You are here
Home > Uncategorized > ଆଇପିଏସ୍ ଅଫିସରଙ୍କ ଡେପୁଟେସନ ଲବି

ଆଇପିଏସ୍ ଅଫିସରଙ୍କ ଡେପୁଟେସନ ଲବି

ଭୁବନେଶ୍ୱର,:ରାଜ୍ୟରେ ଆଇପିଏସ୍ ଅଫିସର୍ ସଙ୍କଟ ବେଳେ ଏବେ କେନ୍ଦ୍ରୀୟ ଡେପୁଟେସନ୍ରେ  ଯିବାକୁ ଆବେଦନ କରିଛନ୍ତି  ଆହୁରି ୧୨ ଆଇପିଏସ୍ । ଏମାନଙ୍କ  ପୂର୍ବରୁ ଦୀପକ କୁମାର ଡେପୁଟେସନ୍ରେ ଯାଇଥିବା ବେଳେ ପୂଜା ଛୁଟି   ପରେ   ଯିବେ   ଭୁବନେଶ୍ୱରର ପୂର୍ବତନ  ଡିସିପି ତଥା ବର୍ତ୍ତମାନର କେନ୍ଦ୍ରାପଡ଼ା  ଏସ୍ପି  ନିତିନ୍ଜିତ୍  ସିଂହ । ଦିଲ୍ଲୀସ୍ଥିତ ର’କୁ ସେ ଡେପୁଟେସନ୍ରେ ଯାଉଛନ୍ତି । ଏବେ ୧୨ ଜଣ ଆବେଦନ ତାଲିକାରେ ରହିଥିବା ଜଣାପଡ଼ିଛି । ସେମାନଙ୍କ ନାମ ଜଣାପଡ଼ି ନଥିଲେ ସୁଦ୍ଧା ଏହି ୧୨ଙ୍କ ମଧ୍ୟରୁ ୨ଜଣଙ୍କ ନାମ ଚୂଡ଼ାନ୍ତ କରି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥିବା ସୂଚନା ମିଳିଛି । ରାଜ୍ୟରେ ସମୁଦାୟ  ୧୮୮ ଆଇପିଏସ୍ଙ୍କ ମଧ୍ୟରୁ ଏବେ ୮୦ ପଦବୀ ଖାଲି  ପଡ଼ିଛି ।  ଦୀପକ   କୁମାର   ଓ ନିତିନ୍ଜିତ୍ଙ୍କୁ ମିଶାଇଲେ ୮୨ ଆଇପିଏସ୍ ପଦବୀ  ଖାଲି  ପଡ଼ିବ ।  ଯଦି  ଆବେଦନ କରିଥିବା ୧୨ ଜଣଙ୍କୁ ରାଜ୍ୟ ସରକାର ଅନୁମତି ଦିଅନ୍ତି ତେବେ ୨୦୧୬ ଶେଷ ସୁଦ୍ଧା ରାଜ୍ୟରେ ୫୦ ପ୍ରତିଶତ ଆଇପିଏସ୍ ପଦବୀ  ଖାଲି ପଡ଼ିବ । ଏବେ  ଓଡ଼ିଶା କ୍ୟାଡର୍ର  ୨୫  ଜଣ  ଆଇପିଏସ୍ ଅଫିସର୍  କେନ୍ଦ୍ରୀୟ ଡେପୁଟେସନ୍ରେ ଅଛନ୍ତି ।  ରାଜ୍ୟ  ପୁଲିସ୍  ବିଭାଗରେ ଆଇପିଏସ୍ଙ୍ ସଂଖ୍ୟା  ସଙ୍କଟ  ରାଜ୍ୟ ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି । ଏବେ  ବହୁ  ଜିଲ୍ଲାରେ ଏସପି ପଦବୀରେ  ଅତିରିକ୍ତ ଏସପି   କିମ୍ବା ବିଭାଗୀୟ   ପଦୋନ୍ନତି   ପାଇ   ଏସପିପଦବୀରେ  ଥିବା  ଅଧିକାରୀଙ୍କୁ  ଜିଲ୍ଲା ଏସ୍ପି ଭାବେ ନିଯୁକ୍ତି ଦିଆଯାଇଛି । ଖୋର୍ଦ୍ଧା, ଭଦ୍ରକ ଭଳି କେତେକ ଜିଲ୍ଲାରେ ନିଯୁକ୍ତି ପାଇଥିବା ଏସ୍ପିମାନେ ଏବେ ବି ନିୟମିତ ହୋଇନାହାନ୍ତି । ସେମାନଙ୍କୁ ଏସ୍ପି-ଇନ୍ଚାର୍ଜ ଭାବେ ନିଯୁକ୍ତି ଦିଆଯାଇ ଝୁଲାଇ ରଖାଯାଇଛି । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ମାଓ ଉପଦ୍ରୁତ ଜିଲ୍ଲା ଗୁଡ଼ିକରେ ନବାଗତ ଆଇପିଏସ୍ଅଫିସର୍ଙ୍କୁ  ନିଯୁକ୍ତି  ଦିଆଯାଇଥିବା  ବେଳେ  ଏହି  ଜିଲ୍ଲା  ମଧ୍ୟରୁ  ୩ଟି  ଜିଲ୍ଲାକୁ  ବାଦ୍  ଦେଲେଉପକୂଳବର୍ତ୍ତୀ ଅଧିକାଂଶ ଜିଲ୍ଲାରେ ବିଭାଗୀୟ ପଦୋନ୍ନତି ବଳରେ ଏସପି ପାହ୍ୟାକୁ ଯାଇଥିବା ବରିଷ୍ଠ ପୁଲିସ୍ ଅଧିକାରୀଙ୍କୁ ଇନ୍ଚାର୍ଜ ରଖାଯାଇଛି । ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନା ଯଦି ସତ୍ୟ ହୋଇଥାଏ ତେବେ ରାଜ୍ୟ ପୁଲିସ୍ର ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟରତ ଜଣେ ବରିଷ୍ଠ ଆଇପିଏସ୍ ଅଫିସର୍ କେନ୍ଦ୍ରୀୟ ଡେପୁଟେସନ୍ରେ ସିବିଆଇର ଅତିରିକ୍ତ ନିଦେ୍ର୍ଦଶକ କିମ୍ବା ଏନ୍ଆଇଏକୁ ଯିବା ପାଇଁ ଆନ୍ତରିକତା ପ୍ରକାଶ କରିଥିବା ସୂଚନା ମିଳିଛି । ତେବେ ଆବେଦନ କରିଥିବା ଏହି ୧୨ ଆଇପିଏସ୍ ଅଫିସର୍ଙ୍କ  କେନ୍ଦ୍ରୀୟ ଡେପୁଟେସନ୍କୁ ସରକାର ଅନୁମତି ଦେଉଛନ୍ତି କି ନା ତାହା ଏ ଯାଏ ସ୍ପଷ୍ଟ ହୋଇପାରୁନାହିଁ ।

ONA
Top