You are here
Home > ପଲିଟିକ୍ସ > ସୋନିଆଙ୍କ ଡିନର ପାର୍ଟିକୁ ବିଜେଡିର ନା

ସୋନିଆଙ୍କ ଡିନର ପାର୍ଟିକୁ ବିଜେଡିର ନା

ଭୁବନେଶ୍ବର: ସୋନିଆଙ୍କ ଡିନର ପାର୍ଟିରେ ଯୋଗ ଦେବନି ବିଜେଡି । ଦଳର କୌଣସି ନେତା  ଡିନର ପାର୍ଟିକୁ ଯିବନି ବୋଲି କହିଛନ୍ତି ବିଜେଡି ସଂସଦୀୟ ଦଳର ନେତା ଭତୃହରି ମହତାବ । ବୋଧହୁଏ ସମଦୂରତା କଥାକୁ ଢାଲ କରି କଂଗ୍ରେସ ଡିନରକୁ ନା କରିଛି ବିଜେଡି । କିନ୍ତୁ ବିଜେପୁରରେ ପୁରା କଂଗ୍ରେସ ଭୋଟକୁ ସିଫ୍ଟ କରାଇବାରେ ବିଜେଡିର ସଫଳତା ଏବଂ କଂଗ୍ରେସ ନେତାଙ୍କ ମୁହଁରେ ନବୀନ ଜିନ୍ଦାବାଦ ଧ୍ବନିକୁ ନେଇ ରାଜ୍ୟ ରାଜନୀତିରେ ଛକାପଞ୍ଛା ଚାଲିଛି । କଂଗ୍ରେସ ଓ ବିଜେଡିର ଏ ଲୁଚକାଳି ଖେଳ ଉପରେ ତୀକ୍ଷ୍ଣ ନଜର ରଖିଛି ବିଜେପି ।

ଦିଲ୍ଲିରେ କଂଗ୍ରେସର ଡିନର ପଲିଟିକ୍ସକୁ ବିଜେଡିର ନା । କଂଗ୍ରେସ -ବିଜେପି ଠାରୁ ସମଦୂରତା କଥାକହି ଆଜି ହେବାକୁଥିବା ସୋନିଆଙ୍କ ଡିନରରେ ବିଜେଡି ଯୋଗଦେବନି ବୋଲି ମନାକରିଦେଇଛି ।  ରାଜ୍ୟ କଂଗ୍ରେସ ନେତାଙ୍କ ମୁହଁରେ ନବୀନ ଜିନ୍ଦାବାଦ ଧ୍ବନି ସିନା ପ୍ରତିଧ୍ବନିତ ହେବାରେ ଅସୁବିଧା ନାହିଁ  । କିନ୍ତୁ କଂଗ୍ରେସଠାରୁ ସମଦୂରତା ଆଳରେ କେନ୍ଦ୍ରରେ ଏକ ବିଜେପି ବିରୋଧି ମହାମେଣ୍ଟରେ ବିଜେଡି ସାମିଲ ହେବନି ବୋଲି ଗୁଗୁଲି ଫିଙ୍ଗିଛି । ଯେହେତୁ ସୋନିଆଙ୍କ ଡିନର ପାର୍ଟି ୨୦୧୯ରେ ବିଜେପି ବିରୋଧି ମହାମେଣ୍ଟ ପାଇଁ ଏକ ପ୍ଲାନ ବୋଲି କୁହାଯାଉଛି ସେଥିପାଇଁ ବିଜେଡି ଆଗୁଆ ବାଟ କାଟିଛି । ହେଲେ କଂଗ୍ରେସ ନେତାଏ କିନ୍ତୁ ଏକଥାରୁ କିଛି ଶିଖିଲା ଭଳି ଲାଗୁନି । ବିଶେଷକରି ଓଡିଶାରେ କଂଗ୍ରେସର ଦୁର୍ବଳ ସ୍ଥିତି ପାଇଁ ବାର୍ଗେନିଂ ପାଓାର ହରାଇଥିବାରୁ ବିଜେଡିର ସମଦୂରତା ନାରା ବି କାନକୁ ଭଲ ଶୁଭୁଛି ।

୨୦୧୯ ସାଧାରଣ ନିର୍ବାଚନ ଆଉ ବର୍ଷେ ଅଛି । ତେଣୁ  ସମସ୍ତ ବିରୋଧି ଦଳକୁ ଏକାଠିକରି ଏକ ବଡ ସୁଯୋଗ ଅପେକ୍ଷାରେ ଅଛି କଂଗ୍ରେସ । ଟିଏମସି, ଡିଏମକେ, ଏସପି, ବିଏସପି ଆଦି ୧୭ଟି ଦଳକୁ ଡିନର ପାର୍ଟିକୁ ଡାକି ସୋନିଆ ଏକ ମହାମେଣ୍ଟର ମୂଳଦୁଆ ପକାଇବାକୁ ଚାହୁଁଛନ୍ତି । ସେଇଥିପାଇଁ ସବୁ ବିଜେପି ବିରୋଧି ଦଳକୁ ଗୋଟିଏ ମଞ୍ଚକୁ ଆଣିବାକୁ  କଂଗ୍ରେସ ପଛଦ୍ବାରରେ ଲବି କରୁଛି । ବିଜେପି କିନ୍ତୁ ତୀକ୍ଷ୍ଣ ନଜର ରଖିଛି ବିଜେଡି ଓ କଂଗ୍ରେସର ମୁଭ୍ ଉପରେ । ବିଜେପୁରରେ ଯେଭଳି କଂଗ୍ରେସର ପୁରା ଟୋଲି ଉଠାଇନେଲା ବିଜେଡି, ସେଥିରେ କଂଗ୍ରସ ବିଜେଡିର ଭିତିରି ଡିଲ୍ ନେଇ ସନ୍ଦେହ ଦୃଷ୍ଟିରେ ଦେଖୁଛି ବିଜେପି ।

୨୦୦୪ ନିର୍ବାଚନ ବେଳେ ସୋନିଆଙ୍କ ଏଭଳି କାର୍ଡ ସେତେବେଳର ବାଜପେୟି ସରକାରକୁ କ୍ଷମତାକୁ ଆସିବାରେ ରୋକ୍ ଲଗାଇଥିଲା । ସେହି ଫର୍ମୁଲାକୁ ରିଭାଇଭ୍ କରି ୨୦୧୯ରେ ମୋଦିଙ୍କୁ ଅଟକାଇବାକୁ ଚାହୁଁଛି କଂଗ୍ରେସ । କିନ୍ତୁ ମୋଦିଙ୍କ ନେତୃତ୍ବ ଭଳି ଏକ ବଡ ଚେହେରା ବିରୋଧି କ୍ୟାମ୍ପରେ ନଥିବାରୁ ଏବେ ସେ ଫର୍ମୁଲା କାମ କରିବ କି ନାହିଁ ସେନେଇ ସନ୍ଦେହ ରହିଛି । ଯେଉଁଥିପାଇଁ ଏଠି ବିଜେପି ସହ ଟକରା ଟକରି ହେଲେ ବି ବିଜେଡି ଆଣ୍ଟି ବିଜେପି ଫ୍ରଣ୍ଟରେ ଖୋଲାଖୋଲି ମିଶିବାକୁ ଚାହୁଁନି ବୋଲି ଆଲୋଚନା ହେଉଛି ।

ONA

Leave a Reply

Top