You are here
Home > ବଡ଼ଖବର > ଟିଟିଲାଗଡ଼ରେ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା

ଟିଟିଲାଗଡ଼ରେ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା

ଭୁନନେଶ୍ୱର: ବଲାଙ୍ଗୀର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ଛୁରି ଭୂଷି ହତ୍ୟା କରାଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୁଲିସ ପହଞ୍ôଚ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବଲାଙ୍ଗୀର ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ଏଭଳି ଘଟଣା ଘଟିଚାଲିଥିଲେ ମଧ୍ୟ ପୁଲିସ ଅପରାଧୀଙ୍କର ଟେର ପାଉନାହିଁ । ଏହା ଜିଲ୍ଲାର ଚତୁର୍ଥ ଘଟଣା ବୋଲି କୁହାଯାଉଛି ।
ଟିଟିଲାଗଡ଼ ଥାନା ଅନ୍ତର୍ଗତ ବୁରିବାହାଲ ରାସ୍ତାର ସାତବହନି ଗ୍ରାମ ନିକଟରେ ଏକ ଗଛରେ ଜଣେ ଯୁବତୀଙ୍କୁ ଗଛରେ ବନ୍ଧା ହୋଇଥିବା ଦେଖିବାକୁ ମିଳିଥିଲା । ତାଙ୍କ ଦେହରେ ଗୋଟିଏ ବି ବସ୍ତ୍ର ନ ଥିଲା । ସେ ସମ୍ପୂର୍ଣ୍ଣ ଉଲ୍ଲଗ୍ନ ଥିବା ସହ ଶରୀର ରକ୍ତ ଜୁଡୁବୁଡୁ ରହିଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଶବ ଜବତ କରିବା ପରେ ଜଣାପଡ଼ିଛି ତାଙ୍କୁ କେହି ଛୁରି ଭୂଷି ବା କୌଣସି ଧାରୁଆ ଅସ୍ତ୍ରରରେ ହତ୍ୟା କରିିଛି । ସମ୍ପୂର୍ଣ୍ଣ ଉଲଂଗ୍ନ ଥିବାରୁ ଦୁଷ୍କର୍ମ ସନ୍ଦେହ କରାଯାଉଛି । ପାରିପାଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କଲେ ଦୁର୍ବୃତ୍ତମାନେ ଯୁବତୀଙ୍କୁ ଉଲଂଗ୍ନ କରି ପ୍ରଥମେ ଦୁଷ୍କମ କରିଛନ୍ତି ତାହା ପରେ ଧରାପଡ଼ିବା ଭୟରେ ହତ୍ୟା କରିଛନ୍ତି । ଏଭଳି ଘଟଣାକୁ ନେଇ ଲୋକଙ୍କ ମନରେ ତୀବ୍ର ପ୍ରତିକ୍ରୀୟା ସୃଷ୍ଟି ହୋଇଛି । ଗୋଟିଏ ପରେ ଗୋଟିଏ ଘଟଣା ଏହିଭଳି ଘଟିଚାଲିଥିଲା ବେଳେ ଅପରାଧୀମାନଙ୍କୁ ପୁଲିସ ଧରିପାରୁନାହିଁ । ଗାଁର କିଛି ଲୋକେ ଜଙ୍ଗଲକୁ ଯାଇଥିବା ବେଳେ ଉଲଂଗ୍ନ ଅବସ୍ଥାରେ ରକ୍ତ ଜୁଡୁବୁଡୁ ହୋଇ ଗଛରେ ବନ୍ଧା ହୋଇଥିବା ଝିଅଟିକୁ ଦେଖିବାକୁ ପାଇଥିଲେ । ସାଙ୍ଗେ ସାଙ୍ଗେ ପୁଲିସକୁ ଖବର ଦିଆଯାଇଥିଲା । ପୁଲିସ ଆସି ପହଞ୍ôଚ ତଦନ୍ତ ଆରମ୍ଭ କରିଛି । ଯୁବତୀଙ୍କ ବୟସ ପ୍ରାୟ ୩୦ ହେବ । ତାଙ୍କ ଶରୀରରେ କୌଣସି ବସ୍ତ୍ର ନ ଥିଲା । ବସିଥିବା ଅବସ୍ଥାରେ ତାଙ୍କୁ ଗଛରେ ବନ୍ଧା ହୋଇଛି । ଯାହା ସନ୍ଦେହ କରାଯାଉଛି ସେଥିରେ ତାଙ୍କୁ ଜଣେ ନୁହେଁ ଏକାଧିକ ଦୁର୍ବୃତ୍ତ ଜୋର ଜବରଦସ୍ତି ସେଠାକୁ ଆଣି ଗଣଦୁଷ୍କର୍ମ କରିଛନ୍ତି । ପରେ ତାଙ୍କୁ ହତ୍ୟାକରି ବାନ୍ଧି ଫେରାର ହୋଇଯାଇଛନ୍ତି । ସେ ଯୁବତୀ କେଉଁ ଅଂଚଳର କେଉଁଠିକୁ ଆସିଲେ ତାହା ଜଣାପଡ଼ିନାହିଁ । କି ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କର ଟେର ମିଳିନାହିଁ । ପାଖ ଗାଁର ଯୁବତୀ ହୋଇ ନ ଥିବାରୁ ଶବ ଚିହ୍ନଟ ପାଇଁ ପୁଲିସକୁ ସମସ୍ୟା ରହିଛି । ଯୁବତୀଙ୍କ ପରିଚୟ ନ ମିଳିବା ପର୍ଯ୍ୟନ୍ତ ଏ ଘଟଣାର ରହସ୍ୟ ଉନ୍ମୋଚନ କରିବା କଷ୍ଟକର ହେବ ବୋଲି କୁହାଯାଉଛି ।
ଉକ୍ତ ଅଂଚଳରେ ୯/୧୦ ମାସ ତଳେ ମୁରିବାହାଲର ଜଣେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିଲା । ଏହା ପୂର୍ବରୁ ବରାଗାଁ ନଦୀ ପଠାରୁ ଜଣେ ଯୁବତୀଙ୍କ ଉଲଂଗ୍ନ ମୃତ ଦେହ ମିଳିଥିଲା । ତାଙ୍କୁ ମଧ୍ୟ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା । ଅପରାଧୀମାନେ ଏହି ଗୋଟିଏ ଢ଼ଙ୍ଗରେ ଅପରାଧ ଘଟାଇଛନ୍ତି । ଦୁଷ୍କର୍ମ ପରେ ହତ୍ୟା କରୁଛନ୍ତି । କୌଣସି ଘଟଣାରେ ପୁଲିସ ଏଯାଏଁ ଅପରାଧୀଙ୍କ ପାଖରେ ପହଞ୍ôଚବାରେ ସଫଳ ହୋଇ ନ ଥିବାରୁ ସେମାନେ ଏହିଭଳି ଗୋଟିଏ ପରେ ଗୋଟିଏ ଘଟଣା ଘଟାଇ ଚାଲିଛନ୍ତି । ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

ONA

Leave a Reply

Top