You are here
Home > ପଲିଟିକ୍ସ > ନବରଙ୍ଗପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କ ସଭ୍ୟପଦ୍ଦ ରଦ୍ଦ : ବିଜେଡି ଘୋଡା ବେପାର ପଦାରେ ପଡିଲା-ବିଜେପି

ନବରଙ୍ଗପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କ ସଭ୍ୟପଦ୍ଦ ରଦ୍ଦ : ବିଜେଡି ଘୋଡା ବେପାର ପଦାରେ ପଡିଲା-ବିଜେପି

ଭୁବନେଶ୍ୱର : ନବରଙ୍ଗପୁର ଜିଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭଦ୍ରାଙ୍କ ସଭ୍ୟପଦ୍ଧକୁ ଜିଲା ଦୌରାଜଜ ରଦ୍ଧ କରିବା ସହ ସାନି ଇଲେକସନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ଏହି ରାୟକୁ ସ୍ୱାଗତ କରିଛି ରାଜ୍ୟ ବିଜେପି । କଳେବଳେ କ୍ଷମତା ହାସଲ କରିବା ନେଇ ବିଜେଡିର ରହିଥିବା ଅସଲ ରୂପ ଆଜି ପଦାରେ ପଡିଛି ବୋଲି କହିଛନ୍ତି ରାଜ୍ୟ ଉପସଭାପତି ସମୀର ମହାନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ଘୋଡାବେପାର କରି ନିର୍ବାଚନ ଜିତିବାର ଅଭ୍ୟାସ ବିଜେଡିର ରହିଛି । ସଂଖ୍ୟା ଗରିଷ୍ଠତା ନଥାଇ ଆଇନ ପରିବର୍ତନ କରି କ୍ଷମତା ହାସଲ ପାଇଁ ଯେଉଁ ଉଦ୍ୟମ ହୋଇଥିଲା ତାହା ମାନ୍ୟବର କୋର୍ଟ ଖୁଲାସା କରିଛନ୍ତି । ବିଜେଡିର ଅସଲ ଚରିତ୍ର ଆଜି ପଦାରେ ପଡିଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଏଭଳି ରାୟ ପରେ ବିଜେଡିର ଅସଲମୁଖା ଆଜି ଜନମାନସରେ ଖୋଲିଯାଇଛି । ଆଇନକୁ ବେଆଇନ କରିବାରେ ସିଦ୍ଦହସ୍ତ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅସଲମୁଖା ଏବେ ଲୋକଲୋଚନକୁ ଆସିଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ONA

Leave a Reply

Top