You are here
Home > ଏଣ୍ଟରଟେନମେଣ୍ଟ > ସୁଟିଂ ସେଟରେ ଅନୁଭବ ଆହତ !

ସୁଟିଂ ସେଟରେ ଅନୁଭବ ଆହତ !

ଭୁବନେଶ୍ୱର: ଓଡ଼ିଆ ସୁପରଷ୍ଟାର ଅନୁଭବ ମହାନ୍ତି ଆହତ । ଫିଲ୍ମ ସୁଟିଂ କରୁଥିବା ବେଳେ ପଡ଼ିଯାଇ ଆହତ ହୋଇଛନ୍ତି ଅନୁଭବ । ଓଡ଼ିଆ ଫିଲ୍ମ ‘ପ୍ରେମ କୁମାର’ ସୁଟି ଚାଲିଥିବା ବେଳେ ଅନୁଭବ ତଳେ ପଡ଼ିଯିବାରୁ ତାଙ୍କ ପାଦରେ ଆଘାତ ଲାଗିଛି ।

ସୁଟିଂ ସେଟ୍ ରେ ଚାଲିଥିଲା ଫାଇଟିଂ ଦୃଶ୍ୟ । ଖାଲି ଦେହରେ ଫାଇଟ୍ କରୁଥିଲେ ଅନୁଭବ । କରାଟେ ଷ୍ଟାଇଲ୍ରେ ଅଭିନେତା ଅନୁଭବ ଭିଲେନ୍ଙ୍କ ମୁହଁରେ ମୁଥ ମାରୁଥିବା ବେଳେ ତାଙ୍କ ଗୋଡ଼ ଖସିଯାଇଥିଲା । ତଳେ ପଡ଼ିଯାଇଥିଲେ ଅନୁଭବ, ତାଙ୍କୁ ଅନ୍ୟ ସାଥି କଳାକାରମାନେ ଉଠାଇବାକୁ ଚେଷ୍ଟା କରିଥିଲେ । ପାଦରେ ଖୁବ ଯନ୍ତ୍ରଣା ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଏକ ଘରୋଇ ଡ଼ାକ୍ତରଖାନାକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।

ONA

Leave a Reply

Top