You are here
Home > ଲାଟେଷ୍ଟ > ଓଡିଶାର ଅନୁଗୋଳ ସମେତ ଦେଶର ଚାଷୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା : ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣା କରିବାକୁ ଦେଲେ ପ୍ରତିଶ୍ରୁତି

ଓଡିଶାର ଅନୁଗୋଳ ସମେତ ଦେଶର ଚାଷୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା : ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣା କରିବାକୁ ଦେଲେ ପ୍ରତିଶ୍ରୁତି

ଭୁବନେଶ୍ବର  : ଚାଷୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା । ନମୋ ଆପରେ ଚାଷୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଦେଶବ୍ୟାପୀ ଚାଷୀଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣା କରିବାକୁ ତାଙ୍କ ସରକାର ପ୍ରତିଶ୍ରୁତି ବଦ୍ଧ । ସେଥିଲାଗି ତାଙ୍କ ସରକାର ସମସ୍ତ ସ୍ଥାନରେ ସମସ୍ତ ପ୍ରକାର ଆବଶ୍ୟକୀୟ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି । ଭିଡିଓ କନଫରେନ୍ସିଂରେ କଥା ହେବା ବେଳେ ମୋଦି କହିଛନ୍ତି , ଆମ କୃଷକଙ୍କ ଉପରେ ଆମର ଭରସା ଓ ବିଶ୍ୱାସ ରହିଛି । ଚାଷୀ ମାନେ ଆଧୁନିକ ଜ୍ଞାନ କୌଶଳ ଓ ପ୍ରଯୁକ୍ତି ଜ୍ଞାନର ଉପଯୋଗ କରୁଥିବାରୁ ଏବଂ କୃଷକ ଉତ୍ପାଦକ ସଂଘ ଏକାଠି କାର୍ଯ୍ୟ କରୁଥିବାରୁ ସେ ସନ୍ତେ।ଷ ପ୍ରକାଶ କରିଛନ୍ତି  ।  ଚାଷୀଙ୍କ ଉତ୍ପାଦର ସହଜ ବ୍ୟବସାୟ ଲାଗି ସରକାର ଇ-ନାମ୍ ଅନଲାଇନ୍ ବ୍ୟବସ୍ଥାର ଆରମ୍ଭ କରୁଥିବା ଘୋଷାଣ କରିଛନ୍ତି ମେ।ଦି । ୪୮ ମାସରେ କୃଷି ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ହୋଇଥିବା ବେଳେ କେନ୍ଦ୍ରୀୟ ବଜେଟରେ ସରକାର ୨ ଲକ୍ଷ କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିବା ମଧ୍ୟ କହିଛନ୍ତି ।

ଚାଷୀଙ୍କ ସହ ନମୋ ଆପ୍ ରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶା କୃଷି ବିଜ୍ଞାନ କେନ୍ଦ୍ର ଓ ଜନସେବା କେନ୍ଦ୍ର ଅନୁଗୋଳ ଆନୁକୂଲ୍ୟରେ ଅନୁଗୋଳ ନାଲକୋ ଅଡିଟୋରିୟମରେ ଆୟୋଜିତ କାର୍ଯ୍ୟକ୍ରମରେ  ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଚାଷୀ ଯୋଗ ଦେଇଥିଲେ । ଚାଷୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ଏହି ଅବସରରେ ଅନୁଗୋଳ ଜିଲ୍ଲାର ଦୁଇ ଜଣ କୃଷକ କିଭଳି ନିଜ ଉଦ୍ୟମରେ ଚାଷ କରୁଛନ୍ତି ସେ ସମ୍ପର୍କରେ ମୋଦିଙ୍କ ସହ କଥା ହୋଇଛନ୍ତି । ..

ନମୋ ଆପ୍ ରେ ଚାଷୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ କଥାବର୍ତ୍ତା ହେବା ପ୍ରସଙ୍ଗରେ ମତ ରଖିଛି ବିଜେଡି । ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି , କେନ୍ଦ୍ରର ଏନଡିଏ ସରକାର ପ୍ରଥମେ ସ୍ବାମୀନାଥନ ରିପୋର୍ଟ ଲାଗୁ କରନ୍ତୁ । କୃଷକଙ୍କ ସ୍ବାର୍ଥ ରକ୍ଷା ଲାଗି  ସେମାନଙ୍କ ଉତ୍ପାଦର ସର୍ମନିମ୍ନ ସହାୟକ ମୂଲ୍ୟ ବା  MSP  ବୃଦ୍ଧି କରନ୍ତୁ ମୋଦି ସରକାର ।ଏସବୁ ପୂରଣ ପରେ ହିଁ ପ୍ରଧାନମନ୍ତ୍ରୀ ଚାଷୀଙ୍କ ସହ କଥା ହୁଅନ୍ତୁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ।ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ନିର୍ବାଚନ ପାଖେଇ ଆସୁଥିବାରୁ ଚାଷୀଙ୍କ କଥା ମନେପଡିଲା

ONA

Leave a Reply

Top