You are here
Home > ଲାଟେଷ୍ଟ > ମହିମାଙ୍କ ଦୁଇ ପୁଅଙ୍କୁ ପୋଲିସର ନୋଟିସ

ମହିମାଙ୍କ ଦୁଇ ପୁଅଙ୍କୁ ପୋଲିସର ନୋଟିସ

ପାରାଦୀପ: ସିୱେଜ ସିପିଂ କମ୍ପାନୀ ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ଶିଳ୍ପପତି ମହିମା ମିଶ୍ରଙ୍କ ଦୁଇ ପୁଅ ଚନ୍ଦନ ଓ ଚର୍ଚ୍ଚିତଙ୍କୁ ଥାନାରେ ହାଜର ହେବାରୁ ନୋଟିସ୍ ଜାରି କରିଛି ପାରାଦୀପ ପୋଲିସ  । ଏହା ସହିତ ତାଙ୍କ ଆକାଉ ।ଣ୍ଟରବୀନ୍ଦ୍ର ଦଳେଇଙ୍କୁ ମଧ୍ୟ ହାଜର ହେବା ପାଇଁ ପୋଲିସ ନୋଟିସ ପଠାଇଛି । ଆସନ୍ତା ୧୧ ତାରିଖ ସୁଦ୍ଧା ହାଜର ହେବା ପାଇଁ ଏହି ତିନି ଜଣଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍(ଓଏସଏଲ) ମୁଖ୍ୟ ମହିମା ମିଶ୍ରଙ୍କ ଆର୍ଥିକ କାରବାର ସମ୍ପର୍କରେ ପଚରାଉଚରା କରିବାକୁ ପୋଲିସ ସେମାନଙ୍କୁ ନୋଟିସ ଜାରି କରିଛି । ମହିଳା ମିଶ୍ର ଏ ମାମଲାରେ ଗିରଫ ହୋଇ ସମାଗୋଳ ଜେଲରେ ଅଛନ୍ତି  । ଏଯାବତ ଏହି ମାମଲାରେ ତାଙ୍କୁ ମିଶାଇ ମୋଟ ୮ଜଣ ଗିରଫ ହୋଇଛନ୍ତି  । ସେମାନଙ୍କ ମଧ୍ୟରେ କଂଗ୍ରେସ ନେତା ବାପି ସର୍ଖେଲ ବି ଅଛନ୍ତି । ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ପାରାଦୀପ ପୋଲିସକୁ ତାଙ୍କୁ ଜାନୁଆରୀ ୧ରୁ ୪ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ଆଣିଥିଲା । ମହିମା ଓ ତାଙ୍କ ସହଯୋଗୀ ବସନ୍ତ ବଳଙ୍କୁ ଗତମାସରେ ଓଡ଼ିଶା ପୋଲିସ ବ୍ୟାଙ୍କକରୁ ଆଣିବା ପରେ ଗିରଫ କରିଥିଲା । ସେପଟେ ମହିମା ମିଶ୍ରଙ୍କୁ ତାଳଚେର ପୋଲିସ ରିମାଣ୍ଡରେ ନେଇଛି । ତାଳଚେର ପୋଲିସ ଜଲାରାମ ଟ୍ରାନ୍ସପୋର୍ଟ ଗୁଳିକାଣ୍ଡ ଘଟଣାରେ ପଚରାଉଚରା କରିବା ପାଇଁ ମହିମା ମିଶ୍ରଙ୍କୁ ରିମାଣ୍ଡରେ ନେବା ପାଇଁ ତାଳଚେର ଏସଡିଜେଏମ କୋର୍ଟ ଅନୁମତି ଦେଇଥିଲେ ।

ONA

Leave a Reply

Top