁପ୍ରିମକୋର୍ଟରେ ଆଉ ୩ ମୋଡିଫିକେସନ ପିଟିସନ । ରଥଯାତ୍ରା କରିବା ନେଇ ଆଉ ୩ଜଣଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ପିଟିସନ୍ ଦାୟର ହୋଇଛି । ଖରାଂଶୁ ଶେଖର ଦାଶ, ପାର୍ଥସାରଥି ସରାଫ, ବି.ଦଣ୍ଡପାଣି ପାତ୍ରଙ୍କ ପକ୍ଷରୁ ପିଟିସନ୍ ଦିଆଯାଇଛି ।  ପରମ୍ପରା ରକ୍ଷା ପାଇଁ ଭକ୍ତଙ୍କ ଅନୁପସ୍ଥିତିରେ ସେବାୟତଙ୍କ ଦ୍ୱାରା ରଥଯାତ୍ରା ରୀତି ସାମାପନ କରିବାକୁ ଏହି ମୋଡିଫିକେସନ ଅର୍ଡର ଆପ୍ଲିକେସନଗୁଡ଼ିକରେ ନିବେଦନ କରାଯାଇଛି। ସୁପ୍ରିମକୋର୍ଟ ପରିସରରେ ଶନିବାର ଦିନତମାମ ରଥଯାତ୍ରା ତାତି ଦେଖିବାକୁ ମିଳିଥିଲା। ହାତରେ କମ୍‍ ସମୟ ଥିବାରୁ ରଥଯାତ୍ରା। ମୋଡିଫିକେସନ ଅର୍ଡର ଆପ୍ଲିକେସନଗୁଡ଼ିକର ଶୀଘ୍ର ଶୁଣାଣି ଲିଷ୍ଟିଂ ପାଇଁ ସୁପ୍ରିମକୋର୍ଟ ରେଜିଷ୍ଟ୍ରି ଏବଂ ଦାୟିତ୍ୱରେ ରହିଥିବା ଅବକାଶକାଳୀନ ଅଧିକାରୀଙ୍କୁ ମାମଲା ସହ ଜଡ଼ିତ ଓକିଲ ଅନୁରୋଧ କରିଥିଲେ। ଜୁନ୍‌ରେ ୨୩ରେ ରଥଯାତ୍ରା ତିଥି ପୂର୍ବରୁ ଆଜି ଅଥବା ସୋମବାର ଦିନ ସ୍ୱତନ୍ତ୍ର ଭାବେ ମାମଲାର ଶୁଣାଣି ପାଇଁ ଜୋର୍ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking