You are here
Home > ପଲିଟିକ୍ସ > ଓଡ଼ିଶାବାସୀ ଭେଳିକିରେ ବିଶ୍ୱାସ କରନ୍ତି ନାହିଁ:ନିରଞ୍ଜନ

ଓଡ଼ିଶାବାସୀ ଭେଳିକିରେ ବିଶ୍ୱାସ କରନ୍ତି ନାହିଁ:ନିରଞ୍ଜନ

ଭୁବନେଶ୍ୱର : ପ୍ରଧାନମବୀ ନରେନ୍ଦ୍ର ମୋଦିଙ୍କ ନେତୃ୍ତ୍ୱାଧୀନ ବିଜେପି ସରକାର କେନ୍ଦ୍ରରେ ଚାରିବର୍ଷ ପୂରଣ କରିଥିବାବେଳେ ସବୁକ୍ଷେତ୍ରରେ ବିଫଳ ହୋଇଛି । ପ୍ରଧାନମବୀ ଦେଶର ସବୁ ଗାଁକୁ ବିଦ୍ୟୁତ ଯୋଗାଣ ନିମନ୍ତେ ଘୋଷଣା କରିଥିଲେ । କୋଣସି ଗାଁ, କୋଣସି ଘର ଅନ୍ଧାର ରହିବ ନାହିଁ ବୋଲି କହିଥିଲେ । ହେଲେ ସପ୍ତାହକ ତଳେ କେନ୍ଦ୍ର ସରକାରଙ୍କ ଶକ୍ତି ମବଣାଳୟର ଜଣେ ଯୁଗ୍ମ ସଚିବ କହିଲେ, ଗାଁକୁ ଖୁଂଟ ପୋତି ତାର ଟାଣିବା ଦାୟିତ୍ୱ କେନ୍ଦ୍ର ସରକାରଙ୍କର । କିନ୍ତୁ ଚବିଶଘଂଟିଆ ବିଦ୍ୟୁତ ଯୋଗାଣ ପାଇଁ କେନ୍ଦ୍ର ସରକାର ଗ୍ୟାରେଂଟି ଦେଇପାରିବେ ନାହିଁ । ଏହି ଦାୟିତ୍ୱ ବିଦ୍ୟୁତ ଆବଂଟନକାରୀ କମ୍ପାନୀ ଓ ରାଜ୍ୟ ସରକାରଙ୍କର ବୋଲି କହି କେନ୍ଦ୍ର ସରକାର ଠକିବା ଆରମ୍ଭ କରିଥିବା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ କେନ୍ଦ୍ରର ବିଜେପି ସରକାର ଭଲ ଭାଷଣ ଦେଇଜାଣିଛନ୍ତି । କିନ୍ତୁ ଭାଷଣରେ କାହାର ପେଟ ପୁରେନାହିଁ କି ସମସ୍ୟା ସମାଧାନ ହୁଏନାହିଁ । ଜଳ ଯୋଗାଣ କଥା ବିଚାର କରାଯାଉ । ମହାନଦୀରେ ଛତିଶଗଡର ବିଜେପି ସରକାର ବନ୍ଧ ବାନ୍ଧି ପାଣିକୁ ଅଟକାଇଲେ । ଖରାଦିନେ ଓଡ଼ିଶାରେ ମହାନଦୀ ଶଯ୍ୟା ଶୁଖିଲା ପଡିଲା । ଏବେ ତେଲ ନଦୀରେ ବନ୍ଧ ବନ୍ଧାଚାଲିଛି । କେନ୍ଦ୍ର ସରକାର ନୀରବ ରହି ଛତିଶଗଡକୁ ପ୍ରକଳ୍ପ କାମ ଶେଷ କରିବାରେ ସାହାଯ୍ୟ କଲେ । ଜୁନ୍ ମାସ ସରି ଜୁଲାଇ ମାସ ହେଲା, ଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା ହୋଇପାରିଲା ନାହିଁ । କ୍ଷମତାକୁ ଆସୁଆସୁ ମୋଦି ବିଦେଶରେ ଥିବା କଳାଟଙ୍କା ସ୍ୱଦେଶ ଫେରାଇ ଆଣିବାକୁ ଘୋଷଣା କଲେ । ରାତିଅଧିଆ ନିଷ୍ପତି ନେଇ ବିମୁଦ୍ରାକରଣ କଲେ । କଳାଟଙ୍କା ଫେରାଇ ଆଣିବା ତ ଦୂରର କଥା, ଗରିବ, ନିମ୍ନ ମଧ୍ୟବିତ ଲୋକ ସେମାନଙ୍କ ସଂଚିତ ଅର୍ଥ ପାଇବାକୁ ଘଂଟା ଘଂଟା ଧରି ବ୍ୟାଙ୍କ ଆଗରେ ଲାଇନ୍ରେ ଛିଡାହେଲେ । ଏହା ପରବର୍ତୀ ସମୟରେ ସ୍ୱିସ୍ ବ୍ୟାଙ୍କରେ ସାତହଜାର କୋଟି ଟଙ୍କାର କଳାଧନ ଜମା ହୋଇଥିବା ଜଣାପଡିଲା । ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ପ୍ରଧାନମବୀ ବଡ ବଡ ପ୍ରତିଶ୍ରୁତି ଦେଲେ, ହେଲେ ବେକାରୀ ସମସ୍ୟା ଦିନକୁ ଦିନ ଉକ୍ରଟ ହେବାରେ ଲାଗିଛି । ଅନେକ ରାଜ୍ୟରେ ବିଜେପିର ସଂଖ୍ୟାଗରିଷ୍ଠତା ନଥାଇ ଅର୍ଥବଳରେ ସରକାର ଗଠନ କଲା । ଏବେ ସେଠାରେ ଅସନ୍ତୋଷ ବଢିବାରେ ଲାଗିଛି । ଏନଡିଏର ସହଯୋଗୀ ଦଳଗୁଡିକ ବିଜେପିଠାରୁ ଦୂରେଇବା ଆରମ୍ଭ କଲେଣି । ଏଭଳି ପରିସ୍ଥିତିରେ ଓଡ଼ିଶା ଉପରେ ବିଜେପିର ନଜର ପଡିଛି । ପ୍ରଧାନମବୀଙ୍କ ଠାରୁ ଆରମ୍ଭ କରି ଦଳର ସଭାପତି ଅମିତ ଶାହା, ଅନ୍ୟ ମବୀଗଣ ବାରମ୍ବାର ଓଡ଼ିଶା ଆସିବାରେ ଲାଗିଛନ୍ତି । ସେମାନେ ଓଡ଼ିଶାବାସୀଙ୍କୁ ଯେତେ ଭେଳିକି ଦେଖାଇଲେ ବି ସେଥିରୁ କିଛି ସୁଫଳ ମିଳିବ ନାହିଁ । ସେମାନଙ୍କ ପ୍ରକୃତ ଚେହେରା ପଦାରେ ପଡିସାରିଛି । ଭୋଟରମାନେ ଉପଯୁକ୍ତ ସମୟରେ ସେମାନଙ୍କର ନିଷ୍ପତି ଜଣାଇବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ONA

Leave a Reply

Top