You are here
Home > Breaking News > ଓଡ଼ିଶା ଦାବିକୁ କେନ୍ଦ୍ରର ଅଗ୍ରାହ୍ୟ :  ବଢ଼ିବନି କୋଇଲା ରୟାଲିଟ୍ ଦର

ଓଡ଼ିଶା ଦାବିକୁ କେନ୍ଦ୍ରର ଅଗ୍ରାହ୍ୟ :  ବଢ଼ିବନି କୋଇଲା ରୟାଲିଟ୍ ଦର

ଭୁବନେଶ୍ବର : ଓଡିଶାର କୋଇଲା ରୟାଲିଟି ଦର ବୃଦ୍ଧି ଦାବିକୁ ଅଗ୍ରାହ୍ୟ କରିଛନ୍ତି କେନ୍ଦ୍ର ସରକାର । “କୋଇଲାର ରୟାଲିଟି ଦର ବୃଦ୍ଧି ହେଲେ ବିଦ୍ୟୁତ ଦର ବଢ଼ିବ । ଫଳରେ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେବେ । ସେଥିପାଇଁ ଏବେ କୋଇଲା ରୟାଲିଟି ଦର ବୃଦ୍ଧି କରି ହେବ ନାହିଁ “ବୋଲି କେନ୍ଦ୍ର କୋଇଲା ସଚିବ ଅନୀଲ ସ୍ବରୁପ କହିଛନ୍ତି । ଓଡିଶା ଗସ୍ତରେ ଆସିଥିବା ଅନୀଲ ସୂରପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୋଇଲା ଉତ୍ତୋଳନରେ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି । କୋଇଲା ସଚିବ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ଯାହାବି କୋଇଲା ରୟାଲିଟ୍ ଦର ରହିଛି, ତାହା ସଠିକ୍ । ଏହାସହ କୋଇଲା ରୟାଲିଟି ଦର ବୃଦ୍ଧି କରିବା ଏକ ଜାତୀୟ ନିଷ୍ପତ୍ତି । କୌଣସି ଗୋଟିଏ ରାଜ୍ୟର ଦାବିକୁ ଦୃଷ୍ଟିରେ ରଖି ରୟାଲିଟି ବୃଦ୍ଧି କରିହେବ ନାହିଁ ।

ତେବେ ଗତ ଜୁଲାଇ ୫ରେ ଓଡିଶା ମୁଖ୍ୟମନ୍ତ୍ରୀ କୋଇଲା ରୟାଲିଟ୍ ଦର ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଏପରିକି କୋଇଲା ମନ୍ତ୍ରାଳୟ  ଦ୍ବାରା ଗଠିତ ସ୍ବତନ୍ତ୍ର କମିଟି ୨୧ ଜୁଲାଇ ୨୦୧୪ରେ ୧୪ ପ୍ରତିଶ ରୟାଲିଟ୍ ଦର ପୁନଃ ନିର୍ଦ୍ଧାରଣ କରିବାକୁ ପ୍ରସ୍ତାବ ଦେଇଥିଲା । ହେଲେ ଗତ ୪ବର୍ଷ ହେଲା କୋଇଲା ରୟାଲିଟ୍ ବୃଦ୍ଧି ହୋଇନାହିଁ । ବରଂ ୨୦୧୬-୧୭ ଆର୍ଥିକ ବର୍ଷରୁ କେନ୍ଦ୍ର ସରକାର କୋଇଲା ଉପରେ କ୍ଲିନ୍ ଏନଭାରମେଣ୍ଟ ସେସ୍ ଲାଗୁ ହେଉଛି । ଫଳରେ ପ୍ରତି କୋଇଲା ଟନରେ ୪ଶହ ଟଙ୍କା ରାଜସ୍ବ ପାଉଛନ୍ତି କେନ୍ଦ୍ର ସରକାର ।

ଓଡି଼ଶା ଗସ୍ତରେ ଆସିଥିବା କେନ୍ଦ୍ର କୋଇଲା ସଚିବ କହିଛନ୍ତି ଯେ ମହାନଦୀ କୋଲ୍ ଫ୍ଲିଡ୍ , “ଏମସିଏଲ୍ କୋଇଲା ଉତ୍ପାଦନ ଠିକ୍ ରହିଛି । ରହିଛି । ୨୦୨୦ ମସିହା ସୁଦ୍ଧା ଏମସିଏଲ ଉତ୍ପାଦନ ଦି ଗୁଣା ହେବ” ବୋଲି କୋଇଲା ସଚିବ ସୂଚନା ଦେଇଛନ୍ତି ।  ମୁଖ୍ୟମନ୍ତ୍ରୀ ଭେଟି ଓଡିଶା ସରକାରଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି ଅନୀଲ ସୂରପ ।

ONA

Leave a Reply

Top