You are here
Home > ଲାଟେଷ୍ଟ > ୨୦୧୯ ପାଇଁ କଂଗ୍ରେସର ରୋଡମ୍ୟାପ : ଅଗଷ୍ଟରେ ଆସିବେ ରାହୁଲ

୨୦୧୯ ପାଇଁ କଂଗ୍ରେସର ରୋଡମ୍ୟାପ : ଅଗଷ୍ଟରେ ଆସିବେ ରାହୁଲ

ଭୁବନେଶ୍ୱର : ଅଗଷ୍ଟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଆସିବେ । ଆଜି ଏଥିପାଇଁ କଂଗ୍ରେସ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିସହିତ ୨୦୧୯ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଛି । ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତାଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଅଧକ୍ଷଥାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଜିଲ୍ଲା ସଭାପତି, କାର୍ଯ୍ୟକାରୀ ସଭାପତି ପ୍ରମୁଖ ଯୋଗ ଦେଇଛନ୍ତି । ପିସିସି ଓ ଜିଲ୍ଲା କମିଟିରେ କାହାକୁ ରଖାଯିବ ଏବଂ କାହାକୁ ବାଦ୍ ଦିଆଯିବ, ସେ ସମ୍ପର୍କରେ ଆଲୋଚନା ହୋଇଛି । ବିଭିନ୍ନ ସଂସଦୀୟ କ୍ଷେତ୍ରରୁ ନେତା ମନୋନୟନ ସମ୍ପର୍କରେ ଏଆଇସିସି ତରଫରୁ ଦିଆଯାଇଥିବା ସମୟ ସୀମା ଶେଷ ହୋଇଥିବାରୁ ପିସିସି ସଭାପତି ଶ୍ରୀ ପଟ୍ଟ ନାୟକ କହିଛନ୍ତି, ଏ ସମ୍ପର୍କରେ ଖୁବ ଶୀଘ୍ର ଚୂଡ଼ାନ୍ତ କାଲିକା ପ୍ରକାଶ ପାଇବ । ଆଜିଠାରୁ ଆରମ୍ଭ ହୋଇଥିବା ଏହି ବୈଠକ ୩ ଦିନ ପର୍ଯ୍ୟନ୍ତ ଚାଲିବ । ରାଜ୍ୟର ୩୦ ଜିଲ୍ଲାରୁ ୩୦ ପ୍ରମୁଖ ନେତା ଚୟନ କରାଯିବ । ବିଜେଡିର ‘ମୋ ଗାଁ, ମୋ ବିକାଶ’ ଭଳି କଂଗ୍ରେସ ମଧ୍ୟ ପ୍ରସ୍ତୁତ କରିଛି ‘ମୋ ଗାଁ, ମୋ ନେତା’ । ଏହି କାର୍ଯ୍ୟକ୍ରମରେ ପିସିସି କର୍ମକର୍ତ୍ତାଙ୍କ ସହ କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ଯୋଗ ଦେବେ । କଂଗ୍ରେସର ଛାତ୍ର, ମହିଳା, କୃଷକ ଓ ସଂଖ୍ୟାଲଘୁ ସେଲ୍ ମଧ୍ୟ ‘ମୋ ଗାଁ, ମୋ ନେତା’ କାର୍ଯ୍ୟକ୍ରମରେ ଭାଗ ନେବେ । ଅଗଷ୍ଟରେ ରାହୁଲ ଗାନ୍ଧିଙ୍କ ଗସ୍ତ ପୂର୍ବରୁ ରାଜ୍ୟ ସଂଗଠନକୁ ସୁଦୃଢ଼ କରିବାକୁ ଆଜିର ବୈଠକରେ ବିସ୍ତୃତ ଆଲୋଚନା ହୋଇଛି । ବୈଠକରେ ବରିଷ୍ଠ ନେତା ଚିରଂଜୀବ ବିଶ୍ୱାଳ, ନବକିଶୋର ଦାସ ଓ ପ୍ରଦୀପ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

ONA

Leave a Reply

Top