You are here
Home > ଲାଟେଷ୍ଟ > ମହିମା ମିଶ୍ରଙ୍କ ଘର, ହୋଟେଲ ଓ ଫାର୍ମହାଉରେ ଚଢ଼ଉ

ମହିମା ମିଶ୍ରଙ୍କ ଘର, ହୋଟେଲ ଓ ଫାର୍ମହାଉରେ ଚଢ଼ଉ

ଭୁବନେଶ୍ୱର: ପାରାଦୀପ ସିୱେଜ ସିପିଂ କମ୍ପାନୀ ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟା  ମାମଲାରେ ଆଜି ସକାଳୁ ଜଗତସିଂହପୁର ପୋଲିସ ପକ୍ଷରୁ ଓଡ଼ିଶା ଷ୍ଟିଭେଡର୍ସ  ଲିମିଟେଡ୍ ବା ଓଏସଏଲର ମାଲିକ ମହିମା ମିଶ୍ରଙ୍କ ଘର, ହୋଟେଲ ଓ ଫାର୍ମ ହାଉସରେ ଏକକାଳିନ ଚଢ଼ଉ କରାଯାଇଛି । କଟକର ଓଡ଼ିଆ ବଜାର ସ୍ଥିତ ତାଙ୍କ ଘରେ ଚଢ଼ଉ କରାଯାଇଛି । ସେହିପରି ଭୁବନେଶ୍ୱର ସ୍ଥିତ ହେଟେଲ ଏମ୍ପାୟର୍ସରେ ଚଢ଼ଉ କରାଯାଇଥିଲା । ନିଶ୍ଚିନ୍ତ କୋଇଲି ସ୍ଥିତ ତାଙ୍କ ଫାର୍ମ ହାଉସରେ ମଧ୍ୟ ପୋଲିସ ପକ୍ଷରୁ ଚଢ଼ଉ କରାଯାଇଥିଲା । ଏହି ଚଢ଼ଉ ବେଳେ  ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ଜଣାପଡିଛି । ଏଥିରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ ବୋଲି ପୋଲିସ ଆଶାବ୍ୟକ୍ତ କରିଛି । ସିୱେଜ ସିପିଂ  କମ୍ପାନୀ ଜିଏମ ମହେନ୍ଦ୍ର ସ୍ୱାଇଁଙ୍କ ହତ୍ୟା ମାମଲାରେ ପୋଲିସ୍ ମହିମା ମିଶ୍ରଙ୍କ ନାଁରେ ଲୁକ ଆଉଟ୍ ସର୍କୁଲାର ଜାରି କରିଥିଲା । ଏହି ହତ୍ୟାକାଣ୍ଡରେ ମହିମା ମିଶ୍ରଙ୍କ କମ୍ପାନୀ ଓଏସଏଲର ସମ୍ପୃକ୍ତି ଥିବା ନେଇ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ଏହି ହତ୍ୟାକାଣ୍ଡ ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ରାକେଶ ଚୌବେଙ୍କ ସମେତ ମୋଟ ୬ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି । ଏମାନଙ୍କ ମଧ୍ୟରେ ଶ୍ରମିକ ନେତା ତଥା କଂଗ୍ରେସ ନେତା ବାପି ସର୍ଖେଲ ଅଛନ୍ତି  । ରାକେଶ ଚୌବେଙ୍କ ବୟାନ ଆଧାରରେ ବାପି ସର୍ଖେଲଙ୍କୁ ପୋଲିସ ଗିରଫ କରିଥିଲା । ସିୱେଜ ସିପିଂ କମ୍ପାନୀ ଜିଏମ୍ ମହେନ୍ଦ୍ର ସ୍ୱାଇଁଙ୍କ ହତ୍ୟାପରେ ତାଙ୍କ ଭାଇ ଥାନାରେ ମହିମା ମିଶ୍ର ଓ ତାଙ୍କ କମ୍ପାନୀ ନାଁରେ ଏତଲା ଦେଇଥିଲେ । ଏହାକୁ ଆଧାର କରି ପୋଲିସ ଖୋଳତାଡ ଆରମ୍ଭ କରିଛି । ନିକଟରେ ଶିଳ୍ପପତି ମହିମାନନ୍ଦ ମିଶ୍ର ଓ ତାଙ୍କ ପୁତ୍ର ଚର୍ଚ୍ଚିତ ମିଶ୍ରଙ୍କ ରିଭଲଭର ଲାଇସେନ୍ସକୁ କଟକ କମିଶନରେଟ ପୋଲିସ ପକ୍ଷରୁ ରଦ୍ଦ କରାଯାଇଥିଲା । ଲାଇସେନ୍ସ ରଦ୍ଦ ପାଇଁ ଗତ ୧୪ତାରିଖରେ ଜଗତସିଂହପୁର ପୋଲିସ ପକ୍ଷରୁ କମିଶନରେଟ ପୋଲିସକୁ ଚିଠି ଲେଖି ଅନୁରୋଧ କରାଯାଇଥିଲା । ଏହାକୁ ଆଧାର କରି ପୋଲିସ କମିଶନର ୱାଇ.ବି ଖୁରାନିଆ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଆଦେଶ ଦେଇଥିଲେ । ଏତଦଭିନ୍ନ ମହିମା ମିଶ୍ରଙ୍କ ହେଲିକାପଟର ସମ୍ପର୍କରେ ପୋଲିସ  ତଦନ୍ତ ଆରମ୍ଭ କରିଛି  ।

ONA

Leave a Reply

Top