You are here
Home > ଇଣ୍ଡିଆ > ରାଜ୍ୟର ଏକ କୋଟି ୨୫ ଲକ୍ଷ ଯୁବକଙ୍କୁ ରୋଜଗାର ଦେବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପଡିବ – ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟର ଏକ କୋଟି ୨୫ ଲକ୍ଷ ଯୁବକଙ୍କୁ ରୋଜଗାର ଦେବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପଡିବ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:୨୦୧୧ ମସିହାର ଜନ ଗଣନା ଅନୁସାରେ ରାଜ୍ୟରେ ୨୦ ବର୍ଷରୁ ୩୫ ବର୍ଷ ବୟସ ପର୍ଯ୍ୟନ୍ତ ଯୁବ ଶକ୍ତିଙ୍କ ସଂଖ୍ୟା ଏକ କୋଟି ଚାରି ଲକ୍ଷ ହୋଇଥିବା ବେଳେ ବର୍ତମାନ ୨୦୧୬ରେ ଏକ କୋଟି ୨୫ ଲକ୍ଷରେ ପହଂଚି ସାରିଥିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଭାଷଣରେ ୩୦ ଲକ୍ଷ ଯୁବ ଶକ୍ତି ପାଇଁ ନିଯୁକ୍ତିର ଲକ୍ଷ୍ୟ କଥା କହିଛନ୍ତି । ତେବେ ଆମକୁ ରାଜ୍ୟର ଏକ କୋଟି ୨୫ ଲକ୍ଷ ଯୁବକ ମାନଙ୍କୁ ରୋଜଗାର ଦେବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପଡିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ମେକ ଇନ ଓଡିଶା କନକ୍ଲେଭରେ ଯୋଗ ଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ ଖଣିଜ ସମ୍ପଦ ବି ୁଳ ମାତ୍ରାରେ ରହିଛି । ତେବେ ବିଶ୍ୱ ବଜାରରେ ଏମାନଙ୍କର ଗୁରୁତ୍ୱ କମୁଥିବାରୁ ଆମର ଦୃତ ଆର୍ଥିକ ବିକାଶ ପାଇଁ ନୂଆ ସମ୍ଭାବନା ଖୋଜିବାକୁ ପଡିବ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ ଫେବୃଆରୀ ମାସରେ ପାରାଦୀପ ତୈଳ ବିଶୋଧନାଗାରକୁ ଜାତି ଉଦେ୍ଦଶ୍ୟରେ ସମର୍ପଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଥିଲେ ଓ ସେ ଓଡିଶା ପାଇଁ ପାରାଦୀପ ବିକାଶ ଦୀପ ହେବ ଓ ଓଡିଆ ଯୁବକ ମାନଙ୍କ ପାଇଁ ଭାଗ୍ୟଦୀପ ହେବ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାରାଦୀପ ପିସି ିଆଇଆରରେ ୩୫ ହଜାର କୋଟି ଟଙ୍କାର ପୁଂଜି ବିନିଯୋଗ ହୋଇଥିବା କହିଛନ୍ତି । ସେ ଏସପିଭି ପାଇଁ ପ୍ରସ୍ତାବ ଦେଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ବଡ ବ୍ୟାପକ ସ୍ତରରେ ଏସପିଭି ପାଇଁ ଚିନ୍ତା କରାଯିବାର ଆବଶ୍ୟକତା ରହିଛି । ପାରାଦୀପରେ ଭାରତୀୟ ତୈଳ ନିଗମ, ପି ିଟି, ପି ିଏଲ ଓ ଇଫକୋକୁ ନେଇ ଏସପିଭି ପାଇଁ ସେ ସମସ୍ତଙ୍କ ସହ ଆଲୋଚନା କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ୪୫ ଶହ କୋଟି ଟଙ୍କା ବ୍ୟୟରେ ଜଗଦୀଶପୁର – ହଳଦିଆ ପାଇପଲାଇନ ଜରିଆରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ରାଜ୍ୟର ୧୩ଟି ଜିଲ୍ଲାକୁ ଗ୍ୟାସ ପାଇପ ଲାଇନ ଜରିଆରେ ସଂଯୋଗ କରିବ ।

