You are here
Home > ବଡ଼ଖବର > ବିଜେଡି ଉପରେ କଂଗ୍ରେସରେ ଆଖି : ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରାଜ୍ୟସଭା ଡେପୁଟି ଚେୟାରମ୍ୟାନ ଥୋପ

ବିଜେଡି ଉପରେ କଂଗ୍ରେସରେ ଆଖି : ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରାଜ୍ୟସଭା ଡେପୁଟି ଚେୟାରମ୍ୟାନ ଥୋପ

ଭୁବନେଶ୍ବର : ବିଜେଡି କୁ ନେଇ ଜାତୀୟ ରାଜନୀତିରେ ଜୋର ଚର୍ଚ୍ଚା। ମୋଦି ବ୍ରେକ ଦେବାକୁ କଂଗ୍ରେସ ସମର୍ଥିତ ଆଞ୍ଚଳିକ ଦଳ ଏକାଠି ହେଉଥିବାବେଳେ ସେଥିରେ ବିଜେଡିକୁ ସାମିଲ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଖୋଦ ରାହୁଲ ଗାନ୍ଧୀ ଏ ନେଇ ନବୀନଙ୍କ ସହ ଯୋଗାଯୋଗରେ ଅଛନ୍ତି ଆଲୋଚନା ଜୋର ହେଉଛି। ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରାଜ୍ୟସଭା ଡେପୁଟି ଚେୟାର ମ୍ୟାନ ପଦବୀ ଥୋପ ଦେଇ ମୋଦି ବିରୋଧୀ ମେଣ୍ଟରେ ମିଶଇବାକୁ କଂଗ୍ରେସ କରିଛି ଯୋଜନା। ହେଷଲ ଏସବୁ ଚର୍ଚ୍ଚାକୁ ବିଜେଡି ଓ କଂଗ୍ରେସ ନେତା ସ୍ବୀକାର କରୁନାହାନ୍ତି….
ବିଜେଡି ଉପରେ କଂଗ୍ରେସରେ ଆଖି। ବିଜେଡିକୁ ନିଜ ଫୋଲ୍ଠକୁ ଆଣିବା ପାଇଁ କଂଗ୍ରେସ ଫାନ୍ଦ ତିଆରି କରିଛି।ଖୁବ ଶିଘ୍ର ଖାଲି ପଡିବକେୁ ଯାଉଥିବା ରାଜ୍ୟସଭା ଡେପୁଟି ଚେୟାରମ୍ୟାନ ଥୋପ ପକାଇ ଦେଶରେ ମୋଦି ବିରୋଧୀ ଗ୍ରାଣ୍ତ ଆଲିୟାନ୍ସରେ ବିଜେଡିକୁ ସାମିଲା ପାଇଁ ସଜବାଜ ହେଉଛି କଂଗ୍ରେସ। ଏନେଇ ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଖୋଦ ରାହୁଲ ଗାନ୍ଧୀ କୁଆଡେ ନବୀନଙ୍କ୍ ସହିତ ବ୍ୟାକ ଡୋରରେ କଥା ହୋଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ଏଭଳି କରି ବିଜେପିର ମିଶନ ଇଷ୍ଟ ପ୍ଲାନରେ ପାଣି ପକାଇବା ପାଇଁ କଂଗ୍ରେସ ଅଣ୍ଟାଭିଡିଛି।ତେବେ ଏଭଳି ଖବରକୁ ନା କଂଗ୍ରେସ ନା ବିଜେଡିର ନେତା ସ୍ବିକାର କରୁଛନ୍ତି।
ଜାତୟ ଗଣ ମଧ୍ୟମ ଚର୍ଚ୍ଚା ଅନୁସାରେ ସାସଂଦ ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ରେସରେ ଅଛନ୍ତି।ଯେହେତୁ ନବୀନ ପଟ୍ଟନାୟକ ଓ ସୋନିଆ ଗାନ୍ଧୀଙ୍କ ଭିତରେ ବନ୍ଧୁତା ରହିଛି, ତେଣୁ ବିଜେପିକୁ ଅଟକାଇବାକୁ ଏଭଳି ଏକ ପ୍ରାୟସ ଆରମ୍ଭ ହୋଇଥିବା କୁହାଯାଉଛି।ଯେହେତୁ କର୍ଣ୍ଣାଟକ ଓ ଉତ୍ତର ପ୍ରଦେଶରେ ସମସ୍ତ ବିଜେପି ବିରୋଧୀଦଳକୁ ଏକ କରି କଂଗ୍ରେସ ସଫଳତା ପାଉଛିତେଣୁ ଓଡିଶା କ୍ଷେତ୍ରରେ ସେହି ଫର୍ମୁଲା ଆପଣାଇବାକୁ ଯୋଜନା ହେଉଥିବା ଆଲୋଚନା ଚାଲିଛି। ବିଜେପିର କହିବା କଥା ସେମାନେ ଯାହା କହୁଥିଲେ କଂଗ୍ରେସ ଓ ବିଜେଡି ଉଭୟ ଉଭୟଙ୍କ ଆଶା ବାଡି ତାହା ଧିରେ ଧିରେ ସାମ୍ନାକୁ ଆାସୁଛି।
ରାଜ୍ୟସଭା ଉପାଧ୍ୟକ୍ଷ ପାଇଁ ୧୨୨ ରାଜ୍ୟସଭା ସାଂସଦଙ୍କ ସମର୍ଥନ ଦରକାର।ବିଜେପି ହାତରେ ଏ ସଂଖ୍ୟା ନାହିଁ ।ମାତ୍ର ୧୦୫ ସାସଂଦ ବିଜେପିର ଥିବାବେଳେ ସ୍ବାଧୀନ ସଦସ୍ୟଙ୍କୁ ମିଶାଇଲେ ମଧ୍ୟ ଏହି ପଦକୁ ହାତେଇବା କଷ୍ଟ ସାଧ୍ୟ ହେବ। ତେଣୁ କଂଗ୍ରେସ ନିଜକୁ ସାମ୍ନାକୁ ନଆଣି ବିଜେଡିକୁ ବିଜେପି ବିରୋଧୀ ମେଣ୍ଟରେ ସାମିଲ ପାଇଁ ପଛ ଦ୍ବାରରେ ଏଭଳି ଗୋଟି ଚଳାଉଛି। ତୃଣ ମୂଳ କଂଗ୍ରେସର ସୁଖେନ୍ଦୁ ରାୟ ଙ୍କ ନାଁ ମଧ୍ୟ ଏହି ପଦ ପାଇଁ ଚର୍ଚ୍ଚାରେ ଅଛି।

ONA

Leave a Reply

Top