You are here
Home > ଏକ୍ସକ୍ଲୁସିଭ୍ > କାଲିଠାରୁ ସବୁ ସ୍କୁଲ ଛୁଟି ଘୋଷଣା କଲେ ସରକାର: ପଚଣ୍ଡ ଗ୍ରୀଷ୍ମପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁଁ ଆଗୁଆ ଛୁଟି

କାଲିଠାରୁ ସବୁ ସ୍କୁଲ ଛୁଟି ଘୋଷଣା କଲେ ସରକାର: ପଚଣ୍ଡ ଗ୍ରୀଷ୍ମପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁଁ ଆଗୁଆ ଛୁଟି

ଭୁବନେଶ୍ୱର: ଓଡ଼ିଶାରେ ଏବେ ପଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ରୌଦ୍ରତାପ ବୃଦ୍ଧି ଘଟିଚାଲିଛି । କୋମଳମତି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଲାଗି ସରକାର ଆସନ୍ତାକାଲିଠାରୁ ଆଗୁଆ ଛୁଟି ଘୋଷଣା କରିଛନ୍ତି ।

ଆଉ ସପ୍ତାହଟେ ପରେ ରାଜ୍ୟର ସମସ୍ତ ସ୍କୁଲର ହୋଇଥାଆନ୍ତା ଖରାଛୁଟି । କିନ୍ତୁ ଗତ ୨ ଦିନ ହେଲା ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୪୦ ଡ଼ିଗ୍ରୀରୁ ବୃଦ୍ଧି ପାଇଚାଲିଥିବା ଯୋଗୁଁ ସରକାର ସମସ୍ତ ସ୍କୁଲଗୁଡ଼ିକୁ ଆସନ୍ତା କାଲିଠାରୁ ଛୁଟି ଘୋଷଣା କରିଛନ୍ତି । ତେବେ ଏବେ ସମସ୍ତ ସ୍କୁଲ ଗୁଡ଼ିକରେ ସକାଳୁଆ କ୍ଲାସ ହେଉଥିଲା । ଅସହ୍ୟ ଖରା ସାଙ୍ଗକୁ ଅହେତୁକ ତାପମାତ୍ରାକୁ ଦୃଷ୍ଟିରେ ରଖି ସରକାର ଏହି ଛୁଟି ଘୋଷଣା କରିଛନ୍ତି ।

ONA

Leave a Reply

Top