You are here
Home > ପଲିଟିକ୍ସ > ଚର୍ଚ୍ଚାରେ ରାହୁଲଙ୍କ ଆଖି ମରା

ଚର୍ଚ୍ଚାରେ ରାହୁଲଙ୍କ ଆଖି ମରା

ଭୁବନେଶ୍ୱର: ଆଜି ସଂସଦରେ ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥାର ଆଲୋଚନା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଆଚରଣକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି । ଆଜି ଲୋକସଭାରେ ଗୃହରେ ବିରଳ ଦୃଶ୍ୟ ମଧ୍ୟ ଦେଶବାସୀ ଦେଖିବାକୁ ପାଇଛନ୍ତି । ପାର୍ଲାମେଣ୍ଟ ଇତିହାସରେ ମଧ୍ୟ ଏଭଳି ଘଟଣା ବିରଳ ବୋଲି କୁହାଯାଉଛି । କଂଗ୍ରେସ ଓ ଟିଡିପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ସରକାର ବିରୋଧରେ ଅନାସ୍ତାପ୍ରସ୍ତାବ ଅଣାଯାଇଥିଲା । ଏହି ପ୍ରସ୍ତାବ ଉପରେ ଲୋକସଭାରେ ଆଲୋଚନା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମନଭରୀ ମୋଦିଙ୍କୁ ଗାଳି କରିଥିଲେ । ମନଇଛା ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ ଏବଂ ବର୍ଷିଥିଲେ । ରାହୁଲ ବକ୍ତବ୍ୟ ରଖିସାରିବା ପରେ ସିଧା ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ଯାଇ ତାଙ୍କ ସହ ହାତ ମିଳାଇଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କୁ କୋଳାଇ ନେଇଥିଲେ । ହାତ ମିଳାଇବା ସହ ରାହୁଲଙ୍କ ପିଠି ମୋଦି ଥାପୁଡ଼ାଇଥିଲେ । ମୋଦି ଏହି ବ୍ୟବହାର ଦେଖାଇଲାବେଳେ କୌଣସି ପ୍ରକାର ବିରକ୍ତଭାବ ପ୍ରଦର୍ଶନ କରି ନ ଥିଲେ ବରଂ ହସିଥିଲେ । ଏହି ଦୃଶ୍ୟ ଦେଖି ସଂସଦରେ ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ରାହୁ କେବଳ ଆଲିଙ୍ଗନ କରିଥିଲେ ତାହା ନୁହେଁ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ “ଆପଣ ମୋତେ ଗାଳି ଦେଇ ପାରନ୍ତି, ପପୁ କହି ପାରନ୍ତି, ହେଲେ ଆପଣଙ୍କ ପାଇଁ ମୋ ମନରେ ଟିକିଏ ହେଲେ ରାଗ ନାହିଁ । ଏ ଦେଶକୁ କଂଗ୍ରେସ ଗଢ଼ିଛି, ଏକଥାକୁ ଆପଣ ଭୁଲିଯିବା ଉଚିତ ନୁହେଁ । ଆପଣ ସମସ୍ତଙ୍କୁ ମୁଁ କଂଗ୍ରେସ କରାଇବି ।” ନୈତିକତା ଭିତରେ ରାହୁଲଙ୍କ ଏହି ଶିଷ୍ଟାଚାରକୁ ନେଇ ବେଶ ଚର୍ଚ୍ଚା ଚାଲିଛି । ମୋଦିଙ୍କୁ କୁଣ୍ଢାଇବା ପରେ ରାହୁଲ ଗାନ୍ଧି ନିଜ ଆସନରେ ଆସି ବସିଥିଲେ। ଏହାପରେ ସେ ଆଖି ମିଟିକା ମାରି କଂଗ୍ରେସର ଅନ୍ୟ ସଦସ୍ୟମାନଙ୍କୁ ସ୍ମିତହାସ୍ୟ  ଦେଇଥିଲେ। ବାରମ୍ବାର ରାହୁଲଙ୍କ ଏଭଳି ଆଚରଣ ବେଳର ଦୃଶ୍ୟ, ଏବେ ସୋଶାଲ୍‌ ମଡିଆରେ ଭାଇରାଲ୍‌ ହେଉଛି।ସେପଟେ ସଂସଦରେ ରାହୁଲ ଗାନ୍ଧିଙ୍କ ଏପରି ଆଚରଣକୁ ନେଇ ବାଚସ୍ପତି ସୁମିତ୍ରା ମହାଜନ ବିରକ୍ତି ପ୍ରକାଶ କରିଛନ୍ତି । ରହୁଲଙ୍କୁ ତାଗିଦ କରି ବାଚସ୍ପତି କହିଛନ୍ତି ,ଏହା ସଂସଦ ଡ୍ରାମା ସୋ ନୁହେଁ ବୋଲି କହିବା ସହ ପ୍ରଧାନମନ୍ତ୍ରୀଙ୍କ ମଯ୍ୟାଦାକୁ ସମ୍ମାନ ଦିଆଯିବା ଉଚିତ ଓ ସଂସଦର ମର୍ଯ୍ୟାଦା ବଜାୟ ରଖିବାକୁ ରାହିୁଲଙ୍କୁ କହିଲେ ବାଚସ୍ପତି । ଏହାକୁ ନେଇ ଆଜି ସୋସିଆଲ ମିଡିଆ ଓ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।

More from my site

ONA

Leave a Reply

Top