You are here
Home > ବଡ଼ଖବର > ଓମଫେଡର ଭିଟାମିନଯୁକ୍ତ ଟୋନଡ ଦୁଗ୍ଧ ଏବଂ ବିଶୁଦ୍ଧ ଗୋ ଦୁଗ୍ଧ ଯୋଗାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ବାରଙ୍ଗରେ ପ୍ରତିଷ୍ଠା ହେବ ନୂଆ ଦୁଗ୍ଧ ପ୍ରକ୍ରିୟାକରଣ ପ୍ଲାଣ୍ଟ୍

ଓମଫେଡର ଭିଟାମିନଯୁକ୍ତ ଟୋନଡ ଦୁଗ୍ଧ ଏବଂ ବିଶୁଦ୍ଧ ଗୋ ଦୁଗ୍ଧ ଯୋଗାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ବାରଙ୍ଗରେ ପ୍ରତିଷ୍ଠା ହେବ ନୂଆ ଦୁଗ୍ଧ ପ୍ରକ୍ରିୟାକରଣ ପ୍ଲାଣ୍ଟ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓମଫେଡର ଭିଟାମିନଯୁକ୍ତ ଟୋନଡ ଦୁଗ୍ଧ ଏବଂ ବିଶୁଦ୍ଧ ଗୋ ଦୁଗ୍ଧ ଯୋଗାଣର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ସକାଳେ ଭୁବନେଶ୍ୱର ଠାରେ ଦୁଗ୍ଧ ଚାଷୀ ଓ ଖାଉଟିଙ୍କ କଲ୍ୟାଣ ନିମନ୍ତେ ଉନ୍ନତ ମାନର ଭିଟାମିନ କ ଓ ଘ ଯୁକ୍ତ ଟୋନଡ଼ ଦୁଗ୍ଧ ଏବଂ ବିଶୁଦ୍ଧ ଗୋ ଦୁଗ୍ଧ ଯୋଗାଣର ଶୁଭାରମ୍ଭ କରିଛନ୍ତି । ଆଜି ଜୟଦେବ ଭବନଠାରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ଦ୍ୱାରା ଆୟୋଜିତ ଏକ କର୍ମଶାଳାରେ ଏବଂ ବିଶ୍ୱ ଭେଟରୀନାରୀ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଉଦବୋଧନ ଦେଇଛନ୍ତି ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓମଫେଡ ଏବଂ ଏନଡ଼ିଡ଼ିବି ମଧ୍ୟରେ ଦୈନିକ ୫ ଲକ୍ଷ ଲିଟର ଦୁଗ୍ଧର ପ୍ରକ୍ରିୟାକରଣ ପାଇଁ ଏକ ସ୍ୱୟଂଚାଳିତ ଆଧୁନିକ ପ୍ଲାଣ୍ଟ୍ ପ୍ରତିଷ୍ଠା ନିମନ୍ତେ ଏକ ରାଜିନାମାରେ ସ୍ୱାକ୍ଷର କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି, ଓମଫେଡ୍ ଓ ଏନଡ଼ିଡ଼ିବି ମଧ୍ୟରେ ଦୁଗ୍ଧ ପ୍ରକ୍ରିୟାକରଣ ରାଜିନାମା ଫଳରେ ଓମଫେଡ଼ର ଦୁଗ୍ଧ ପ୍ରସେସିଂ ଦକ୍ଷତା ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଉଭୟ ଦୁଗ୍ଧ ଚାଷୀ ଓ ଖାଉଟୀଙ୍କ କଲ୍ୟାଣ ହେବ । ଦୈନିକ ୫ ଲକ୍ଷ ଲିଟର ଦୁଗ୍ଧର ପ୍ରକ୍ରିୟାକରଣ ପାଇଁ ଏକ ସ୍ୱୟଂଚାଳିତ ଆଧୁନିକ ପ୍ଲାଣ୍ଟ୍ ବାରଙ୍ଗ ନିକଟରେ ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ଜୟଦେବ ଭବନରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ “ଜୀବିକା, ଖାଦ୍ୟ ନିରାପତ୍ତା ଓ ଖାଦ୍ୟ ସୁରକ୍ଷାର ଉନ୍ନତିରେ ପ୍ରାଣୀସମ୍ପଦର ଭୂମିକା” ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ବରିଷ୍ଠ ପଦାଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ ।

ONA

Leave a Reply

Top