30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ମୋଦି

ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ମୋଦି

ନୂଆଦିଲ୍ଲୀ: ପଂଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ହୋଇଥିବା ଅବ୍ୟବସ୍ଥା ଉପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବି ଚିନ୍ତା ପ୍ରକଟ କରିଛନ୍ତି । ଏହାପରେ ଆଜି ପିଏମ ମୋଦି ରାଷ୍ଟ୍ରପତି କୋବିନ୍ଦଙ୍କୁ ସାକ୍ଷାତ କରିବା ପାଇଁ ରାଷ୍ଟ୍ରପତି ଭବନରେ ପହଂଚିଥିଲେ । ଏହାପୂର୍ବରୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ପିଏମ ମୋଦିଙ୍କ ସହ କଥା ହୋଇଥିଲେ । ସାକ୍ଷାତ ନେଇ ରାଷ୍ଟ୍ରପତିଙ୍କ ଟ୍ୱିଟର ହ୍ୟାଣ୍ଡେଲ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଅନ୍ୟପଟେ , ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ତ୍ରୁଟି ହେବା ଓ ପ୍ରଧାନମନ୍ତ୍ରୀ ଫେରିଆସିବା ଘଟଣାକୁ ନେଇ ଏବେ ଜାତୀୟ ରାଜନୀତି ତୀବ୍ର ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୁରକ୍ଷା ଦେବାରେ ପଞ୍ଜାବ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ବିଜେପି କହିଛି । ସେପଟେ ଏସମସ୍ତ ଦୋଷକୁ ଖଣ୍ଡନ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି । ସେ କହିଛନ୍ତି, ମୁଁ ଦୁଃଖିତ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଫିରୋଜପୁର ଜିଲ୍ଲା ଗସ୍ତରୁ ନିରାଶର ସହ ଫେରିବାକୁ ପଡିଛି। ଆମେ ଆମ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ କରୁ। ଯଦି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ କୌଣସି ତ୍ରୁଟି ହୋଇଛି, ତେବେ ଆମେ ଏହାର ଯାଞ୍ଚ କରାଇବୁ।

ଏହାଛଡ଼ା ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମ ଦେଶରେ ଏକ ଗଣତାନ୍ତ୍ରିକ ବ୍ୟବସ୍ଥା ରହିଛି। ମୋତେ ବି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା, ମାତ୍ର କରୋନା ପଜିଟିଭ୍ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା କାରଣରୁ ଯାଇ ପାରିଲିନି। ଏଥିପାଇଁ ମୁଁ ଅର୍ଥମନ୍ତ୍ରୀ ମନପ୍ରୀତ ବାଦଲ ଏବଂ ଉପ ମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂହ ରାନ୍ଧଓ୍ଵାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସ୍ଵାଗତ କରିବାର ଦାୟିତ୍ଵ ଦେଇଥିଲି। ତେବେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ମିନିଟ କାର୍ଯ୍ୟକ୍ରମର ଖବର ଆମ ପାଖରେ ଥିଲା । କିନ୍ତୁ ରାସ୍ତା ରୋକିଥିବା ପ୍ରଦର୍ଶନକାରୀ ଅଚାନକ ଆସି ରାସ୍ତା ଉପରେ ବସି ପଡ଼ିଥିଲେ । ପ୍ରଦର୍ଶନ ମଧ୍ୟ ଶାନ୍ତିପୂର୍ଣ୍ଣ ଥିଲା, ପ୍ରଧାନମନ୍ତ୍ରୀଙ୍କ ପ୍ରତି କୌଣସି ବିପଦ ନଥିଲା ।

ଖରାପ ପାଣିପାଗ ଓ ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଆମେ ପିଏମଓକୁ ଗସ୍ତ ବାତିଲ କରିବାକୁ କହିଥିଲୁ । କିନ୍ତୁ ଅଚାନକ ମାର୍ଗ ପରିବର୍ତ୍ତନର କୌଣସି ସୂଚନା ନଥିଲା । ତେବେ ଆନ୍ଦୋଳନରତ କୃଷକ ମାନେ ୧ବର୍ଷ ଧରି ଆନ୍ଦୋଳନ କରୁଥିଲେ । ସେମାନଙ୍କ ସହ ରାଜ୍ୟ ସରକାରଙ୍କ ଆଲୋଚନା ପରେ ଆନ୍ଦୋଳନ ବନ୍ଦ ଥିଲା । ହଠାତ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଖବର ପରେ ଆନ୍ଦୋଳନ ହୋଇଥିଲା । କୃଷକଙ୍କ ଉପରେ ଲାଠିଚାର୍ଜ ପାଇଁ ମୁଁ ନିର୍ଦ୍ଦେଶ ବି ଦେଇପାରିବିନି । ପ୍ରଧାନମନ୍ତ୍ରୀଙ୍କ ସଡକ ମାର୍ଗରୁ ଯାତ୍ରା କରିବାର ଯୋଜନା ଅନ୍ତିମ ସମୟରେ ଚୂଡାନ୍ତ ହୋଇଥିଲା। ସୁରକ୍ଷାରେ କୌଣସି ତ୍ରୁଟି ହୋଇ ନାହିଁ। ମୁଁ କାଲି ବିଳମ୍ଵିତ ରାତ୍ରିରେ ପ୍ରଦର୍ଶନକାରୀଙ୍କ ରାଲିର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରୁଥିଲି। ପିଏମଙ୍କ ସଡକ ପଥରେ ଯାତ୍ରା ଯୋଜନା ଅନ୍ତିମ ସମୟରେ ଚୂଡାନ୍ତ ହୋଇଥିଲା। ପ୍ରଥମେ ହେଲିକପ୍ଟରରେ ଯାତ୍ରା କରିବାର ଯୋଜନା ଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking