You are here
Home > ଅଧିକ ଖବର > ସିୱେଜ କମ୍ପାନୀ ଜିଏମଙ୍କ ହତ୍ୟାର ଷଡଯନ୍ତ୍ରକାରୀ ରାକେଶ ଚୌବେଙ୍କୁ ୩ ଦିନଆ ରିମାଣ୍ଡରେ ନେଲା ପୋଲିସ

ସିୱେଜ କମ୍ପାନୀ ଜିଏମଙ୍କ ହତ୍ୟାର ଷଡଯନ୍ତ୍ରକାରୀ ରାକେଶ ଚୌବେଙ୍କୁ ୩ ଦିନଆ ରିମାଣ୍ଡରେ ନେଲା ପୋଲିସ

ପାରାଦୀପ: ପାରାଦୀପ ସିୱେଜ କମ୍ପାନୀ ଜେନେରାଲ ମ୍ୟାଜେନର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ରାକେଶ ଚୌବେଙ୍କୁ ଶନିବାର ୩ ଦିନିଆ ରିମାଣ୍ଡରେ ନେଇଛି ପାରାଦୀପ ପୋଲିସ । ଜେରା ସମୟରେ ହତ୍ୟାକାଣ୍ଡ ବାବଦରେ ଅନେକ ତଥ୍ୟା ବାହାରକୁ ଆସିବ ବୋଲି ଆଶା କରାଯାଉଛି । ହତ୍ୟାକାଣ୍ଡରେ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି ସେ ସମ୍ପର୍କରେ ପୋଲିସ ଖୋଳତାଡ କରିବ । ଗତକାଲି ଏହି ମାମଲାର ଅନ୍ୟତମ ଅଭିଯୁକ୍ତ କୁହାଯାଉଥିବା କଂଗ୍ରେସ ନେତା ବାପି ସର୍ଖେଲଙ୍କୁ ପୋଲିସ ଗିରଫ କରିଥିଲା । ସେହିପରି ଅଭିଯୁକ୍ତ ରାକେଶ ଚୌବେଙ୍କ ସହ ସମ୍ପର୍କ ଅଭିଯୋଗରେ ପୋଲିସ ଗୁରୁବାର ବାପିଙ୍କ ଅଫିସରେ ରେଡ କରିବା ସହ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା  । ଏହାପରେ ପୋଲିସ ତାଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିବାକୁ ସେ ରଘୁନାଥପୁର ଥାନାରେ ହାଜର ହୋଇଥିଲେ ।

ONA

Leave a Reply

Top