You are here
Home > ଏକ୍ସକ୍ଲୁସିଭ୍ > ହଟିଲେ ପ୍ରସାଦ ,ନିରଞ୍ଜନ ନୂଆ ପିସିସି ସଭାପତି : ଏଥର ଏକାକି ନୁହେଁ ମିଳିତ ନେତୃତ୍ବରେ ରାହୁଲଙ୍କ ମୋହର

ହଟିଲେ ପ୍ରସାଦ ,ନିରଞ୍ଜନ ନୂଆ ପିସିସି ସଭାପତି : ଏଥର ଏକାକି ନୁହେଁ ମିଳିତ ନେତୃତ୍ବରେ ରାହୁଲଙ୍କ ମୋହର

ଭୁବନେଶ୍ବର : ସରିଲା କଂଗ୍ରେସ ମନ୍ଥନ ।ନିରଞ୍ଜନ ପଟ୍ଟନାୟକ ଧରିଲେ ରାଜ୍ୟ କଂଗ୍ରେସ ମଙ୍ଗ । ପ୍ରସାଦଙ୍କ ସହ ତିନି ନୂଆ କାର୍ଯ୍ୟକାରୀ ସଭାପତିଙ୍କୁ ଦାୟିତ୍ବ ଦେଲେ ରାହୁଲ । ଏହା ସହ ବିଭିନ୍ନ କମିଟି ମାଧ୍ୟମରେ ଦଳର ବରିଷ୍ଠ ନେତାଙ୍କୁ ଥଇଥାନ କରି ଦଳର ବିବାଦକୁ ଟାଳିବାକୁ ଚେଷ୍ଟା କରିଛି ଏଆଇସିସି । ଆଜି ଦିଲ୍ଲୀରେ କଂଗ୍ରେସ ବୈଠକ ପରେ ଏଆଇସିସି ଏହି ଘୋଷଣା କରିଛି । ୨୦୧୯ ନିର୍ବାଚନ ପୂର୍ବରୁ ଏଭଳି ପରିବର୍ତ୍ତନ କରି ରାଜ୍ୟ କଂଗ୍ରେସରେ ସମନ୍ବିତ ନେତୃତ୍ବରେ ବିଶ୍ବାସ କରିଛନ୍ତି ରାହୁଲ ।
ସରିଲା ଚର୍ଚ୍ଚା । ସରିଲା କଂଗ୍ରେସର ମାନସ ମନ୍ଥନ । ବଦଳିଲେ ପିସିସି ସଭାପତି । ନିରଞ୍ଜନ ପଟ୍ଟନାୟକ ହେଲେ କଂଗ୍ରେସର ନୂଆ ସଭାପତି । ଆଜି ଦିଲ୍ଲୀରେ ରାହୁଲଙ୍କ ମାରଥନ ବୈଠକ ପରେ ଏହି ଘୋଷଣା କରିଛି ଏଆଇସିସି ।ପିସିସି ସଭାପତି ବରିବର୍ତ୍ତନ ସହ ତିନି ନୂଆ କାର୍ଯ୍ୟକାରୀ ସଭାପତିଙ୍କୁ ବି ଦାୟିତ୍ବ ଦେଇଛନ୍ତି ରାହୁଲ । ବିଧାୟକ ନବ ଦାସ , କଂଗ୍ରେସ ଉପମୁଖ୍ୟ ସଚେତକ ଚିରଞ୍ଜୀବ ବିଶ୍ବାଳ ଓ ଯୁବ ନେତା ପ୍ରଦୀପ ମାଝୀ କାର୍ଯ୍ୟକାରୀ ସଭାପତି କରାଯାଇଛି । ଏହା ସହ କଂଗ୍ରେସରେ ଗୋଷ୍ଠି କନ୍ଦଳ ରୋକିବାକୁ ଯଥା ଚେଷ୍ଟା କରିଛି ଏଆଇସିସି । ବିଭିନ୍ନ କମିଟିରେ ଦଳର ବରିଷ୍ଠ ଓ ସଭାପତି ଦାବିଦାର ନେତାଙ୍କୁ ଥଇଥାନ କରାଯାଇଛି । କଂଗ୍ରେସର ସମନ୍ବୟ କମିଟି,କୋର କମିଟି,ଶୃଙ୍ଖଳାଗତ କମିଟି କରି ବରିଷ୍ଠ ନେତାଙ୍କୁ ଦାୟିତ୍ବ ଦିଆଯାଇଛି । ଭକ୍ତ ଦାସ କ୍ୟାମ୍ପେନ କମିଟି ଅଧ୍ୟକ୍ଷ, ଜୟଦେବ ଜେନା କୋର୍ କମିଟି ଅଧ୍ୟକ୍ଷ, ଶରତ ପଟ୍ଟନାୟକ କୋର୍ କମିଟି ଆବାହକ , ଜଗନ୍ନାଥ ପଟ୍ଟନାୟକ ସମନ୍ବୟ କମିଟି ଆବାହକ, ହେମାନନ୍ଦ ବିଶ୍ବଳ ଶୃଙ୍ଖଳା କମିଟି ଅଧ୍ୟକ୍ଷ, ଶ୍ରୀକାନ୍ତ ଜେନା ଇସ୍ତାହାର କମିଟି ଅଧ୍ୟକ୍ଷ ଏବଂ ଶରତ ରାଉତ ଇସ୍ତାହାର କମିଟି ଆବାହକ ନିଯୁକ୍ତ ହୋଇଛନ୍ତି । ନିଜେ ପ୍ରଭାରୀ ଜିତେନ୍ଦ୍ର ସିଂହ, ସମନ୍ବୟ କମିଟି ଅଧ୍ୟକ୍ଷ ଅଛନ୍ତି । ଏଭଳି ପରିବର୍ତ୍ତନ କରି ରାଜ୍ୟ କଂଗ୍ରେସରେ ସମନ୍ବିତ ନେତୃତ୍ବରେ ବିଶ୍ବାସ କରିଛନ୍ତି ରାହୁଲ ।
ନୂଆ ଟିମରେ ଓ କମିଟିରେ ସବୁ ନେତାଙ୍କୁ ଥଇଥାନ କରି ବିବାଦ ଏଡାଇବାକୁ ଚେଷ୍ଟା କରିଛନ୍ତି ରାହୁଲ ।ଏହା ସହ ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସ ନବକଳେବର କରିଛନ୍ତି । ଉପକୂଳ,ପଶ୍ଚିମ,ଦକ୍ଷିଣ ଓଡିଶା ସହ ରାଜ୍ୟର ସବୁ ଅଝ୍ଚଳର ନେତାଙ୍କୁ ଗୁରୁତ୍ବ ଦେଇଛନ୍ତି । ଏହା ସହ ଟିମରେ ଉଭୟ ବରିଷ୍ଠ ଓ ଯୁବ ନେତୃତ୍ବଙ୍କୁ ଦାୟିତ୍ବ ଦେଇଛନ୍ତି । ଏହି ନୂଆ ଟିମ ରାଜ୍ୟ କଂଗ୍ରେସରେ ସଂଗଠନକୁ ସଜାଡି ସମସ୍ତଙ୍କୁ ନେଇ କାମ କରିବେ ବୋଲି କହିଛନ୍ତି ଦାୟିତ୍ବରେ ନେଇଥିବା ନୂଆ ନେତା ।
ରାଜ୍ୟ କଂଗ୍ରେସର ନବକଳେବର ଲାଗି ଦିର୍ଘ ଦିନ ହେଲା ଦାବି ହେଉଥିଲା । ପ୍ରସାଦ ହରିଚନ୍ଦନଙ୍କୁ ହଟାଇ ନୂଆ ସଭାପତିଙ୍କୁ ନିଯୁକ୍ତି ଦେବାକୁ ଗୋଟିଏ ଗୋଷ୍ଠି ଅଡି ବସିଥିଲେ । ଏହାକୁ ନେଇ ଯୋର ଧରିଥିଲା କଂଗ୍ରେସ ଗୋଷ୍ଠି କନ୍ଦଳ । କଂଗ୍ରେସର ନବ କଳେ ବର ଲାଗି ଆଜି ଦିଲ୍ଲୀରେ ଡାକିଥିଲେ ବୈଠକ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି । ପିସିସି ସଭାପତି ପ୍ରସାଦ ହରିଚନ୍ଦନ,ବିରୋଧି ଦଳ ନେତା ନରସିଂହ ମିଶ୍ର,ବିଧାୟକ ନବ ଦାସ,ଚିରଞ୍ଜୀବ ବିଶ୍ବାଳଙ୍କ ସହ ପ୍ରଦୀପ ମାଝୀ ଓ ନିରଞ୍ଜନ ପଟ୍ଟନା.ୟକଙ୍କ ବୈଠକ ଡାକିଥିଲେ । ହେଲେ ବୈଠକ ଅଧାରୁ ଉଠି ଆସିଥିଲେ ପ୍ରସାଦ । ଆଉ ଏଆଇସିସି ନୂଆ ଟିମ ଘୋଷଣା କରିଥିଲା ।

ONA

Leave a Reply

Top