You are here
Home > ଲାଟେଷ୍ଟ > ଓଡିଶାରେ ପ୍ରତିରକ୍ଷା ଶିଳ୍ପ କରିଡର ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଓଡିଶାରେ ପ୍ରତିରକ୍ଷା ଶିଳ୍ପ କରିଡର ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଓଡ଼ିଶାରେ ଏକ ପ୍ରତିରକ୍ଷା ଶିଳ୍ପ କରିଡର ଓ ଏରୋନୋଟିକାଲ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଜରିଆରେ ଅନୁରୋଧ କରିଛନ୍ତି ।

ଓଡ଼ିଶାରେ ସର୍ବାଧିକ ଇସ୍ପାତ ଓ ଆଲୁମିନିୟମ ଉତ୍ପାଦନ କରାଯାଉଛି । ଓଡ଼ିଶା ଇସ୍ପାତ ଶିଳ୍ପ ପର୍ଯ୍ୟାପ୍ତ ପରିମାଣରେ ରହିଛି । ଏହା ସହିତ ରାଜ୍ୟରେ ନାମିଦାମୀ ଇସ୍ପାତ କମ୍ପାନୀ ଗଢ଼ି ଉଠିଛି । ତେଣୁ ସେହିପରି ଏରୋସ୍ପେସ୍ ଗ୍ରେଡ୍ ର ସାମଗ୍ରୀ ମଧ୍ୟ ଉତ୍ପାଦନ କରାଯାଉଛି । ରାଜ୍ୟରେ ହିନ୍ଦାଲକୋ, ସେଲ୍‌, ଟାଟା ଷ୍ଟିଲ୍‌ ଓ ନାଲକୋ ଭଳି ନାମିଦାମୀ ଇସ୍ପାତ କମ୍ପାନୀ ଗଢ଼ି ଉଠିଛି । ଏଠାରେ ଥିବା ହିନ୍ଦୁସ୍ଥାନ ଏରୋନୋଟିକାଲ ଲିମିଟେଡ୍ (ହାଲ୍) ଏରୋ ଇଂଜିନ୍ ଉତ୍ପାଦନ କରୁଛି । ସେହିପରି ଚାନ୍ଦିପୁରରେ ଇଂଟିଗ୍ରେଟେଡ୍ ଟେଷ୍ଟ ରେଂଜ ରହିଛି । ବାଲେଶ୍ୱରରେ ଡିଆରଡିଓର ଲାବ୍ରୋଟୋରୀ ସମେତ ବଲାଙ୍ଗୀର ସଇଁତଳାରେ ଗୋଳାବାରୁଦ କାରଖାନା ରହିଛି । ପ୍ରତିରକ୍ଷା ଓ ବୈମାନିକ ସେବା ପାଇଁ ଏକ ଲକ୍ଷ ଏକରରୁ ଉର୍ୱ୍ଧ୍  ଭିତ୍ତିମୂମି ରହିଛି । ତେଣୁ ଏ ସମସ୍ତ ସୁବିଧା ଓଡ଼ିଶାରେ ଉପଲବ୍ଧ ହେଉଛି । ଏହା ସହିତ ଜାତୀୟ ସ୍ତରର ଇଂଜିନିୟରିଂ କଲେଜ ଯେମିତିକି ଆଇଆଇଟି, ଏନ୍‌ଆଇଟି ଓ ଆଇଆଇଏମ୍‌ ରହିଛି । ଶିକ୍ଷା ଲାଭ କରିଥିବା ଦକ୍ଷତା ସଂପନ୍ନ ବ୍ୟକ୍ତିମାନେ ଓଡ଼ିଶାରେ ରହିଛନ୍ତି ।

ତେଣୁ ଉପରୋକ୍ତ ସମସ୍ତ ସୁବିଧା ସୁଯୋଗକୁ ଦେଖିଲେ ଏଠାରେ ଏକ ପ୍ରତିରକ୍ଷା ଶିଳ୍ପ କରିଡର ଏବଂ ଏରୋନିଟିକାଲ୍‌ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ଉପଯୁକ୍ତ ଅଟେ । ଏହାଦ୍ୱାରା ରାଜ୍ୟ ସରକାର ସାମରିକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଏବଂ ଏରୋସ୍ପେଶ୍ ଡିଜାଇଇନ୍ ଓ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରିବ । ଏଥିପାଇଁ ରାଜ୍ୟ ସରକାର ମଧ୍ୟ ସମସ୍ତ ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।

(ଫାଇଲ ଫଟୋ )

ONA

Leave a Reply

Top