You are here
Home > ଲାଟେଷ୍ଟ > ଝାରସୁଗୁଡା ଏୟାରପୋର୍ଟକୁ ମିଳିଲା ଲାଇସେନ୍ସ

ଝାରସୁଗୁଡା ଏୟାରପୋର୍ଟକୁ ମିଳିଲା ଲାଇସେନ୍ସ

ଭୁବନେଶ୍ୱର : ରାଜ୍ୟ ପାଇଁ ଖୁସି ଖବର। ଝାରସୁଗୁଡାରେ ହୋଇଛି ରାଜ୍ୟର ୨ୟ ବିମାନବନ୍ଦର । ଓଡ଼ିଶାରେ ଦ୍ୱିତୀୟ ବିମାନବନ୍ଦର ପାଇଁ କେନ୍ଦ୍ରର ଅନୁମତି ମିଳିଛି। ଝାରସୁଗୁଡ଼ା ବିମାନବନ୍ଦରକୁ ଡାଇରେକ୍ଟରେଟ୍ ଜେନେରାଲ ଅଫ୍ ସିଭିଲ ଆଭିଏସନ(ଡିଜିସିଏ) ଲାଇସେନ୍ସ ପ୍ରଦାନ କରିଛି। ଏ ନେଇ ଆଜି ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ଯୁଗ୍ମ ସଚିବ ଉଷା ପାଢୀ। ସେ ଟ୍ୱିଟରରେ ଲେଖିଛନ୍ତି ଯେ, ଝାରସୁଗୁଡ଼ାକୁ ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ମାନ୍ୟତା ନେଇ ଡିଜିସିଏ ସ୍ୱୀକୃତି ପ୍ରଦାନ କରିଛି। ଆଗାମୀ ଦିନରେ ରାଉରକେଲା, ଜୟପୁର ଓ ଉତକେଲା(କଳାହାଣ୍ଡି) ଠାରେ ମଧ୍ୟ ଏୟାରଷ୍ଟ୍ରିପ ସ୍ଥାପନ କରି ଉଡାନ ସ୍କିମରେ ସାମିଲ କରାଯିବ ବୋଲି ସେ କହିଛନ୍ତି । ପୂର୍ବରୁ ଗତ ଫେବ୍ରୁଆରୀ ମାସରେ ଝାରସୁଗୁଡାରୁ ଉଡାଣ ଆରମ୍ଭ ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ସେଥିରେ ଦୁଇମାସ ବିଳମ୍ବ ହୋଇଛି । ରାଜ୍ୟର ଏସବୁ ସହରକୁ କେନ୍ଦ୍ର ସରକାରଙ୍କ ଉଡାଣ ଯୋଜନାରେ ସାମିଲ କରାଯାଇଛି ।

ONA

Leave a Reply

Top