You are here
Home > ଲାଟେଷ୍ଟ > କଳା ଟଙ୍କାକୁ ଧଳା କରିବା ଅଭିଯୋଗ: ସମ୍ବଲପୁର ଏସବିଆଇ ଶାଖାରେ ତନାଘନା

କଳା ଟଙ୍କାକୁ ଧଳା କରିବା ଅଭିଯୋଗ: ସମ୍ବଲପୁର ଏସବିଆଇ ଶାଖାରେ ତନାଘନା

ସମ୍ବଲପୁର: ସମ୍ବଲପୁର ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖାରେ କଳା ଟଙ୍କାକୁ ଧଳା ଟଙ୍କା କରିବା ଉଦ୍ୟମ ଅଭିଯୋଗକୁ ନେଇ ଖୋଳତାଡ ଆରମ୍ଭ ହୋଇଛି । ବରିଷ୍ଠ ଅଧିକାରୀମାନେ ଆଜି ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖାରେ ଟ୍ରାଞ୍ଜାକସନ୍ ନେଇ ଯାଞ୍ଚ କରାଯାଇଛି । ଗତକାଲି ପୋଲିସ କଳା ଟଙ୍କା ଧଳା କରିବା ଲାଗି ଉଦ୍ୟମ ଚାଲିଥିବା ବେଳେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲା । ପୋଲିସ ୮୫ ଲକ୍ଷ ଟଙ୍କାର ନୂଆ ନୋଟ୍ ସହ ୧ କୋଟି ୪୨ ଲକ୍ଷ ୯୧ ହଜାର ୫୦୦ ଟଙ୍କା ଜବତ କରିଥିଲା । ଏହି ବେଆଇନ କାରବାରରେ ସଂପୃକ୍ତ ଜଣେ ମଦବେପାରୀ ଓ ତାଙ୍କ ତିନି ପୁଅ ଏବଂ ସେମାନଙ୍କୁ ସହଯୋଗ କରିଥିବା ଅଭିଯୋଗରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର ଜଣେ ଅଧିକାରୀଙ୍କ ସହିତ ୮ ଜଣଙ୍କୁ ଗିରଫ କରାଯାଇଥିଲା । ବେପାରୀଙ୍କ ପାଖରୁ ୨ଟି ପିସ୍ତଲ ଓ ୫ ଗୁଳି ମଧ୍ୟ ଜବତ ହୋଇଥିଲା । ବିପୁଳ କଳାଧନ ଜବତ ହେବାରେ ଏହା ପୂର୍ବ ଭାରତର ପ୍ରଥମ ଘଟଣା ବୋଲି କୁହାଯାଉଛି । ଏହି ଘଟଣାରେ ଗିରଫ ବ୍ୟକ୍ତିମାନେ ହେଲେ ସ୍ଥାନୀୟ ସୁନାପାଲିର ମଦବେପାରୀ ଜିୟାରତ ଅଲୀ (୫୯), ତାଙ୍କ ତିନି ପୁଅ ମହମ୍ମଦ କେଫି (୩୫), ରିଆକତ ଅଲି(୩୩) ଓ ସବାତିନ ଅଲି (୩୧), ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର ଜନସମ୍ପର୍କ ଅଧିକାରୀ ରଶ୍ମିରଞ୍ଜନ ରାଉତ (୩୬) ଓ ତାଙ୍କ ବଡ଼ ଭାଇ ପଙ୍କଜ କୁମାର ରାଉତ(୪୩) ଏହି କାରବାରରେ ମଧ୍ୟସ୍ଥ ଭୂମିକା ଗ୍ରହଣ କରିଥିବା ସ୍ଥାନୀୟ ମାରୱାଡ଼ିପଡ଼ାର କପିଳ ଝାଝରିଆ(୩୭) ଓ ନୟାପଡ଼ା ନିବାସୀ ରବି ତ୍ରିବେଦୀ (୪୦) । ଘଟଣା କ୍ରମରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ଉକ୍ତ କାରକୁ ପିଛା କରି ମହିଳା କଲେଜ ସମ୍ମୁଖରେ ଧରିଥିଲା । ସେଥିରେ ଥିବା ଜିୟାରତ ଅଲି ପ୍ରଥମେ ଗାଡ଼ି ଯାଞ୍ଚ କରିବାକୁ ମନା କରିଥିଲେ; ମାତ୍ର ପୋଲିସ ଜୋର କରି ଗାଡ଼ି ଯାଞ୍ଚ କଲା ବେଳେ ସେଥିରୁ ପ୍ରଥମେ ୨ଟି ଗୁଳିଭର୍ତ୍ତି ପିସ୍ତଲ ବାହାରିଲା । ପୋଲିସ ସନେ୍ଦହରେ ଆହୁରି ଯାଞ୍ଚ କଲା ବେଳେ କିଛି ନୋଟଭର୍ତ୍ତି ବସ୍ତା ମିଳିଥିଲା । କାରରୁ ୧ କୋଟି ୧୫ ଲକ୍ଷ ୨୨ ହଜାର ୫୦୦ ଟଙ୍କାର ନୋଟ ମିଳିଥିଲା । ଏହା ପରେ ଜିୟାରତଙ୍କ ଘର ଉପରେ ଚଢ଼ଉ କରି ଆହୁରି ୧୯ ଲକ୍ଷ ୩୮ ହଜାର ୫୫୦ ଟଙ୍କା ଜବତ କରାଯାଇଥିଲା । ଜିଆରତଙ୍କୁ ଏ ସଂପର୍କରେ ପଚରା ଉଚରା କଲା ବେଳେ ସେ ପୁରୁଣା ନୋଟକୁ ନୂଆ ନୋଟ କରିବାରେ ତାଙ୍କୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର ଅଧିକାରୀ ରଶ୍ମିରଞ୍ଜନ ରାଉତ ସାହାଯ୍ୟ କରିଥିବା କହିଥିଲେ । ପୋଲିସ ରଶ୍ମିରଞ୍ଜନଙ୍କୁ ଗିରଫ କରିଥିଲା । ତାଙ୍କୁ ଏହି କାରବରରେ ତାଙ୍କ ବଡ଼ ଭାଇ ପଙ୍କଜ ଓ ଦୁଇ ଜଣ ଏଜେଣ୍ଟ କପିଳ ଓ ରବି ସହଯୋଗ କରିଥିବା ସ୍ୱୀକାରା କରିଥିଲେ ।

ONA

Leave a Reply

Top