You are here
Home > ବଡ଼ଖବର > ରାଜଧାନୀରେ ଏବେ ବିଦେଶିନୀ ମୁଖ୍ୟ ଆକର୍ଷଣ

ରାଜଧାନୀରେ ଏବେ ବିଦେଶିନୀ ମୁଖ୍ୟ ଆକର୍ଷଣ

ଭୁବନେଶ୍ୱର: ଏବେ ରାଜଧାନୀରେ ସେ ଡ୍ୟାନ୍ସ ବାର୍ ହେଉ କି ପାର୍ଲର ହେଉ ଅଧିକାଂଶ ସ୍ଥାନରେ ଦେହ ବ୍ୟବସାୟ ଘଟଣା ପଦାକୁ ଆସୁଛି । ଏଥିସହ ଅଶ୍ଳୀଳତାଥିବା ମଧ୍ୟ ଜଣାପଡୁଛି । କିନ୍ତୁ ଏହି କାର୍ଯ୍ୟରେ ବର୍ତ୍ତମାନ ଭୁବନେଶ୍ୱର ସହରରେ ମୁଖ୍ୟ ଆକର୍ଷଣ ପାଲଟିଛନ୍ତି ବିଦେଶୀନି । ବହୁ ସଂଖ୍ୟାରେ ବିଦେଶୀନି ଟୁରିଷ୍ଟ ଭିଷାରେ ଆସି ପାର୍ଲର ଓ ଡ୍ୟାନ୍ସ ବାର୍ରେ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ଭିତରୁ ଅଧିକାଂଶ ଦେହ ବ୍ୟବସାୟରେ ଲିପ୍ତ ଅଛନ୍ତି । ବିଦେଶୀନି ହୋଇଥିବାରୁ ସେମାନଙ୍କ ପାଖରେ ଲୋକଲଜ୍ୟାର ଭୟ ରହୁନାହିଁ । ଏଣୁ ସେମାନଙ୍କୁ ବହୁ ସଂଖ୍ୟାରେ ଦଲାଲମାନେ ଆଣି ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିବା ସହ ଦେହ ବ୍ୟବସାୟରେ ଲଗାଇ ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି । ନିକଟରେ ଚନ୍ଦ୍ରଶେଖରପୁର ଅଂଚଳରୁ ପୁଲିସ ଏକ ଘରେ ଚଢ଼ାଉ କରି ଦେହ ବ୍ୟବସାୟ ଧରିଥିଲା ବେଳେ ସେମାନଙ୍କ ଭିତରେ ଜଣେ ବିଦେଶିନୀଥିଲେ । ବ୍ୟାଙ୍କକ ଓ ମାଲେସିଆ ଏବଂ ଅନ୍ୟାନ୍ୟ ଦେଶରୁ ଝିଅମାନେ ଆସି ରାଜଧାନୀରେ ଏହି ବ୍ୟବସାୟ ଚଳାଇଛନ୍ତି । ଦଲାଲମାନେ ନିର୍ଦ୍ଦିଷ୍ଟ ଭାବରେ ସେମାନଙ୍କୁ ଟୁରିଷ୍ଟ ଭିଷାରେ ଆଣି ଏହି କାର୍ଯ୍ୟରେ ନିୟୋଜିତ କରୁଛନ୍ତି ।

ଡ୍ୟାନ୍ସ ବାରରେ ପୁଲିସ ଚଢ଼ାଉ

କଟକ ରୋଡରେ ଥିôବା ପେଣ୍ଟାଗନ ଡ୍ୟାନ୍ସବାର୍ ଉପରେ ବୁଧବାର ରାତିରେ ପୁଲିସ ଚଢ଼ାଉ କରି ୧୦ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି । ଏହି ଯୁବତୀଙ୍କ ମଧ୍ୟରେ ୩ ଜଣ ବିଦେଶିନୀ ଥିବା ଜଣାପଡ଼ିଛି । ପୁଲିସ ବାର୍ର ମ୍ୟାନେଜରଙ୍କୁ ମଧ୍ୟ ଅଟକ ରଖିଛି । ଏହି ବାରରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରାଯାଉଥିବା ନେଇ ଖବର ପାଇଲା ପରେ ଲକ୍ଷ୍ମୀସାଗର ପୁଲିସ ରାତିରେ ଚଢ଼ାଉ କରିଥିଲା । ପୁଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଏହି ଚଢ଼ଉ ସମୟରେ ଯୁବତୀମାନେ ଅଶ୍ଳୀଳ ନୃତ୍ୟ କରୁଥିବା ଦେଖିବାକୁ ପାଇଥିଲେ । ବାରରେ ଯୁବତୀମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ ପାଇଁ ଅନୁମତି ନ ଥିବା ବେଳେ ଉକ୍ତ ବାର୍ରେ ବେଧଡ଼କ ନୃତ୍ୟ କରାଯାଉଥିଲା । ବାର୍ ମ୍ୟାନେଜରଙ୍କୁ ଲାଇସେନ୍ସ ମଗା ଯାଇଥିଲେ ମଧ୍ୟ ସେ ଦେଖାଇ ପାରି ନ ଥିଲେ । ସେଠାରୁ ୧୦ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା । ବାର୍ ମ୍ୟାନେଜରଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି । ଉଦ୍ଧାର ଯୁବତୀଙ୍କ ମଧ୍ୟରେ ବିଦେଶିନୀ ଥିବାରୁ ଏହାକୁ ନେଇ ପୁଲିସ ଖୋଳତାଡ଼ ଜାରି ରଖିଛି । କଟକ ରୋଡରେ ବିଳମ୍ବିତ ରାତି ଯାଏଁ କେତେକ ବାର ଖୋଲା ରହୁଛି ଓ ଯୁବତୀମାନଙ୍କୁ ନେଇ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରାଯାଉଛି ବୋଲି ଜଣାପଡିଛି । ବାର୍ଗୁଡ଼ିକୁ ରାତି ୧୧ଟା ପର୍ଯ୍ୟନ୍ତ ଖୋଲିବା ପାଇଁ ଅନୁମତି ଦିଆଯାଇଥିଲେ ମଧ୍ୟ କେତେକ ବାର୍ ରାତି ଗୋଟାଏ ପର୍ଯ୍ୟନ୍ତ ଖୋଲା ରହୁଥିବା ଦେଖିବାକୁ ମିିଳିଛି । ପୁଲିସ କାଁ ଭାଁ ଚଢ଼ଉ କରୁଛି । ତଥାପି ବାର୍ମାନଙ୍କରେ ଚାଲିଛି ବେଧଡ଼କ ଅଶ୍ଳୀଳ ନୃତ୍ୟ ପରିବେଷଣ ।

ONA

Leave a Reply

Top