You are here
Home > ଲାଟେଷ୍ଟ > ଉପବାସ ଲାଗି ବିଜେପିର କଡ଼ା ନିୟମ: ନୋ ‘ଟିଫିନ’ ନୋ ‘ସେଲ୍ଫି’

ଉପବାସ ଲାଗି ବିଜେପିର କଡ଼ା ନିୟମ: ନୋ ‘ଟିଫିନ’ ନୋ ‘ସେଲ୍ଫି’

ନୂଆଦିଲ୍ଲୀ: ମୋଦିଙ୍କ ଆହ୍ୱାନରେ ଦେଶବ୍ୟାପୀ ଆଜି ବିଜେପି କରୁଛି ଦିନିକିଆ ଉପବାସ ବ୍ରତ । ଧାରଣା ବସିରହିଛନ୍ତି ସାଂସଦ, ନେତା ଓ ବିଜେପିର ହଜାର ହଜାର କର୍ମୀ । ତେବେ ସବୁଠାରୁ ମଜାର କଥାହେଲା ଦଳ ପକ୍ଷରୁ ଏହି ଉପବାସ ବ୍ରତ ନେଇ ଏକ କଡ଼ା ନୋଟିସ ଜାରି ହୋଇଛି । କିଛି ନଖାଇ, ସେଲଫିରେ ଫଟୋ ନ ଉଠାଇ ସମ୍ପୂର୍ଣ୍ଣ ଶୁଦ୍ଧ ଭାବେ ଉପବାସ କରି ଧାରଣାରେ ବସିବାକୁ ବିଜେପି ପକ୍ଷରୁ ତାଗିଦ କରାଯାଇଛି । ସଂସଦକାର୍ଯ୍ୟକୁ ବିରୋଧି ଚଳେଇ ଦେଇନଥିବାକୁ ପ୍ରତିବାଦ କରି ବିଜେପି ଏହି ଦିନିକିଆ ଉପବାସ ବ୍ରତ କରୁଛି ।

ଏଠାରେ ସୂଚନାଯୋଗ୍ୟ ଏହିଯେ, କଂଗ୍ରେସ ମଙ୍ଗୁଆଳ ରାହୁଲଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ସାରା ଦେଶରେ ଉପବାସ ସହିତ ପ୍ରତିବାଦ ସଭା କରାଯାଇଥିଲା । କିନ୍ତୁ କଥାହେଲା ଉପବାସରେ ବସିବା ପୂର୍ବରୁ ଛୋଲେ ବତୁରେ ଓ ପୁରୀ ଖାଇ ଅନଶନରେ ବସିଥିଲେ କିଛି କଂଗ୍ରେସ ନେତା । ଖାଉଥିବାର ଫଟୋ ବିଭିନ୍ନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାଦ୍ୱାରା କଂଗ୍ରେସ ନେତା ହଟହଟା ହୋଇଥିଲେ । ତେଣୁ ଆଜିର ଉପବାସ ପୂର୍ବରୁ ନଖାଇ ଉପବାସ କରିବାକୁ ବିଜେପି ପକ୍ଷରୁ ନେତା ଓ କର୍ମୀମାନଙ୍କୁ କଡ଼ା ନିର୍ଦ୍ଦେଶ କରାଯାଇଛି । ନେତାମାନେ ମଧ୍ୟ ଧାରଣାର ସେଲଫି ନେବା କାର୍ଯ୍ୟରୁ ବିରତ ରହିବାକୁ ତାଗିଦ କରାଯାଇଛି ।

ONA

Leave a Reply

Top