You are here
Home > ଲାଟେଷ୍ଟ > ୟୁଏନ ବେହେରା ହେଲେ ଓଇଆରସିର ନୂଆ ଅଧ୍ୟକ୍ଷ

ୟୁଏନ ବେହେରା ହେଲେ ଓଇଆରସିର ନୂଆ ଅଧ୍ୟକ୍ଷ

ଭୁବନେଶ୍ୱର: ବରିଷ୍ଠ ଆଏଏସ ଅଫିସର ଉପେନ୍ଦ୍ରନାଥ ବେହେରା ହେଲେ ଓଇଆରସିର ନୂଆ ଅଧ୍ୟକ୍ଷ। ଚୟନ କମିଟିର ସୁପାରିଶ ଆଧାରରେ ରାଜ୍ୟ ସରକାର ବେହେରାଙ୍କୁ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆରସି) ଅଧ୍ୟକ୍ଷ ଭାବେ  ନିଯୁକ୍ତି ଦେଇଛନ୍ତି। ୟୁଏନ ବେହେରା ପୂର୍ବରୁ  ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଥିଲେ। ଏହାଛଡ଼ା ରାଜ୍ୟ ସରକାରଙ୍କ ଗୃହ ବିଭାଗର ସଚିବ ପଦ ସହ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି କାର୍ଯ୍ୟ ସମ୍ପାଦନ କରିଛନ୍ତି।  ସେହିପରି ଅବସରପ୍ରାପ୍ତ ସେନା ଅଧିକାରୀ ସୌରୀକାନ୍ତ ପାଢ଼ୀ ଓଇଆର୍‌ସି ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି।

ONA

Leave a Reply

Top