You are here
Home > ଲାଟେଷ୍ଟ > ପାଇକମାଳ ତହସିଲଦାରଙ୍କ ଲାଞ୍ଚନେବା ଭିଡିଓ ଭାଇରାଲ,ଆକ୍ସନ ମୁଡରେ ରାଜସ୍ବମନ୍ତ୍ରୀ

ପାଇକମାଳ ତହସିଲଦାରଙ୍କ ଲାଞ୍ଚନେବା ଭିଡିଓ ଭାଇରାଲ,ଆକ୍ସନ ମୁଡରେ ରାଜସ୍ବମନ୍ତ୍ରୀ

ଭୁବନେଶ୍ବର : ବାଲି ଚୋରାଚାଲଣ ଲାଗି ଲାଞ୍ଚ ନେବା ମହଙ୍ଗା ପଡିଲା ।ଏବେ କାର୍ଯ୍ୟାନୁଷ୍ଠାନ ନେବେ ସରକାର । ପାଇକମାଳ ତହସିଲଦାରଙ୍କ ବିରୋଧରେ ଏମିତି ଅଭିଯୋଗ ଆସିଥଲା ବିଧାନସଭାରେ । ତହସିଲଦାର ଲାଞ୍ଚ ନେଉଥିବାର ଭିଡିଓ ଆଜି ରାଜସ୍ବ ମନ୍ତ୍ରୀ ଦେଖିବା ପରେ ଆକ୍ସନ ମୁଡକୁ ଆସିଛନ୍ତି । ସେପଟେ ବିରୋଧୀ କହିଛନ୍ତି କେବଳ ପାଇକମାଳ ନୁହେଁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରଶାସନର ସଲାସୁତୁରାରେ ବାଲି ରାଜ୍ୟ ବାହାରକୁ ଚୋରା ଚାଳଣ ହେଉଛି ।…
ରାଜ୍ୟସ୍ବ ମନ୍ତ୍ରୀଙ୍କ ହାତରେ ତହସିଲଦାରଙ୍କ ଲାଞ୍ଚ ନେବା ଭିଜୁଆଲ । ବିଧାନସଭା କାର୍ଯ୍ୟାଳୟରେ ତହସିଲଦାର ଲାଞ୍ଚ ନେବାର ଭିଜୁଆଲ ଦେଖୁଛନ୍ତି ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି । ମୋବାଇଲରେ ଗୋଟିଏ ପରେ ଗୋଟିଏ ଭିଜୁଆଲ ଦେଖିଛନ୍ତି ମନ୍ତ୍ରୀ । ବରଗଡ ଜିଲ୍ଲା ପାଇକମାଳ ତହସିଲଦାର ଜାନକୀ ନାଥ ମିଶ୍ରଙ୍କର ଏଭଳି ଭିଜୁଆଲ ଏବେ ଭାଇରାଲ ହୋଇଛି । ବାଲି ଚୋରା ଚାଲଣ ଲାଗି ତହସିଲଦାର ଲାଞ୍ଚ ନେବାର ଏ ଭିଡିଓ ସୋସିଆଲ ମିଡିଆରେ ବୁଲୁଛି । ନିଜ କାର୍ଯ୍ୟଳୟରେ ଖୁଲମ ଖୁଲ୍ଲା ଲାଞ୍ଚ ନେଉଛନ୍ତି ତହସିଲଦାର । ଡିମାଣ୍ଡ କ୍ୟାସ କାଳେ କମ ଥିବ ତାକୁ ଗଣି ରଖୁଛନ୍ତି । କେବଳ ଅଫିସ ନୁହେଁ ନିଜ ରେସରେ ବି ବାବୁ ଶହେ ଟଙ୍କିଆ ବିଡା ଗଣି ଗଣି ରଖୁଥିବା ଭିଜୁଆଲ ରହିଛି । ଏସବୁ ପ୍ରମାଣ ପାଇବା ପରେ ଆକ୍ସନ ମୁଡକୁ ଆସିଛନ୍ତି ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି । ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଶ କରାଯିବ ବୋଲି କହିଛନ୍ତି।
ଲଘୁ ଖଣିଜ ପଦାର୍ଥ ଚୋରା ଚାଲଣ ନେଇ ବିଧାନସଭା ରେ ରାଜସ୍ବ ବିଭାଗର ପ୍ରଶ୍ନୋତ୍ତର ସମୟର ଆରୋପ ଆଣିଥିଲେ ଉଭୟ ଶାସକ ଓ ବିରୋଧୀ ବିଧାୟକ । ପଦ୍ମପୁର ବିଧାୟକ ବିଧାନସଭାରେ ପାଇକମାଳ ତହସିଲଦାର ଲାଞ୍ଚ ନେଇ ବାଲି ଚୋରାଚାଳଣ କରୁଥିବା କଥା ଉଠାଇଥିଲେ । ଆଉ ଏବେ ସେହି ତହସିଲଦାରଙ୍କ ଭିଡିଓ ମନ୍ତ୍ରୀଙ୍କ ପାଖରେ ପହଁଚିଛି । କେବଳ ପାଇକମାଳ ନୁହେଁ ରାଜ୍ୟର ଅଧିକାଂଶ ଜାଗାରେ ଏମିତି କାରବାର ହେଉଥିବାରୁ ସରକାର ପଦକ୍ଷେପ ନେବାର ଆବଶ୍ୟକ ଅଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନି ପତି ଏଂବ ବିଜେପି ବିଧାୟକ ପ୍ରଦୀପ ପୁରୋହିତ।
ବ୍ଲକ ଠାରୁ ଆରମ୍ଭ କରି ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠି ଦୁର୍ନୀତି କାୟାବିସ୍ତାର କରିଛି । ଏକଥାକୁ ନେଇ ଅନେକ ସମୟରେ ସରକାର ଅଡୁଆରେ ପଡିଛନ୍ତି । ଆଉ ଏହି ଘଟଣା ପ୍ରମାଣ ସହ ସାମ୍ମନାକୁ ଆସିବା ପରେ ଏବେ ସରକାର ହରଡ ଘଣାରେ ।

ONA

Leave a Reply

Top