You are here
Home > ଲାଟେଷ୍ଟ > ନାବାଳିକା ଦୁଷ୍କର୍ମ ଏବଂ ମହିଳାଙ୍କ ପ୍ରତି ଅତ୍ୟାଚାର ପ୍ରସଙ୍ଗରେ ବିଜେପିର ମହିଳା ସୁରକ୍ଷା ଯାତ୍ରା ଆରମ୍ଭ

ନାବାଳିକା ଦୁଷ୍କର୍ମ ଏବଂ ମହିଳାଙ୍କ ପ୍ରତି ଅତ୍ୟାଚାର ପ୍ରସଙ୍ଗରେ ବିଜେପିର ମହିଳା ସୁରକ୍ଷା ଯାତ୍ରା ଆରମ୍ଭ

ଭୁବନେଶ୍ୱର : ମହିଳାଙ୍କ ସୁରକ୍ଷା ପାଇଁ ରାସ୍ତାକୁ ଓହ୍ଲାଇଲା ବିଜେପି ମହିଳା ମୋର୍ଚ୍ଚା । ରାଜ୍ୟରେ ନାବାଳିକା ଦୁଷ୍କର୍ମ ଏବଂ ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାରକୁ ପ୍ରସଙ୍ଗ ମହିଳା ସୁରକ୍ଷା ଯାତ୍ରା ଆରମ୍ଭ କରିଛି ବିଜେପି ମହିଳା ମୋର୍ଚ୍ଚା । ମହିଳାଙ୍କ ସମସ୍ୟା, ଅଧିକାର ଓ ମହିଳାଙ୍କୁ ସୁରକ୍ଷା ଦେବାରେ ସରକାରଙ୍କ ବିଫଳତାକୁ ଅସ୍ତ୍ର କରି ଲୋକଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ କରିଛି ଦଳ। ବିଭିନ୍ନ ଶକ୍ତି ପୀଠରେ ପୂଜାର୍ଚ୍ଚନା ପରେ ଆରମ୍ଭ ହୋଇଥିବା ମହିଳା ସୁରକ୍ଷା ଯାତ୍ରା ରାଜ୍ୟର ୭ଟି ରୁଟ୍‌ରେ ୧୧ଦିନ ଧରି ହେବ ।  ବିରୋଧୀ କିନ୍ତୁ କହୁଛନ୍ତି ଏହା ଫୁଲ୍ ରାଜନୀତି ।

ନାରୀ ସୁରକ୍ଷା ନାରା । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ରାସ୍ତାକୁ ଓହ୍ଲାଇଛି ବିଜେପି । ରାଜ୍ୟରେ ନାବାଳିକା ଦୁଷ୍କର୍ମ ଓ ନାରୀ ନିର୍ଯାତନାକୁ ପ୍ରସଙ୍ଗ କରି ବିଜେପି ମହିଳା ମୋର୍ଚ୍ଚା ଆରମ୍ଭ କରିଛି ନାରୀ ସୁରକ୍ଷା ଯାତ୍ରା ଶକ୍ତି ପୀଠରେ ପୂଜାଚର୍ଚ୍ଚନା ପରେ ଆରମ୍ଭ ହୋଇଛି ଯାତ୍ରା ।  ଭୁବନେଶ୍ବର ଶିଖରଚଣ୍ଡି ଏବଂ ସମ୍ବଲପୁରର ସମଲେଶ୍ବରୀ ପୀଠରେ ପୂଜାର୍ଚ୍ଚନା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ମହିଳା କର୍ମୀ । ୧୧ ଦିନ ଧରି ହେବାକୁ ଥିବା ଏହି ଯାତ୍ରା ମାଧ୍ୟମରେ ରାଜ୍ୟର କୋଟିଏ ଲୋକଙ୍କ ପାଖରେ, ନାରୀ ସୁରକ୍ଷା ନେଇ ସରକାରଙ୍କ ବିଫଳତା ଗାଇବ ବିଜେପି ମହିଳା ମୋର୍ଚ୍ଚା । ରାଜ୍ୟର  ୭ଟି ଶକ୍ତ ପୀଠରୁ ବାହାରିଛି ନାରୀ ସୁରକ୍ଷା ଯାତ୍ରା । ମେ ୨୯ ତାରିଖ ଯାଏଁ ୧୧ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ମାଧ୍ୟମରେ ୪୫୦ଟି ସାଧାରଣ ସଭା ହେବ ।

ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଶ୍ରୀମତି ପ୍ରଭାତି ପରିଡାଙ୍କ ନେତୃତ୍ୱରେ ମହିଳା ସୁରକ୍ଷାଯାତ୍ରା କାକଟପୁର ମା’ମଙ୍ଗଳାଙ୍କ ମନ୍ଦିରରୁ ଆରମ୍ଭ ହୋଇଛି । ମା ମଙ୍ଗଳାଙ୍କ ଆର୍ଶୀବାଦ ନେଇ ଶତାଧିକ ମହିଳା ଏହି ଯାତ୍ରା ଆରମ୍ଭ କରିଛନ୍ତି । ଓଡିଶାର ଅଗଣିତ ମା’ ଭଉଣୀଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଉଛି । ଏହାକୁ ବିରୋଧ କରିବା ସହ ନାରୀ ସୁରକ୍ଷାର ବାର୍ତା ଘରେ ଘରେ ପହଂଚାଇବା ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀମତି ପରିଡା କହିଛନ୍ତି ।
ମହିଳାମାନେ ସୁରକ୍ଷିତ ରହିଲେ ଶକ୍ତିଶାଳୀ ହୋଇପାରିବେ । ଓଡିଶାର ୨ କୋଟି ୭୫ ଲକ୍ଷ ମହିଳାମାନଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ଫେଲ୍ ମାରିଛି । ରାଜ୍ୟର ନାରୀମାନେ ଦିନଦ୍ୱିପ୍ରହରରେ ରାସ୍ତାରେ ଚାଲିବାକୁ ଭୟ କଲେଣି । ମୁଖ୍ୟମନ୍ତ୍ରୀ ଆଉ କେତେଦିନ ଶୋଇ ରହି ଅପରାଧୀମାନଙ୍କୁ ସୁରକ୍ଷା ଯୋଗାଇବେ । ରାଜ୍ୟରେ ନାରୀମନେ କିିପରି ସୁରକ୍ଷିତ ରହିବେ ବିଜେପି ମହିଳାମୋର୍ଚ୍ଚାର ପ୍ରଧାନ ଲକ୍ଷ୍ୟ ବୋଲି ଶ୍ରୀମତି ପରିଡା କହିଛନ୍ତି ।
କାକଟପୁର ଏବଂ କୋଣାର୍କରେ ସାଧାରଣ ସଭା ହେବା ପରେ ନିମାପଡାରେ ରାତ୍ରି ରହଣୀ ସହ ଆସନ୍ତାକାଲି ଏହି ଯାତ୍ରା ପୁଣି ବାହାରିବ ବୋଲି ଶ୍ରୀମତି ପରିଡା ସୂଚନା ଦେଇଛନ୍ତି ।  ଭଦ୍ରକର ମା ଭଦ୍ରକାଳୀ ମନ୍ଦିରୁ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ନେତୃତ୍ୱରେ ସୁରକ୍ଷା ଯାତ୍ରା ବାହାରିଛି । କଟକର ମା ଚଣ୍ଡୀ ମନ୍ଦିରରୁ ଉପ ସଭାନେତ୍ରୀ ସୁକେଶୀ ଓରାମ, ସମ୍ବରପୁରର ମା ସମଲେଶ୍ୱରୀ ମନ୍ଦିରରୁ ବିଧାୟିକା ରାଧାରାଣୀ ପଣ୍ଡା, ପାଟଣାଗଡର ପାଟଣେଶ୍ୱରୀ ମନ୍ଦିରରୁ ପୂର୍ବତନ ସାଂସଦ ସଂଗୀତା ସିଂହଦେଓ, ସୋରଡାର ମା କନ୍ଧୁଣୀ ଦେବୀ ମନ୍ଦିରରୁ ପୂର୍ବତନ ସାଂସଦ କୁମୁଦିନୀ ପଟ୍ଟନାୟକଙ୍କ ନେତୃତ୍ୱରେ ଭୁବନେଶ୍ୱରର ମା ଶିଖରଚଣ୍ଡୀ ମନ୍ଦିରରୁ ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କ ନେତୃତ୍ୱରେ ଏହି ସୁରକ୍ଷା ଯାତ୍ରା ଆରମ୍ଭ ହୋଇଛି ।  ସାରା ରାଜ୍ୟରେ ଥିବା ମହିଳାଙ୍କୁ ନିଜର ଅଧିକାର ଏବଂ ସୁରକ୍ଷା ସଂପର୍କରେ ବାର୍ତା ଦେବା ସହ ମହିଳା ବିରୋଧୀ ରାଜ୍ୟ ସରକାରଙ୍କ ବିଫଳତାକୁ ରାଜ୍ୟରେ ଏକ କୋଟି ପରିବାରରେ ପାଖରେ ପହଂଚାଇବା ପାଇଁ ଏହି ସୁରକ୍ଷାଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ରହିଛି ।

ବିଜେପି ମହିଳା ମୋର୍ଚ୍ଚାର ଏଭଳି ଯାତ୍ରାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ଓ କଂଗ୍ରେସ । ମହାନଦୀ ଆନ୍ଦୋଳନକୁ କାଉଣ୍ଟର କରିବାକୁ ବିଜେପି ଏଭଳି ପ୍ରହସନ କରୁଥିବା କହିଛି ବିଜେଡି । ସେପଟେ ଉଭୟ ବିଜେଡି ଓ ବିଜେପିକୁ ଦୋଷ ଦେଇଛି କଂଗ୍ରେସ ।

 

ONA

Leave a Reply

Top