You are here
Home > ଲାଟେଷ୍ଟ > ରଥ ଯାତ୍ରାରେ ଶୁଭକାମନା କଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ରଥ ଯାତ୍ରାରେ ଶୁଭକାମନା କଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପବିତ୍ର ଘୋଷଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଛା ଜଣାଇବା ସହ ଶୁଖ ଓ ସମୃଡ୍ଡି କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଟ୍ୱିଟ୍‌ କରି ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ଏହା ସହିତ ସେ ୧ ମିନିଟ୍ ୨୬ ସେକେଣ୍ଡର ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ସେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାହାତ୍ମ୍ୟ ବଖାଣିଛନ୍ତି। ଭିଡିଓରେ ପୁରୀ ରଥଯାତ୍ରାର ଦୃଶ୍ୟ ବି ରହିଛି।ଦେଶର ସମସ୍ତ ଲୋକ ସୁଖରେ ରହନ୍ତୁ ବୋଲି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ସେ ପ୍ରାର୍ଥନା କରିଛନ୍ତି। ସେହିଭଳି ଏ ବର୍ଷ ଭଲ ବର୍ଷା ହେଉ ବୋଲି ସେ କାଳିଆଠାକୁରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟ ବାସୀଙ୍କୁ ରଥଯାତ୍ରାରେ ଶୁଭେଛା ଜଣାଇଛନ୍ତି ।  ପବିତ୍ର ରଥଯାତ୍ରାରେ ତିନି ଠାକୁରଙ୍କୁ ଭକ୍ତିପୁତ୍ତ ପ୍ରଣାମ କରିବା ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କୃପାରୁ ରାଜ୍ୟର ପ୍ରଗତି ଓ ସମସ୍ତଙ୍କ ସୁଖ, ସମୃଦ୍ଧି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଜୟ ଜଗନ୍ନାଥ।

 

ONA

Leave a Reply

Top