You are here
Home > ଅଧିକ ଖବର > ଭଣ୍ଡାରୀପୋଖରୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତରେ ବିଜେପିରେ ମିଶିଲେ ଶତାଧିକ ବିଜେଡି ଓ କଂଗ୍ରେସର ନେତା ଓ କର୍ମୀ

ଭଣ୍ଡାରୀପୋଖରୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତରେ ବିଜେପିରେ ମିଶିଲେ ଶତାଧିକ ବିଜେଡି ଓ କଂଗ୍ରେସର ନେତା ଓ କର୍ମୀ

ଭଣ୍ଡାରୀପୋଖରୀରେ ମିଶିଲେ ଶତାଧିକ ବିଜେଡି ଓ କଂଗ୍ରେସର ନେତା ଓ କର୍ମୀ
କେନ୍ଦ୍ରର ଯୋଜନା ଓ ଅର୍ଥକୁ ଲାକଙ୍କୁ ବାଂଟିବାର ଦାୟିତ୍ୱ ନେଇ ରାଜ୍ୟ ସରକାର କେବଳ ଲୋକ ହିତ ନୁହେଁ ଦଳୀୟ ସ୍ୱାର୍ଥରେ ବିନିଯୋଗ କରୁଛି – ଧର୍ମେନ୍ଦ୍ର ପ୍ରଧାନ
 ପୂବ ର୍ରୁ ଗରୀବଙ୍କ ପାଇଁ ପକ୍କା ଘର ୪୦ ହଜାରରୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ବଢିଥିଲା ବେଳେ ମୋଦି ସରକାର ଆସିବା ପରେ ଏହା ହୋଇଛି ଦେଢ ଲକ୍ଷ ଟଙ୍କା
 ୧୮ ବର୍ଷର ନବୀନ ପଟ୍ଟନାୟକଙ୍କ ନିରନ୍ତର ଶାସନ ଓ ଶ୍ରେଷ୍ଠ ପ୍ରଶାସକ ହେବାର ଦାବି ପରେ ୪୫ ଘରେ ପାଇଖାନା ଓ ୪୦ ଘରେ ବିଜୁଳି ନ ଥିବା ଅପାରଗତାର କେବଳ ନମୁନା
 ଟଙ୍କିକିଆ ଚାଉଳ ପ୍ରସଙ୍ଗରେ କହିଲେ ନବୀନ ସରକାର ପର ତିଅଣରେ ଅତିଥି ସକ୍ରାର କରୁଛନ୍ତି
 ୨୦୧୪ ମସିହା ସୁଦ୍ଧା ଓଡିଶାରେ ୨୦ ଲକ୍ଷ ଏଲପିଜି ସଂଯୋଗ ଥିବା ବେଳେ ଏହା ବଢି ଏବେ ସୁଦ୍ଧା ୬୨ ଲକ୍ଷରେ ପହଂଚିଛି
ଭଣ୍ଡାରୀପୋଖରୀ: କେନ୍ଦ୍ରରେ ମୋଦି ସରକାର ଓଡିଶାର ଗରୀବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ଓ ଏଥି ପାଇଁ ଅର୍ଥ ପଠାଉଥିବା ବେଳେ ରାଜ୍ୟରେ ଥିବା ସରକାର ଯୋଜନାକୁ ଲୋକଙ୍କୁ ବାଂଟିବାର ଦାୟିତ୍ୱ ନେଇ ଏହାକୁ କେବଳ ଲୋକ ହିତ ନୁହେଁ ଦଳୀୟ ସ୍ୱାର୍ଥରେ ବିନିଯୋଗ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭଣ୍ଡାରୀପୋଖରୀ ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସ ଦଳ ଛାଡି ବିଜେପିରେ ସାମିଲ ହେବା ପାଇଁ ଆୟୋଜିତ ଜନସଭାକୁ ଉଦବୋଧନ ଦେଇ ଏହା କହିଛନ୍ତି ଶ୍ରୀ ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ପୂର୍ବରୁ ଗରୀବଙ୍କ ପାଇଁ ପକ୍କା ଘର ୪୦ ହଜାରରୁ ୭୦ ହଜାର ଟଙ୍କା
