You are here
Home > ଲାଟେଷ୍ଟ > ଭୁବନେଶ୍ୱରରେ ଆଉ ଏକ ଏୟାରପୋର୍ଟ ପାଇଁ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଲେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱରରେ ଆଉ ଏକ ଏୟାରପୋର୍ଟ ପାଇଁ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଲେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର   : ଭୁବନେଶ୍ୱର ପାଖରେ ଆଉ ଏକ ଏୟାରପୋର୍ଟ ପ୍ରତିଷ୍ଠା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦିନକୁ ଦିନ ବିମାନ ସେବାର ଚାହିଦା ବଢୁଛି। ତେଣୁ ଭୁବନେଶ୍ୱର ପାଖରେ ଆଉ ଏକ ବିମାନ ବନ୍ଦର ପାଇଁ ସ୍ଥାନ ନିରୂପଣ ଓ ନିର୍ମାଣ କାମକୁ ତ୍ୱରାନ୍ୱିତ କରିବାକୁ ଧର୍ମେନ୍ଦ୍ର ଚିଠିରେ ଅନୁରୋଧ କରିଛନ୍ତି।

ଏହାସହ ଉଡ଼ାନ ଯୋଜନାରେ ଜୟପୁର ଓ ରାଉରକେଲାକୁ ସାମିଲ କରିବା, ଝାରସୁଗୁଡ଼ା ଏୟାରପୋର୍ଟର ରନ୍ ୱେ ସଂପ୍ରସାରଣ, ଅନୁଗୋଳରେ ଥିବା ବେସରକାରୀ ଏୟାରଷ୍ଟ୍ରିପକୁ ଉଡ଼ାନ-୨ରେ ସାମିଲ, ମୟୂରଭଂଜ ଜିଲ୍ଲାର ଅରମଡ଼ା ଏୟାରପୋର୍ଟର ପୁନଃରୁଦ୍ଧାର, ଭୁବନେଶ୍ୱର ପାଖରେ ଡାଉନ ଷ୍ଟ୍ରିମ ସହାୟକ ଶିଳ୍ପ ପୁଞ୍ଜ ସ୍ଥାପନ ଲାଗି ଧର୍ମେନ୍ଦ୍ର ଛଇଠିରେ ଉଲ୍ଲେଖ କରିଛନ୍ତି।

ଏହି ପତ୍ରରେ ଭୁବନେଶ୍ୱର ବିମାନ ବନ୍ଦର ୨୦୧୭-୧୮ ବର୍ଷରେ ଗମନାଗମନରେ ଦେଶର ସର୍ବାଧିକ ବୃଦ୍ଧି ହୋଇଥିବା ପରିପ୍ରେକ୍ଷୀରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଆଉ ଗୋଟିଏ ନୂଆ ଟର୍ମିନାଲ ତିଆରି କରିବା ସହିତ ଯାତ୍ରୀ ସୁବିଧାକୁ ପୁନର୍ବିନ୍ୟାସ କରିବାକୁ ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ।

ଭୁବନେଶ୍ୱର ଆଖ ପାଖରେ ଏୟାରଲାଇନ ଶିଳ୍ପପୁଂଜ ପାଇଁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନା ଆଗାମୀ ଦୁଇ- ତିନି ବର୍ଷରେ ଦେଶକୁ ୮ ଶହରୁ ୯ ଶହ ନୂଆ ବିମାନ ଆସୁଛି । ଓଡିଶା ଦକ୍ଷିଣ ପୂର୍ବ ଏସୀୟ ଦେଶ ମାନଙ୍କର ଏକ ପେଣ୍ଠ ଭାବେ ବିକଶିତ ହେବ । ଏହା ବିମାନ ଶିଳ୍ପ ପୁଂଜର ଆନୁଷଙ୍ଗିକ କ୍ଷେତ୍ର ଯଥା ରକ୍ଷଣା- ବେକ୍ଷଣ, ମରାମତି. ଏୟାରଲାଇନ ଦକ୍ଷତା ବିକାଶ କେନ୍ଦ୍ର ବିମାନ, ରୋଷେଇ ସେବା ଆଦି ବିକାଶର ସମ୍ଭାବନାକୁ ଗୁରୁତ୍ୱର ସହ ନେଇ ସେହି ଅନୁସାରେ ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।

 

 

 

ONA

Leave a Reply

Top