– ଖଣିଜ ଆଧାରିତ ଶିଳ୍ପ ନୁହେଁ ଆମକୁ ନୂଆ ସମ୍ଭାବନା ଖୋଜିବାକୁ ହେବ
– କୃଷି ବର୍ଜ୍ୟରୁ ଇଥାନଲ ପ୍ରସ୍ତୁତ ଲାଗି ବରଗଡରେ ନିର୍ମାଣ ହେବ ୯୦୦ କୋଟି ଟଙ୍କାର ଆଧୁନିକ ପ୍ଲାଂଟ
କଟକ ଓ ଭୁବନେଶ୍ୱରରେ ବିଭିନ୍ନ ଘର ମାନଙ୍କୁ ପାଇପ ଯୋଗେ ଏଲପିଜି ପ୍ରଦାନ କରିବା ପାଇଁ କାମ ଚଳିତ ଆର୍ଥିକ ବର୍ଷରୁ ଆରମ୍ଭ ହେବ । କୃଷି ଜାତ ବର୍ଜ୍ୟବସ୍ତୁରୁ ଇନ୍ଧନ ପ୍ରସ୍ତୁତ କରିବା ପାଇଁ ଭାରତ ପେଟ୍ରୋଲିୟମ କର୍ପୋରେସନ ୯୦୦ କୋଟି ଟଙ୍କା ବ୍ୟୟରେ ବରଗଡ
ଜିଲ୍ଲାରେ ରେ ୨-ଜି ଇଥାନୋଲ ପ୍ଲାଂଟ ସ୍ଥାପନା କରିବାକୁ ଯାଉଛି । ଓଡିଶାରେ ବୟନ ଶିଳ୍ପର ସମୃଦ୍ଧ ଇତିହାସ ଥିବା କାରଣରୁ ପାରାଦୀପ ରିଫାଇନାରୀରୁ ଫାଇବରକୁ ଓଡିଶାର ସମ୍ବଲପୁରୀ ଓ ମାଣିଆବନ୍ଧ ଡିଜାଇନକୁ ବ୍ୟବହାର କରି ବିଶ୍ୱ ବଜାରରେ ଥିବା ସମ୍ଭାବନାକୁ ଖୋଜିବାର ସମୟ ଆସିଛି । ରାଜ୍ୟରେ ଭିତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ । ରେଳର ବିକାଶ ପାଇଁ କେନ୍ଦ୍ର ସରକାର ୬ ହଜାର କୋଟି ଟଙ୍କା ବିନିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ ସହ ମିଶି ଭାରତୀୟ ରେଳ ମାଲକାନଗିରି ଓ ନବରଙ୍ଗପୁର ଭଳି ଜିଲ୍ଲାକୁ ରେଳ ସଂଯୋଗ ଯୋଗାଇ ଦେବା ପାଇଁ କାମ କରୁଛି । ୪୫ ଶହ କୋଟି ଟଙ୍କା ବ୍ୟୟରେ ରାଜ୍ୟରେ କୋଷ୍ଟାଲ ହାଇବେ ନିର୍ମାଣ କରାଯାଉଛି ଓ ୨୦ ହଜାର କୋଟି ଟଙ୍କା ବ୍ୟୟରେ ଜାତୀୟ ରାଜପଥ ପ୍ରାଧିକରଣ ଜାତୀୟ ରାଜପଥ ନିର୍ମାଣ କରୁଛି ବୋଲି ସେ
କହିଛନ୍ତି । ଓଡିଆ ଜାତି ୨୦୦୦ ବର୍ଷ ପୂର୍ବେ କଳିଙ୍ଗ ଯୁଦ୍ଧ ଲଢିଥିଲା । ଏକ ହଜାର ବର୍ଷ ଆଗରୁ ପୁରୀ, କୋଣାର୍କ ଓ ଲିଙ୍ଗରାଜ ମନ୍ଦିର ନିର୍ମାଣ କରିଥିଲା । ଓଡିଆ ଜାତି ବିଶ୍ୱର ବିଭିନ୍ନ ଅଂଚଳକୁ ଯାଇ ବାଣିଜ୍ୟ କରୁଥିଲା । ମେକ ଇନ ଓଡିଶା ଜରିଆରେ ସେହି
ମହାନ ପରମ୍ପରାକୁ ଉଜ୍ଜିବୀତ କରିବାର ସମୟ ଆସିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । (ପ୍ରେସ ରିଲିଜ)

ONA

Leave a Reply

Top