You are here
Home > ଲାଇଫ୍ ଷ୍ଟାଇଲ୍ > ରାଜଧାନୀକୁ ରାହାଗିରି ଫେରିଲା ‘ପଥୋତ୍ସବ’ ରୂପରେ

ରାଜଧାନୀକୁ ରାହାଗିରି ଫେରିଲା ‘ପଥୋତ୍ସବ’ ରୂପରେ

ଭୁବନେଶ୍ୱର : ରାଜଧାନୀକୁ ରାହାଗିରି ଫେରିଲା ନୂଆ ରୂପରେ। ଆଜିଠୁ ରାହଗିରିର ନବକଳେବର‘ଭୁବନେଶ୍ୱର ପଥ ଉତ୍ସବ’ ଶୁଭାରମ୍ଭ ହୋଇଛି। ଦୀର୍ଘ 27 ସପ୍ତାହର ବ୍ୟବଧାନ ପରେ ରବିବାର ସକାଳୁ ସକାଳୁ ରାଜଧାନୀର ଜନପଥରେ ପୁଣି ଜମିଲା ଗହଳି ଚହଳି। ରାସ୍ତା ଉପରେ ୪ଘଣ୍ଟା କାଳ ନାଚ, ଗୀତ ଓ ଖେଳକୁଦ ଝୁମିଲେ ରାଜଧାନୀବାସୀ। ଭୁବନେଶ୍ବର ମହାନଗର ନିଗମର କମିଶନର କିଶନ କୁମାର ରାଜପଥରେ କ୍ରିକେଟ ଖେଳିଲେ। ଏବେ ‘ଭୁବନେଶ୍ୱର ପଥ ଉତ୍ସବ’ର ଟ୍ୟାଗ୍ ଲାଇନ୍ ରହିଛି ଆମ ସହର ଆମ ରାସ୍ତା। କିନ୍ତୁ ରାହଗିରି ଭଳି ପଥ ଉତ୍ସବ କାର୍ଯ୍ୟକ୍ରମରେ ବି ଜନପଥରେ ମନୋରଞ୍ଜନ କରିବାକୁ ଲୋକଙ୍କୁ ସବୁ ପ୍ରକାରର ସୁଯୋଗ ଦେଇଛି। ପ୍ରଥମ ‘ପଥ ଉତ୍ସବ’ରେ ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ମୁଖ୍ୟଅତିଥି ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‌ଘାଟକ ଭାବେ ଯୋଗ ଦେଇଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଯୋଗ ଦେଇଥିଲେ।
ଭୁବନେଶ୍ବରରେ ରାହଗିରି ୨୭ସପ୍ତାହ ଚାଲିବା ପରେ ଏହାକୁ ବନ୍ଦ ହୋଇଥିଲା। ଏହାକୁ ଏକ ନୂଆ ନାଁରେ ଆରମ୍ଭ କରିବାକୁ ସ୍ଥିର ହେଲା। ଏଥିପାଇଁ ଲୋକଙ୍କ ଠାରୁ ସୋସିଆଲ ମିଡିଆ ଯଥା-ଫେସବୁକ୍‌, ହ୍ଵାଟସଆପ୍‌, ମେସେଜ୍‌ ଏବଂ ଚିଠି ମାଧ୍ୟମରେ ମତାମତ ମଗା ଯାଇଥିଲା। ୪୯୦ଜଣ ଫେସବୁକ୍‌ରେ ମତ ଦେଲେ, ୩୨ଜଣ ଚିଠି ମାଧ୍ୟମରେ ଏବଂ ବାକି ମତ ହ୍ଵାଟସଆପ୍‌ ଓ ମେସେଜ୍‌ ମାଧ୍ୟମରେ ଆସିଥିଲା। ଲୋକନାଥ ପାତ୍ର, ଭରତ ଭୂଷଣ ସାହୁ, ଧ୍ରୁବ ପତଓ୍ଵାରି ପଠାଇଥିବା ନାମ ‘ପଥ ଉତ୍ସବ’କୁ ବିଚାରକ ମଣ୍ଡଳୀ ବାଛିଥିଲେ। ସେହିପରି ଭୁବନେଶ୍ୱର ପଥ ଉତ୍ସବର ଟ୍ୟାଗ୍‌ ଲାଇନ୍‌ ଭାବେ ମଧୁମିତା ରଥ ପଠାଇଥିବା ‘ଆମ ସହର, ଆମ ରାସ୍ତା’କୁ ବଛାଯାଇଛି। ପ୍ରତ୍ୟେକଙ୍କୁ ‘ଭୁବନେଶ୍ୱର ପଥ ଉତ୍ସବ’ରେ ଦୁଇ ହଜାର ଟଙ୍କା ଲେଖାଏଁ ଅର୍ଥ ରାଶି ଦେଇ ପୁରସ୍କୃତ କରାଯାଇଛି।

ONA

Leave a Reply

Top