You are here
Home > ବଡ଼ଖବର > କେନ୍ଦ୍ରୀୟ ବିଦ୍ୟାଳୟ-୧କୁ ସରକାରଙ୍କ କାରଣ ଦର୍ଶାଅ ନୋଟିସ୍

କେନ୍ଦ୍ରୀୟ ବିଦ୍ୟାଳୟ-୧କୁ ସରକାରଙ୍କ କାରଣ ଦର୍ଶାଅ ନୋଟିସ୍

କେନ୍ଦ୍ରୀୟ ବିଦ୍ୟାଳୟ-୧କୁ ସରକାରଙ୍କ କାରଣ ଦର୍ଶାଅ ନୋଟିସ୍
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମାକୁ ଅବମାନନା କରିଥିବାରୁ କେନ୍ଦ୍ରୀୟ ବିଦ୍ୟାଳୟ-୧କୁ କାରଣ ନୋଟିସ୍ ଜାରି କରାଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୁନ୍ ୧୮ ତାରିଖ ଯାଏ ରାଜ୍ୟର ସମସ୍ତ ସ୍କୁଲ୍କୁ ବନ୍ଦ ଘୋଷଣା କରିଥିଲେ । ୧୮ ତାରିଖ ପୂର୍ବରୁ ଦେଖାଗଲା ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପୁଣି ସରକାର ୨୧ ତାରିଖ ଯାଏ ଛୁୂଟି ବଢ଼ାଇଲେ । କିନ୍ତୁ ରୌଦ୍ରତାପ ଏତେ ପ୍ରଖର ହେଲା ଯେ ଓ ରାଜ୍ୟରେ ଅନେକ ସହରରେ ବର୍ଷାଦିନେ ପାରଦ ୪୦ରୁ ୪୩ ଡିଗ୍ରୀ ଯାଏ ରହିଲା । ରାଜଧାନୀ ଭୁବନେଶ୍ୱର ସହରରେ ପାରଦ ଆଦୌ ଖସିଲାନାହିଁ । ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର ହୋଇରହିଲା । ଦିନରେ ଅଗ୍ନିବର୍ଷା ହେଲା ପରି ଲାଗିଲା । ଏଣୁ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ସ୍କୁଲ୍ ଛୁଟିକୁ ୨୫ ତାରିଖ ଯାଏ ବଢ଼ାଇଲେ । ୨୬ ତାରିଖରେ ସ୍କୁଲ୍ ଖୋଲିବ ବୋଲି ସରକାରୀ ଭାବେ କୁହାଗଲା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶକୁ କେନ୍ଦ୍ରୀୟ ବିଦ୍ୟାଳୟ-୧ ଅବମାନନା କରିଥିବା ଦେଖାଗଲା । ସ୍କୁଲ୍ ଛୁଟି କରିବା ବଦଳରେ ଖୋଲା ରଖିଥିବାରୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟ-୧କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ନୋଟିସ୍ର ଉତ୍ତର ୩ ଦିନ ମଧ୍ୟରେ ଦେବାପାଇଁ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି । ଏହାର ଉତ୍ତର ମିଳିଲା ପରେ ସରକାର କଣ ପରବର୍ତ୍ତୀ ପଦକ୍ଷେପ ନେଉଛନ୍ତି ତାହା ଜଣାପଡ଼ିବ ।

ONA

Leave a Reply

Top