You are here
Home > ପଲିଟିକ୍ସ > ଜୁଲାଇ ୧୫ ସୁଦ୍ଧା ପିସିସି ନୂଆ ଟିମ୍: ନିରଞ୍ଜନ

ଜୁଲାଇ ୧୫ ସୁଦ୍ଧା ପିସିସି ନୂଆ ଟିମ୍: ନିରଞ୍ଜନ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଇଁ ସଂଗଠନର ପୁର୍ନଗଠନ ଉପରେ ଗୁରୁତ୍ୱ ଦେଉଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଜୁଲାଇ ୧୫ତାରିଖ ସୁଦ୍ଧା ନିଜର ନୂଆ ଟିମ୍ ଘୋଷଣା କରିବେ ବୋଲି ସୂଚନା ଦେଇଛନ୍ତି । ଜିଲ୍ଲା ସଭାପତି ନିଯୁକ୍ତି ପରେ ଏବେ ପିସିସି ଟିମ୍କୁ ଚୂଡ଼ାନ୍ତ କରିବା ପାଇଁ ନିରଞ୍ଜନ ପଦକ୍ଷେପ ନେଉଥିବା ଜଣାପଡ଼ିଛି । ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଜୁଲାଇ ୧୫ତାରିଖ ସୁଦ୍ଧା ପିସିସି ରାଜ୍ୟ କମିଟି, ଜିଲ୍ଲା କମିଟି, ଜୋନାଲ କମିଟି, ବୁଥ୍ କମିଟି ଗଠନ କରାଯିବ । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହି କମିଟିଗୁଡ଼ିକ ନିଶ୍ଚିତ ଭାବେ ଗଠନ ହେବ । ଗତ ୪୮ଦିନ ମଧ୍ୟରେ ୪୫ଟି ସଭା ହୋଇସାରିଲାଣି । ଜିଲ୍ଲା କଂଗ୍ରେସ କର୍ମୀ ଓ ନେତାଙ୍କଠୁ ଏହାଠୁ ଅଧିକ ମଧ୍ୟ ଆଶା କରାଯାଉଛି । ଅଗଷ୍ଟ ମାସରେ ବିଧାନସଭା ଓ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ପ୍ରତିଶ୍ରୁତିରେ କଂଗ୍ରେସ କାଏମ ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି ।
କମିଟିରେ କେବଳ ତାଙ୍କ ସମର୍ଥକମାନେ ସ୍ଥାନ ପାଇବେ କି ବୋଲି ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସମସ୍ତ କଂଗ୍ରେସ ସଦସ୍ୟ ହେଉଛନ୍ତି ତାଙ୍କ ଲୋକ । ତେଣୁ ‘ମୋ ଲୋକ’ ଓ ‘ତାଙ୍କ ଲୋକ’ କିଛି ନାହିଁ । ଏପରିକି ଓଡ଼ିଶାର ଉନ୍ନତି ପାଇଁ ଯେକୌଣସି ବର୍ଗର ଲୋକ କଂଗ୍ରେସରେ ମିଶିବା ପାଇଁ ଇଚ୍ଛା କରିବେ ତାଙ୍କୁ ସ୍ୱାଗତ କରାଯିବ । ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ହାଇକମାଣ୍ଡ ଜୁନ୍ ୧୦ରେ ଦଳର ୨୨ଟି ସାଂଗଠନିକ ଜିଲ୍ଲାରେ ନୂଆ ସଭାପତି ନିଯୁକ୍ତି ଦେଇଥିଲେ ।

ONA

Leave a Reply

Top