You are here
Home > ବଡ଼ଖବର > ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତ ଫାଶୀ ଦଣ୍ଡାଦେଶ କାଏମ ରିଖିଲେ ସୁପ୍ରିମ୍କୋର୍ଟ

ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତ ଫାଶୀ ଦଣ୍ଡାଦେଶ କାଏମ ରିଖିଲେ ସୁପ୍ରିମ୍କୋର୍ଟ

ଭୁବନେଶ୍ୱର : ସମଗ୍ର ଦେଶ ଓ ବିଶ୍ୱର ଚହଳ ସୃଷ୍ଟି କରିଥିବା ବହୁ ଚର୍ଚ୍ଚିତ ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ସବୁ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶକୁ ସୁପ୍ରିମ୍କୋର୍ଟ ଆଜି କାଏମ ରଖିଛନ୍ତି । ହାଇକୋର୍ଟଙ୍କ ରାୟ ବିରୋଧରେ ୪ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ସୁପ୍ରିମକୋର୍ଟ ଫାଶୀ ଦଣ୍ଡାଦେଶ ବିରୋଧରେ ଆବେଦନ କରିଥିଲେ । ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଆବେଦନକୁ ଖାରଜ କରିଦେଇଛନ୍ତି । କେବେ ସେମାନଙ୍କୁ ଫାଶୀ ମିଳିବ ତାର ଦିନଧାର୍ଯ୍ୟ ହୋଇନାହିଁ ।
୨୦୧୨ ଡିସେମ୍ବରରେ ଏହି ବଳାକ୍ରାର ଘଟଣା ଘଟିଥିଲା । ଜଣେ ଝିଅ ତାର ପୁରୁଷ ବନ୍ଧୁଙ୍କ ସହ ରାତିରେ ଏକ ବସ୍ରେ ଦିଲ୍ଲୀ ଯାତ୍ରା କରୁଥିଲେ । ଝିଅର ପୁରୁଷ ବନ୍ଧୁଙ୍କୁ ବାଡ଼େଇ ବାନ୍ଧି ପକାଇଥିଲେ । ତାଙ୍କ ସମ୍ମୁଖରେ ୬ ଜଣ ବଳାକ୍ରାର କରିଥିଲେ । ପରେ ଗୁରୁତର ଅବସ୍ଥାରେ ଝିଅକୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଇଥିଲା । ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ସିଙ୍ଗାପୁରକୁ ନିଆଯାଇଥିଲା । ହେଲେ ଡାକ୍ତରୀ ବିଦ୍ୟା ଫେଲ୍ ମାରିଥିଲା । ନିର୍ଭୟାଙ୍କର ମୃତ୍ୟୁ ଘଟିଥିଲା । ଗଣଦୁଷ୍କର୍ମର ୧୩ ଦିନ ପରେ ନିର୍ଭୟାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ସେତେବେଳେ ଚାରିଆଡ଼େ ହଇଚଇ ସୃଷ୍ଟି କରିଥିଲା । ସୋଶାଲ ମିଡ଼ିଆରେ ଏହି ଘଟଣା ଏତେ ଛାଇ ଯାଇଥିଲା ଯେ, ଦିଲ୍ଳୀ ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଥିଲା । ହଜାର ହଜାର ସଂଖ୍ୟାରେ ପୁଅ ଝିଅ ରାସ୍ତାକୁ ଓହ୍ଲାଇ ଏହାର ପ୍ରତିବାଦ କରିଥିଲେ । ୟୁପିଏ ସରକାର ସେତେବେଳେ ଥରହର ହୋଇଯାଇଥିଲା । ଚାପ ଏଭଳି ପଡ଼ିଥିଲା ଯେ, ଆଇନର ସଂଶୋଧନ କରାଯାଇ କଠୋର ଦଣ୍ଡ ବ୍ୟବସ୍ଥା ହୋଇଥିଲା । ଦିଲ୍ଲୀ ପୁଲିସ ସ୍ୱତନ୍ତ୍ର ଟିମ୍ ଗଠନ କରି ଅଭିଯୁକ୍ତମାନଙ୍କୁ ଧରିଥିଲା । ଦିଲ୍ଲୀ ହାଇକୋର୍ଟରେ ଏହି ମାମଲାର ଶୁଣାଣୀ କରାଯାଇଥିଲା । କୋର୍ଟରେ ଶୁଣାଣୀ ଚାଲିଥିବା ଭିତରେ ଜଣେ ଅଭିଯୁକ୍ତ ରାମସିଂ ୨୦୧୩ରେ ଆତ୍ମହତ୍ୟା କରିଥିଲେ । ଏଥିରେ ଜଣେ ନାବାଳକ ସମ୍ପୃକ୍ତ ଥିବାରୁ ତାଙ୍କ ମାମଲାକୁ ଅନ୍ୟତ୍ର ବିଚାର ପାଇଁ ନିଆଯାଇଥିଲା । ଅନ୍ୟ ଯେଉଁ ୪ଜଣ ଅଭିଯୁକ୍ତ ରହିଲେ ସେମାନଙ୍କ ଶୁଣାଣୀ ଦିଲ୍ଲୀ ହାଇକୋର୍ଟ କରିଥିଲେ । ତ୍ୱରିତ ଶୁଣାଣୀ କରାଯାଇ ୪ ଜଣଯାକ ଅଭିଯୁକ୍ତଙ୍କୁ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ । ଫାଶୀ ନ ଦେବା ପାଇଁ କିଛି ଚାପ ମଧ୍ୟ ସୃଷ୍ଟି ହୋଇଥିଲା । ଏହି ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଫାଶୀ ଦଣ୍ଡାଦେଶର ପୁନଃବିଚାର ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ସୋମବାର ଏହି ଚର୍ଚ୍ଚିତ ଘଟଣାର ଶୁଣାଣୀ ସୁପ୍ରିମ୍କୋର୍ଟଙ୍କ ଖଣ୍ଡପୀଠ କରିଥିଲେ । କୋର୍ଟ ଅଭିଯୁକ୍ତଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ଫଳରେ ଅକ୍ଷୟ, ପବନ, ବିନୟ ଓ ମୁକେଶଙ୍କୁ ମିଳିବ ଫାଶୀ । ଫାଶୀ ଦଣ୍ଡାଦେଶ କାଏମ ରଖିବା ଶୁଣି ନିର୍ଭୟାଙ୍କ ପରିବାର ଖୁଶୀ ବ୍ୟକ୍ତ କରିଛନ୍ତି ।

ONA

Leave a Reply

Top