You are here
Home > ଲାଟେଷ୍ଟ > ଗାଁ ବିକାଶ କଂଗ୍ରେସର ପ୍ରାଥମିକତା

ଗାଁ ବିକାଶ କଂଗ୍ରେସର ପ୍ରାଥମିକତା

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି କଂଗ୍ରେସ ପକ୍ଷରୁ ପ୍ରକାଶ କରାଯାଇଛି ଘୋଷଣା ପତ୍ର । ଏଥିରେ ୫ଟି ପ୍ରମୁଖ ପ୍ରସଙ୍ଗକୁ ଦଳ ସ୍ଥାନ ଦିଆଯାଇଛି । ଗାଁର ବିକାଶକୁ ଦଳ ପ୍ରାଥମିକତା ଦେଇଛି । ଗାଁର ବିକାଶ ବିନା ଓଡ଼ିଶାର ବିକାଶ ସମ୍ଭ ବ ନୁହେଁ ବୋଲି ଦଳ ତାର ଇସ୍ତାହାରରେ ଉଲ୍ଲେଖ କରିଛି । ଏହାସହ ସାମାଜିତ ସୁରକ୍ଷା, ପଞ୍ଚାୟତିରାଜ ସଶକ୍ତିକରଣ, କୃଷି ଓ କୃଷକଙ୍କ ଉନ୍ନତି ଏବଂ  ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶକୁ ଦଳ ପ୍ରମୁଖ ପ୍ରସଙ୍ଗ ଭାବେ ଇସ୍ତାହାରରେ ସ୍ଥାନିତ କରିଛି । ସେହିପରି ସରକାରଙ୍କ ୧୬ ବର୍ଷ ଶାସନର ୧୬ଟି କଳା କାରନାମା, କଳିଙ୍ଗନଗରରେ ପୋଲିସ ଗୁଳିରେ ଆଦିବାସୀଙ୍କ ମୃତୁ୍ୟ, ଋଷି ମୃତୁ୍ୟ  ମାମଲାରେ ଭୁବନେଶ୍ୱର ମେୟରଙ୍କ ସମ୍ପୃକ୍ତି ଅଭିଯୋଗ, ସୁରକ୍ଷା ଆଳରେ ସୁନ୍ଦରଗଡରେ ମହିଳାଙ୍କ ଓଢ଼ଣୀ କଢାଯିବା ପ୍ରସଙ୍ଗକୁ ଇସ୍ତାହାରରେ ସ୍ଥିନିତ କରାଯାଇଛି । ସେହିପରି ନଗଡା ଅପପୃଷ୍ଟି, ଗୁମୁଡୁମାହା ଗୁଳିକାଣ୍ଡ ଓ ଦାନ ମାଝି  ପ୍ରସଙ୍ଗ ମଧ୍ୟ ସ୍ଥାନିତ ହୋଇଛି । ପ୍ରସାଦ କହିଛନ୍ତି, ବିଜେଡି ୧୬ ବର୍ଷରୁ ଉଦ୍ଧ୍ୱର୍ ହେଲା ଶାସନ କରୁଛି । ବିଜେପି ସହ ମିଶି ୯ ବର୍ଷ ସରକାରରେ ରହିଛି । ଗଣତନ୍ତ୍ର ବ୍ୟବସ୍ଥାରେ କ୍ଷମତା ଲୋକଙ୍କ ପାଖରେ ରହିଥାଏ  । ହେଲେ ଏଠାରେ କିଛି ମୁଷ୍ଟିମେୟ ଲୋକଙ୍କ ପାଖରେ କ୍ଷମତା ଠୁଳ ହୋଇ ରହିଛି । ଫଳରେ ଲୋକଙ୍କ ପାଖରେ ଉନ୍ନୟନ କାର୍ଯ୍ୟ ପହଞ୍ଚି ପାରୁନାହିଁ । ନଗଡା ଭଳି ହଜାର ହଜାର ଗାଁ ରାଜ୍ୟରେ ଅଛି । ଏଠାରେ ଶିଶୁ ଜାପାନୀ ଜ୍ୱରରେ ମରୁଛନ୍ତି  । ବହୁ ଗାଁକୁ ରାସ୍ତା ଓ ବିଦୁ୍ୟତ ଯାଇନି  । ସେ କହିଛନ୍ତି, ପଞ୍ଚାୟତ କାର୍ଯ୍ୟାଳୟ ଏବେ ଶାସକ ଦଳର କିଛି ଟାଉଟରଙ୍କ ଆଡ୍ଡା ସ୍ଥଳ ପାଲଟିଛି । ବ୍ଲକ ଅଫିସ ଶାସକ ଦଳର କୁଜି ନେତାଙ୍କୁ  ଆଖଡାରେ ପରିଣତ ହୋଇଛି । ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ଓ ଡିଆରଡିଏ  ଅଫିସ ପର୍ଯ୍ୟନ୍ତ ବିନା ଲାଞ୍ଚରେ କାମ ହେଉନାହିଁ । ସରକାରୀ କଳକୁ ବିଜେଡି ନିଜ  କାର୍ଯ୍ୟରେ ଲଗାଉଛି । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସବୁ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ସରକାରୀ ଦଳ ପାଇଁ ପ୍ରଚାର ଦାୟିତ୍ୱ ନେଇଥିଲେ  ।

ONA

Leave a Reply

Top