ପର୍ଯ୍ୟନ୍ତ ବଢିଥିଲା । ମୋଦି ସରକାର ଆସିବା ପରେ ଏହି ଘରର ମୂଲ୍ୟ ୧ ଲକ୍ଷ ୩୦ ଓ ମନରେଗା ବାବଦରେ ଗୃହ ନିର୍ମାଣ ପାଇଁ ୨୦ ହଜାର ମିଶି ଘରର ମୂଲ୍ୟ ଦେଢ ଲକ୍ଷ ହୋଇଛି । ମାତ୍ର ଓଡିଶା ସରକାର କୁଜି ନେତା ମାନଙ୍କ ସୁପାରିଶରେ ଦଳୀୟ ଆଧାରରେ ଘର ବାଂଟି ଦେଉଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ପାଇଖାନା ନିର୍ମାଣକୁ ଏକ ଜନ ଆନ୍ଦୋଳନ କରିବାକୁ ପ୍ରଚୁର ଅର୍ଥ ଦେଉଥିବା ବେଳେ ଏବେ ବି ଓଡିଶାର ୪୫ ପ୍ରତିଶତ ଘରେ ପାଇଖାନା ନାହିଁ । ସୌଭାଗ୍ୟ ଯୋଜନାରେ ସବୁ ଘରକୁ ୯୦ ପ୍ରତିଶତ ଅନୁଦାନରେ ବିଜୁଳି ଲାଗିବାର ବ୍ୟବସ୍ଥା ହୋଇଛି । ଏବେ ବି ଓଡିଶାର କୋଟିଏ ଘରୁ ୪୦ ଲକ୍ଷ ଘରେ ବିଜୁଳି ନାହିଁ । ସବୁ ଘରେ ବିଜୁଳି ଲାଗିବାକୁ ପର୍ଯ୍ୟାପ୍ତ ଅର୍ଥ ଉପଲବ୍ଧ ଅଛି । ୧୮ ବର୍ଷର ନବୀନ ପଟ୍ଟନାୟକଙ୍କ ନିରନ୍ତର ଶାସନ ଓ ଶ୍ରେଷ୍ଠ ପ୍ରଶାସକ ହେବାର ଦାବି ପରେ ୪୫ ଘରେ ପାଇଖାନା ଓ ୪୦ ଘରେ ବିଜୁଳି ନ ଥିବା ଅପାରଗତାର କେବଳ ନମୁନା ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ନବୀନ ସରକାର ପର ତିଅଣରେ ଅତିଥି ସକ୍ରାର କରୁଛନ୍ତି ବୋଲି ଟଙ୍କିକିଆ ଚାଉଳ ପ୍ରସଙ୍ଗରେ ବକ୍ତବ୍ୟ ରଖିଛନ୍ତି ଶ୍ରୀ ପ୍ରଧାନ । ୩୨ ଟଙ୍କା ଚାଉଳର ମୂଲ୍ୟ ହୋଇଥିବା ବେଳେ କେନ୍ଦ୍ର ୨୯ ଟଙ୍କା, ହିତାଧିକାରୀ ଟଙ୍କାଏ ଓ ରାଜ୍ୟ ସରକାର ମାତ୍ର ଦୁଇ ଟଙ୍କା ଦେଉଛି । ସମ୍ପୂର୍ଣ ଟଙ୍କିକିଆ ଚାଉଳର ଶ୍ରେୟ ନେବାକୁ ଚେଷ୍ଟା କରୁଥିବା ବେଳେ ଦଳୀୟ ଆଧାରରେ ଚାଉଳ ବାଂଟି କଟକ ମେୟର ଭଳି ଧନୀ ଲୋକଙ୍କୁ ଏହି ଯୋଜନାର ଲାଭ ନବୀନ ସରକାର କାହିଁକି ଦେଉଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ଅପର ପକ୍ଷରେ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ଓ ଏଲପିଜି ଯୋଗାଣ ବ୍ୟାପକ ମାତ୍ରାରେ ରାଜ୍ୟରେ ସଫଳ ହୋଇଛି ବୋଲି ଦାବି କରିଛନ୍ତି ଶ୍ରୀ ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୧୪ ମସିହା ସୁଦ୍ଧା ଓଡିଶାରେ ୨୦ ଲକ୍ଷ ଏଲପିଜି ସଂଯୋଗ ଥିବା ବେଳେ ଏହା ବଢି ଏବେ ସୁଦ୍ଧା ୬୨ ଲକ୍ଷରେ ପହଂଚିଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଭଦ୍ରକ ହେଉଛି ଅପାର ସମ୍ଭାବନାର ଜିଲ୍ଲା । ରାଜ୍ୟ ସରକାର ସାମୁଦ୍ରିକ ଫୁଡ ପାର୍କ କେନ୍ଦ୍ର ସରକାରଙ୍କ ଅନୁଦାନରେ ଭୁବନେଶ୍ୱରରେ କରିଛନ୍ତି । ଏହା ସମୁଦ୍ରକୁଳିଆ ଜିଲ୍ଲାରେ କାହିଁକି ହୋଇ ପାରିବ ନାହିଁ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ଧାମରା ବନ୍ଦରକୁ ଆଧାର କରି ଦୃତ ଶିଳ୍ପାୟନର ସମ୍ଭାବନା ଭଦ୍ରକ ଜିଲ୍ଲାରେ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଭଦ୍ରକ ଜିଲ୍ଲାରେ ଟେକ୍ସଟାଇଲ ପାର୍କ ଓ ପଲିଷ୍ଟର ଶିଳ୍ପର ବ୍ୟାପକ ସମ୍ଭାବନା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ONA

Leave a Reply

Top