You are here
Home > ଏଣ୍ଟରଟେନମେଣ୍ଟ > ସୁନ୍ଦରୀ ପ୍ରିୟଙ୍କାଙ୍କ ଅସୁନ୍ଦର ଅଙ୍ଗ

ସୁନ୍ଦରୀ ପ୍ରିୟଙ୍କାଙ୍କ ଅସୁନ୍ଦର ଅଙ୍ଗ

ଦେଶୀଗର୍ଲ ସୁନ୍ଦରୀ ପ୍ରିୟଙ୍କାଙ୍କର ପୁଣି କେଉଁ ଅଙ୍ଗ ଅସୁନ୍ଦର? ଯେଉଁଥିପାଇଁ ଫିଲ୍ମ ବି ତାଙ୍କର ହାତଛଡା ହୋଇଗଲା । ଖୁବ ଶୀଘ୍ର ପ୍ରିୟଙ୍କାଙ୍କ ଉପରେ ଏକ ପୁସ୍ତକ ପ୍ରକାଶ ହେବାକୁ ଯାଉଥିବା ବେଳେ ଏଥିରେ ତାଙ୍କ ବିଷୟରେ ରହିଛି ନାନା ଜଣା ଅଜଣା କଥା । ଏଥିସହ ପ୍ରିୟଙ୍କାଙ୍କ ବିଷୟରେ ବହୁ ଗୋପନ କଥା ମଧ୍ୟ ସ୍ଥାନ ପାଇବ ବୋଲି କୁହାଯାଉଛି ।
୨୦୧୯ରେ ପ୍ରକାଶିତ ହେବାକୁ ଥିବା ଏହି ପୁସ୍ତକର ନାମ ରହିଛି ଅନଫିନିଶ୍ଡ । ପ୍ରିୟଙ୍କାଙ୍କ ସମ୍ପର୍କରେ ଜଣା ଅଜଣା ସମସ୍ତ ତଥ୍ୟ ପୁସ୍ତକରେ ସ୍ଥାନ ପାଇବ । ଆମେରିକା ଓ ବ୍ରିଟେନର ପୁସ୍ତକ ପ୍ରକାଶନ ସଂସ୍ଥା ବେଲେନଟାଇନ ବୁକ ପ୍ରକାଶନ ଦାୟିତ୍ୱ ନେଇଛି । ଏହି ବହିରେ ଅଭିନେତ୍ରୀ, ନିର୍ମାତା, ସାମାଜିକ କର୍ମକର୍ତ୍ତା ଓ ୟୁନିସେଫ କିଛି ପ୍ରତିନିଧିଙ୍କ ମତ ନିଆଯାଇଛି ।
ଦେଶୀ ଗର୍ଲ ମଧ୍ୟ ଏହି ବହିକୁ ନେଇ ବେଶ ଉତ୍ସାହିତ ଅଛନ୍ତି । ବହିର ଅନ୍ଦାଜ ସମ୍ପୂର୍ଣ୍ଣ ତାଙ୍କ ପରି ସଚ୍ଚୋଟ, ମଜାଳିଆ, ଦମଦାର, ନିର୍ଭୀକ ହେବ ବୋଲି କହିଛନ୍ତି ପ୍ରିୟଙ୍କା ଚୋପ୍ରା । ସଫଳତା, ବିଫଳତା ନେଇ ଥିବା ତାଙ୍କର ଏହି ବଲିଉଡ ଯାତ୍ରାକୁ ସେ କେବେ କାହା ସହ ସେୟାର କରିନାହାନ୍ତି । ମାତ୍ର ଏବେ ଏହାକୁ ସେୟାର କରିବେ ବୋଲି କହିଛନ୍ତି । ଏହି ବହି ସମାଜର ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ପାଲଟିବ ବୋଲି ପ୍ରିୟଙ୍କା କହିଛନ୍ତି ।
ଏହାପୂର୍ବରୁ ଜଣାଶୁଣା ଲେଖକ ଦ ଡାର୍କ ହର୍ସ ନାମରେ ଏକ ବହି ଲେଖିଥିଲେ । ଏହି ବହିରେ ପ୍ରିୟଙ୍କାଙ୍କ ଲାଇଫର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଛି । ଏଥିରେ ପ୍ରିୟଙ୍କାଙ୍କ ସେହି ଅଙ୍ଗ ଉପରେ ମଧ୍ୟ ବର୍ଣ୍ଣନା କରାଯାଇଛି, ଯାହାକୁ ନେଇ ପ୍ରିୟଙ୍କାଙ୍କ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିଜରେ ସମସ୍ୟା ଦେଖା ଯାଇଥିଲା । ୧୮ ବର୍ଷ ବୟସରେ ପ୍ରିୟଙ୍କାଙ୍କୁ ବବି ଦେଓଲଙ୍କ ବିପକ୍ଷରେ ଅଭିନୟ କରିବାର ମୌକା ମିଳିଥିଲା । କିନ୍ତୁ ପ୍ରିୟଙ୍କାଙ୍କ ନାକ କାରଣରୁ ସେ ନିଜକୁ ଖାପ ଖୁଆଇ ପାରିନଥିଲେ । ଫଳରେ ଫିଲ୍ମରୁ ପ୍ରିୟଙ୍କାଙ୍କୁ ବାଦ ଦିଆଯାଇଥିଲା । ସଫଳତା ପାଇବା ପଛରେ ପ୍ରିୟଙ୍କାଙ୍କ ସଂଘର୍ଷପୂର୍ଣ୍ଣ କାହାଣୀ ଏହି ପୁସ୍ତକରେ ସ୍ଥାନ ପାଇଛି ।

ONA

Leave a Reply

Top