You are here
Home > ବଡ଼ଖବର > ମେ।ଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ କଟକର ଚା’ବିକାଳି ପ୍ରକାଶ ରାଓଙ୍କ କାର୍ଯ୍ୟଧାରାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ମେ।ଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ କଟକର ଚା’ବିକାଳି ପ୍ରକାଶ ରାଓଙ୍କ କାର୍ଯ୍ୟଧାରାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

କଟକ :  ମନ୍ କି ବାତ୍ କାର୍ଯ୍ୟକ୍ରମରେ ନିଜର ମନର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେ।ଦି । ମନର କଥାରେ କଟକର ଚା’ ବିକାଳି ପ୍ରକାଶ ରାଓଙ୍କ ବିଷୟରେ କହିଛନ୍ତି ମେ।ଦି । ଜଣେ ଚା’ ବିକାଳି ହେ।ଇ ବସ୍ତି ଶିଶୁଙ୍କ ପାଇଁ ତାଙ୍କର ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଶନିବାର କଟକ ଗସ୍ତ ବେଳେ ପ୍ରକାଶଙ୍କୁ ଭେଟିଥିଲେ ମେ।ଦି ।

ମନ କି ବାତ୍ ରେ ଦେଶବାସୀଙ୍କୁ ଉଦବେ।ଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ କଟକର ଚା’ ବିକାଳି ଡି.ପ୍ରକାଶ ରାଓଙ୍କ କଥା କହିଛନ୍ତି ମେ।ଦି । ପ୍ରକାଶ ରାଓ ୫୦ବର୍ଷ ଧରି କଟକ ବକ୍ସି ବଜାରରେ ଚା ବିକି ଆସୁଛନ୍ତି । ହେଲେ ଏ ଜଣେ ସାଧାରଣ ଚା’ ବିକାଳି ନୁହନ୍ତି । ୟାଙ୍କ ପାଖରେ ରହିଛି ବିଶାଳ ହୃଦୟ । ଚା ବିକିବା ସହ ବସ୍ତି ପିଲାଙ୍କ ଦାୟିତ୍ବ ନେଇଛନ୍ତି ପ୍ରକାଶ । ଆଶା ଆଶ୍ବାସନା ନାମକ ସ୍କୁଲ ଖେ।ଲି ୭୦ରୁ ଅଧିକ ପିଲାଙ୍କ ଜୀବନକୁ ଶିକ୍ଷାର ଆଲେ।କରେ ଆଲେ।କିତ କରିବାକୁ କରୁଛନ୍ତି ପ୍ରୟାସ । ଶନିବାର କଟକ ଗସ୍ତ ସମୟରେ ପ୍ରକାଶ ଏବଂ ତାଙ୍କ ପିଲାମାନଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ । ତାଙ୍କ ବ୍ୟକ୍ତିତ୍ବରେ ଅନୁପ୍ରାଣିତ ହେ।ଇ ରବିବାର ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରକାଶ ରାଓଙ୍କୁ ପ୍ରଶଂଶା କରିଛନ୍ତି ମେ।ଦି । ରେ।ଜଗାରର ଶତକଡା ୫୦ ଭାଗ ବସ୍ତି ପିଲାଙ୍କ ପାଇଁ ଖର୍ଚ୍ଚ କରନ୍ତି ଏହି ଗରିବ ଚା’ ବିକାଳି । ଖାଲି ପାଠ ପଢାନ୍ତିନି  ସ୍କୁଲକୁ ଆସୁଥିବା ସବୁ ପିଲାଙ୍କ ପାଇଁ ସ୍ବାସ୍ଥ୍ୟ ଓ ଭୋଜନର ବ୍ୟବସ୍ଥା ମଧ୍ୟ କରିଥାଆନ୍ତି । ଖାଲି ସେତିକି ନୁହେଁ ରକ୍ତ ଦାନ କରି ରେକର୍ଡ କରିଛନ୍ତି ପ୍ରକାଶ । ନିଜର କଠିନ ପରିଶ୍ରମ, ନିଷ୍ଠା ଏବଂ ଗରିବ ପିଲାମାନଙ୍କ ଜୀବନକୁ ଏକ ନୂତନ ଦିଗଦର୍ଶନ ଦେଇଥିବାରୁ ପ୍ରକାଶ ରାଓଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମେ।ଦି । ପ୍ରକାଶ ରାଓଙ୍କ ଜୀବନ ଆମ ସମସ୍ତଙ୍କ ପାଇଁ, ସମାଜ ପାଇଁ ତଥା ସମଗ୍ର ଦେଶ ପାଇଁ ଏକ ପ୍ରେରଣାର ସ୍ରୋତ । ପ୍ରକାଶଙ୍କ କାର୍ଯ୍ୟଧାରା ଆମକୁ ସକାରାତ୍ମକ ଚିନ୍ତାଧାରାକୁ ଆଗେଇ ନେବାରେ ସହାୟକ ହେବ ବେ।ଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ONA

Leave a Reply

Top