You are here
Home > କୃଷି > କ୍ଷତିଗ୍ରସ୍ତ କୃଷକଙ୍କୁ ମିଳିବ ବୀମା ରାଶି

କ୍ଷତିଗ୍ରସ୍ତ କୃଷକଙ୍କୁ ମିଳିବ ବୀମା ରାଶି

ଭୁବନେଶ୍ୱର, ଓଡିଶାରେ ଗତ ବର୍ଷ ମରୁଡି ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ କେନ୍ଦ୍ର ବୀମା ରାଶି ମିଳିବ ।  ଓଡିଶା ସରକାର ଧ୍ୟାର୍ଯ୍ୟ ତାରିଖର ସାଢେ ଚାରି ମାସ ପରେ ଫସଲ ଅମଳର ବିବରଣୀ ପ୍ରଦାନ କରିଥିଲେ । ଅର୍ଥାତ ୨୦୧୫ ଖରିଫ ଫସଲ କଟା ରିପୋର୍ଟ ଅଗଷ୍ଟ ୧୦, ୨୦୧୬ରେ ଏଗ୍ରିକଲଚର ଇନସ୍ୟୁରାନ୍ସ କମ୍ପାନୀ ଅଫ ଇଣ୍ଡିଆକୁ ପ୍ରଦାନ କରାଯାଇଥିଲା । ନିୟମ ଅନୁସାରେ ଫସଲ କଟା ରିପୋର୍ଟ ୩୧ ମାର୍ଚ ୨୦୧୬ ପୂର୍ବରୁ ପ୍ରଦାନ କରାଯିବା ପାଇଁ ବୀମାରେ ସର୍ତ୍ତ ଥିଲା । ଓଡିଶାର ଗରିବ ଚାଷୀଙ୍କର ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାରଙ୍କର ବିଳମ୍ବ ସତ୍ୱେ ରାଜ୍ୟର ଚାଷୀଙ୍କୁ ବୀମା ରାଶି ପ୍ରଦାନ କରିବାକୁ କୃଷିମନ୍ତ୍ରୀ ରାଧାମୋହନ ସିଂହ ନିର୍ଦ୍ଦେଶ ଦେଇଛନ୍ତି । ଓଡିଶାର ଗରୀବ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ମୋଦି ସରକାର ନିଷ୍ପତ୍ତି ନେଇଥିବାରୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସନ୍ତୋଷ ପ୍ରକାଶ କରିଛନ୍ତି ।

ONA

Leave a Reply

Top