You are here
Home > ବିଶେଷ > ବିଶ୍ୱଯୁଦ୍ଧର ଆଶଙ୍କା: ସିରିଆକୁ ନେଇ ଆମେରିକା-ଋଷିଆ ମୁହାମୁହିଁ

ବିଶ୍ୱଯୁଦ୍ଧର ଆଶଙ୍କା: ସିରିଆକୁ ନେଇ ଆମେରିକା-ଋଷିଆ ମୁହାମୁହିଁ

ୱାଶିଂଟନ: ସିରିଆ ଉପରେ ଚାଲିଛି ଭୀଷଣ ଆକ୍ରମଣ । ଦେଖାଦେଇଛି ଯୁଦ୍ଧର ଘନଘଟା । ସିରିଆକୁ ନେଇ ମୁହାଁମୁହିଁ ହେଉଛନ୍ତି ବିଶ୍ୱର ୨ଟି ସାମରିକ ଶକ୍ତି ଆମେରିକା ଓ ଋଷିଆ । ମିଳିତ ହେଉଛନ୍ତି ବିଶ୍ୱର ବୃହତ ସାମରିକ ଶକ୍ତିମାନେ । ସିରିଆ ପରିସ୍ଥିତିକୁ ନେଇ ଦେଖାଯାଇଛି ବିଶ୍ୱଯୁଦ୍ଧର ଆଶଙ୍କା ।

କେବଳ ସିରିଆ ନୁହେଁ, ସାରା ବିଶ୍ୱ ଏବେ ଆତଙ୍କିତ । ସିରିଆରେ ଦେଖାଦେଇଥିବା ଯୁଦ୍ଧ ପରିସ୍ଥିତିକୁ ନେଇ ଉପୁଜୁଛି ସାମରିକ ଶକ୍ତିଙ୍କ ମଧ୍ୟରେ ବିବାଦ । ସିରିଆ ଉପରେ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ଆକାଶମାର୍ଗରୁ କରିଛନ୍ତି ଧୁଆଁଧାର ଆକ୍ରମଣ । ଏହି ଆକ୍ରମଣକୁ ଖୋଲାଖୋଲି ପ୍ରତିବାଦ କରିଛନ୍ତି ବିଶ୍ୱର ବୃହତ ଶକ୍ତି ଋଷିଆ । ଏହି ଆକ୍ରମଣ ଦ୍ୱାରା ମାନବିକ ଅଧିକାରର ଉଲ୍ଲଙ୍ଘନ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏନେଇ ମିଳିତ ଜାତିସଂଘ ବୈଠକ ଡ଼କାଇଛନ୍ତି ପୁଟିନ । ତେବେ ସିରିଆର ଦୌମା ସହର ଉପରେ ଋଷିଆ ରାସାୟନିକ ଆକ୍ରମଣ କରିଥିବା ନେଇ ଆମେରିକାର ଅଭିଯୋଗକୁ ଖଣ୍ଡନ କରିଛନ୍ତି ଋଷିଆ ରାଷ୍ଟ୍ରପତି ।

ତେବେ ଯାହା ହେଉନା କାହିଁକି, ଏବେ ଗୃହଯୁଦ୍ଧ ଯୋଗୁଁ ସିରିଆରେ ଦେଖାଯାଇଛି ଉକ୍ରଟ ଶରଣାର୍ଥୀ ସମସ୍ୟା । ପୋକମାଛି ପରି ହନ୍ତସନ୍ତ ହେଉଛନ୍ତି କିଛି ନୀରିହ ମଣିଷ । ମାନବିକତାକୁ ଦୃଷ୍ଟିରେ ରଖି ସିରିଆରେ ଶାନ୍ତି ସ୍ଥାପନ ଲାଗି ଅନୁରୋଧ କରିଛନ୍ତି ବିଶ୍ୱ ସମୁଦାୟ । କିନ୍ତୁ ସିରିଆରେ ଏପରି ଆକ୍ରମଣ ଯଦି ଜାରି ରହେ ତେବେ ଏକ ବିଶ୍ୱଯୁଦ୍ଧର ପରିସ୍ଥିତି ଯେ ନ ଉପୁଜିବ ତାହା କହିହେବ ନାହିଁ ।

ONA

Leave a Reply

Top