You are here
Home > ଲାଟେଷ୍ଟ > ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା :ପୁଣି ରିମାଣ୍ଡରେ ପୁଞ୍ଜିଲାଲ,ଡେମୋ ଦେଖିବ କ୍ରାଇମବ୍ରାଞ୍ଚ

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା :ପୁଣି ରିମାଣ୍ଡରେ ପୁଞ୍ଜିଲାଲ,ଡେମୋ ଦେଖିବ କ୍ରାଇମବ୍ରାଞ୍ଚ

ବଲାଙ୍ଗୀର : ପୁଣି ରିମାଣ୍ଡରେ ପୁଞ୍ଜିଲାଲ ମେହେର । ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲକୁ ୫ଦିନ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ୮ଦିନ ରିମାଣ୍ଡରେ ନେବାକୁ ପାଟଣାଗଡ ଏସଡିଜେଏମ୍ କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ତେବେ କୋର୍ଟ ୫ଦିନ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି । ଯାହା ସୂଚନା ମିଳିଛି ପୁଞ୍ଜିଲାଲକୁ ରାୟପୁର ନେବ କ୍ରାଇମବ୍ରାଞ୍ଚ । ରାୟପୁରରେ କେଉଁଠିକୁ ଯାଇଥିଲେ, କେମିତି ବୋମା କୋରିୟର କରିଥିଲେ ସେ ସମ୍ପର୍କରେ କ୍ରାଇମବ୍ରାଞ୍ଚକୁ ଡେମୋ ଦେଖାଇବେ ପୁଞ୍ଜିଲାଲ । ଗତ ୨୬ ତାରିଖରୁ ୬ଦିନ ରିମାଣ୍ଡରେ ନେଇ ଜେରା କରିଥିଲା କ୍ରାଇମବ୍ରାଞ୍ଚ । ଜେରା ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ପୁଞ୍ଜିଲାଲ ପଠାଇଥିବା ପାର୍ସଲ ବୋମା ବିସ୍ଫୋରଣରେ ସୌମ୍ୟଶେଖର ଓ ତାଙ୍କ ଜେଜେମାଙ୍କର ମୃତ୍ୟୁ ହୋଇଥିଲା ।

ONA

Leave a Reply

Top