You are here
Home > ଅଧିକ ଖବର > ଜିତେନ୍ଦ୍ରଙ୍କୁ ଭେଟିଲେ ଶ୍ରୀକାନ୍ତ: ରାଜ୍ୟ କଂଗ୍ରେସ ଚଳଚଞ୍ଚଳ

ଜିତେନ୍ଦ୍ରଙ୍କୁ ଭେଟିଲେ ଶ୍ରୀକାନ୍ତ: ରାଜ୍ୟ କଂଗ୍ରେସ ଚଳଚଞ୍ଚଳ

ନୂଆଦିଲ୍ଲୀ: ଓଡ଼ିଶା କଂଗ୍ରେସରେ ଏବେ କନ୍ଦଳ ବଢୁଛି । ପିସିସି ନେତୃତ୍ୱ ପରିବର୍ତ୍ତନ କରିବାକୁ ଦାବି ବଢିବାରେ ଲାଗିଛି । କଂଗ୍ରେସ ଦଳରୁ ବରିଷ୍ଠ ନେତାଙ୍କ ସମେତ ଛାମୁଆ ବାହିନୀ ଆଉ ଦଳରେ ରହିବାକୁ ପସନ୍ଦ କରୁନାହାନ୍ତି, ତେଣୁ ଶାସକ ବିଜେଡ଼ି ଦଳରେ ଯୋଗ ଦେବାରେ ଲାଗିଛନ୍ତି । ତେଣୁ ରାହୁଲ ଗାନ୍ଧୀ ଚାହୁଁଛନ୍ତି ପିସିସିରେ ଆମୁଳଚୂଳ ପରିବର୍ତ୍ତନ କଲେ ଦଳ ଶକ୍ତିଶାଳୀ ହେବ । ତେବେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଆଜି ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ଭେଟିବା ପରେ ରାଜନୈତିକ ଦୃଷ୍ଟିରୁ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି ।

କଂଗ୍ରେସ ମଙ୍ଗୁଆଳ ରାହୁଲ ଗାନ୍ଧି ନୂଆଦିଲ୍ଲୀ ଡ଼କାଇଛନ୍ତି ୩ ଜଣ ବରିଷ୍ଠ ନେତାଙ୍କୁ । ଆଜି ରାହୁଲଙ୍କ ସମେତ ରାଜ୍ୟ ପ୍ରଭାରୀଙ୍କୁ ଭେଟିବେ ନବ ଦାସ, ପ୍ରଦୀପ ମାଝୀ ଏବଂ ଚିରଞ୍ଜିବୀ ବିଶ୍ୱାଳ । ତେବେ ରାହୁଲ ଓ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ଏହି ୩ ଜଣ ଭେଟିବା ପୂର୍ବରୁ ଶ୍ରୀକାନ୍ତ ଜେନା ଭେଟିଛନ୍ତି ପ୍ରଭାରୀଙ୍କୁ । ଏନେଇ କଂଗ୍ରେସରେ ବେଶ୍ ଚର୍ଚ୍ଚା ହେଉଛି । ତେବେ ଆଜି ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ କହିଛନ୍ତି ଓଡ଼ିଶାରେ ଆମୁଳଚୂଳ ପରିବର୍ତ୍ତନ ହେବ । ଓଡ଼ିଶାରେ କଂଗ୍ରେସକୁ ପୁନର୍ବାର ଶାସନକୁ ଆଣିବାକୁ ଲୋକେ ଚାହାନ୍ତି । ତେଣୁ ୱାର୍ଡ଼ ସ୍ତରରୁ କଂଗ୍ରେସକୁ ଶକ୍ତିଶାଳୀ କରିବାକୁ ଆମେ ଯୋଜନା କରିଛୁ ।

ରାଜ୍ୟର ଜଣେ ବରିଷ୍ଠ କଂଗେସ ନେତା ଶ୍ରୀକାନ୍ତଙ୍କର ନୂଆଦିଲ୍ଲୀ ଦରବାରରେ ପତିଆରା ଟିକେ ଅଧିକ । ଶ୍ରୀକାନ୍ତଙ୍କ ନୂଆଦିଲ୍ଲୀ ଗସ୍ତକୁ ନେଇ ଏବେ ରାଜନୈତିକ ବିଶାରଦମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି । ଶ୍ରୀାକାନ୍ତଙ୍କ ଏହି ଭେଟ କେବଳ ସୌଜନ୍ୟମୂଳକ ନୁହେଁ ବରଂ ଏହା ରାଜନୈତିକ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି କିଛି ରାଜନୀତି ବିଶେଷଜ୍ଞ ।

ONA

Leave a Reply

Top