You are here
Home > ଲାଟେଷ୍ଟ > ୪ ଦିନ ଆଗରୁ ସରିଲା ବିଧାନସଭା ବଜେଟ ଅଧିବେଶନ

୪ ଦିନ ଆଗରୁ ସରିଲା ବିଧାନସଭା ବଜେଟ ଅଧିବେଶନ

ଭୁବନେଶ୍ୱର : ସରିଲା ବିଧାନସଭା ବଜେଟ ଅଧିବେଶନ । ମେ ମାସ ୫ ତାରିଖରେ ବଜେଟ ଶେଷ ହେବାକୁ ଥିବା ବେଳେ ନିର୍ଧାରିତ ସମୟର ୪ ଦିନ ଆଗରୁ ଶେଷ ହୋଇଛି । ମଙ୍ଗଳବାର ଅପରାହ୍ନରେ ବାଚସ୍ପତି ପ୍ରଦୀପ ଅମାତ ବିଧାନସଭାକୁ ମୁଲତବି ଘୋଷଣା କରିଛନ୍ତି । ମାର୍ଚ୍ଚ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିଲା ପଂଚଦଶ ବିଧାନସଭାର ଶେଷ ବଜେଟ ଅଧିବେଶନ । ମେ ମାସ ୫ ତାରିଖରେ ବଜେଟ ଶେଷ ହେବାକୁ ଥିବା ବେଳେ ନିର୍ଧାରିତ ସମୟର ୪ ଦିନ ଆଗରୁ ସମାପ୍ତ ହୋଇଛି ଗୃହକାର୍ଯ୍ୟ । ଏହା ସହ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ରଖିଛନ୍ତି ବାଚସ୍ପତି । ଚଳିତ ଅଧିବେଶନରେ ସମୁଦାୟ ୨୭ଟି କାର୍ଯ୍ୟ ଦିବସ ସୁଚାର ରୂପେ ଅନୁଷ୍ଠିତ ହୋଇଥିଲା । ଏହା ସହ ଅଧିବେଶନରେ ସମୁଦାୟ ୮ଟି ବିଲ ପାରିତ ହୋଇଥିବା ସୂଚନା ମିଳିଛି । ଏହି ଅଧିବେଶନ ଦୁଇଟି ପ ର୍ଯ୍ୟାୟ ଧରି ଚାଲିଥିଲା । ଏହି ଅଧିବେଶନରେ ମହାନହୀ, ନାରୀ ନିର୍ଯ୍ୟାତନା, ହାଜତ ମୃତ୍ୟୁ ଆଦି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ରାଜ୍ୟ ପ୍ରତି ବୈମାତୃକତା ଏବଂ ଅବହେଳା ଆଦି ପ୍ରସଙ୍ଗକୁ ନେଇ ଶାସକ ଦଳ ତରଫରୁ ମଧ୍ୟ ବିରୋଧୀଙ୍କୁ କାଉଂଟର କରିଥିଲେ ।

ONA

Leave a Reply

Top