You are here
Home > ଲାଟେଷ୍ଟ > ୬ ତାରିଖକୁ ଘୁଞ୍ଚାଲା ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ରଥଯାତ୍ରା ଅନ୍ତିମ ସମନ୍ୱୟ ବୈଠକ

୬ ତାରିଖକୁ ଘୁଞ୍ଚାଲା ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ରଥଯାତ୍ରା ଅନ୍ତିମ ସମନ୍ୱୟ ବୈଠକ

ପୁରୀ : ପୁରୀ ରଥଯାତ୍ରା ଅନ୍ତିମ ସମନ୍ୱୟ ବୈଠକ ତାରିଖ ଘୁଞ୍ଚିଲା । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିଲା ଏହି ବୌଠକ । ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଶେଷ ପରର୍ଯ୍ୟାୟ ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥାଏ । ଏହି ବୈଠକ ଆସନ୍ତା କାଲି ( ମଙ୍ଗଳବାର ) ବସିବାକୁ ଥିଲା । ହେଲେ ଏହାକୁ ୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଏହି ବୈଠକୁ ବର୍ଜନ କରିବାକୁ ସେବାୟତ ମାନେ ପୋଷ୍ଟର ମାରିଥିଲେ । ତେଣୁ ଏହାକୁ ଘୁଞ୍ଚାଇ ଦିଆଯାଇଥିବା ସୂଚନା ମିଳିଛି ।

ରଥଯାତ୍ରା ପୂର୍ବରୁ ଶେଷ ସମୀକ୍ଷା ପାଇଁ ଆସନ୍ତା ୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହେବାକୁଥିଲା । ଏହି ବୈଠକ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଡାକିଥିବାରୁ ଏହାକୁ ବର୍ଜନ କରିବା ପାଇଁ ଜଗନ୍ନାଥ ସେବା ସମ୍ମିଳନୀ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା । ଏପରି କି ଶ୍ରୀମନ୍ଦିର କାନ୍ଥରେ ଏ ସମ୍ପର୍କିତ ଲିପ୍ଲେଟ୍ ଲଗାଯାଇଛି । ଯାହାସବୁ ଘଟଣା ଘଟିଛି ସବୁ ବିଷୟ ଉଲ୍ଲେଖ କରାଯାଇ ସେବାୟତମାନଙ୍କୁ ଆଗାମୀ କାର୍ଯ୍ୟପନ୍ଥା ପାଇଁ ସତର୍କ କରାଯାଇଛି । ଜିଲ୍ଲାପାଳଙ୍କୁ ବିରୋଧ କରି ଏହି ପଦକ୍ଷେପ ନିଆଯାଇଛି । ଲଗାଯାଇଥିବା ଲିପ୍ଲେଟ୍ରେ ଜିଲ୍ଲାପାଳଙ୍କ ଦମନମୂଳକ କାର୍ଯ୍ୟ ସମ୍ପର୍କରେ ଉଲ୍ଲେଖ କରାଯାଇ କଡ଼ା ଭାଷାରେ ବିରୋଧ କରାଯାଇଛି । ସରକାର ସେବାୟତସମାଜ ବିରୋଧୀ ମନୋଭାବରୁ ଦୂରେଇ ରହିବାକୁ କୁହାଯାଇଛି । ସେବାୟତମାନେ ସେମାନଙ୍କ ଅସନ୍ତୋଷ ଏହି ଲିପ୍ଲେଟ୍ ମାଧ୍ୟମରେ ପ୍ରଦର୍ଶିତ କରିଛନ୍ତି ।
ଜଗନ୍ନାଥ ସେବା ସମ୍ମିଳନୀ ସମ୍ପାଦକ କାଶୀନାଥ ଖୁଣ୍ଟିଆ କହିଛନ୍ତି, ଯେଉଁ ବୈଠକ ଡାକଯାଇଛି ସେଥିରେ ଯେହେତୁ ଜିଲ୍ଲାପାଳ ଉପସ୍ଥିତ ରହୁଛନ୍ତି ଓ ସମସ୍ତଙ୍କୁ ବୈଠକରେ ଯୋଗଦେବା ପାଇଁ ଆହ୍ୱାନ କରିଛନ୍ତି ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି । ଯେଉଁ ଜିଲ୍ଲାପାଳ ନୀଳଦ୍ରୀ ବିଜେଠାରୁ ଆରମ୍ଭ କରି ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ସେବାୟତମାନଙ୍କୁ ନିନ୍ଦିତ କଲେ ଓ ସେମାନଙ୍କୁ ଲାଞ୍ଛିତ କରିଆସିଛନ୍ତି ସେଭଳି ପ୍ରଶାସନିକ ଅଧିକାରୀ ଯେହେତୁ ସେ ବୈଠକରେ ଉପସ୍ଥିତ ରହୁଛନ୍ତି ସେଥିପାଇଁ ଆମେ ସେ ସଭାକୁ ବର୍ଜନ କରିବାକୁ ଆମେ ସେବାୟତମାନଙ୍କୁ ଆହ୍ୱାନ କରିଛୁ । ( ଫାଇଲ ଫଟୋ )

ONA

Leave a Reply

Top